ସାହସୀ ମାନସୀ: ଗୋଡ଼ ହରାଇଥିଲେ, ଆତ୍ମବିଶ୍ବାସ ନୁହେଁ

ଟାଇମ ପତ୍ରିକାର ପ୍ରଚ୍ଛଦରେ ଛାଇଗଲେ ବିଶ୍ବ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି

କ୍ରିକେଟ ପଡ଼ିଆ ହେଉ ବା ଆଥଲେଟିକ ଷ୍ଟାଡିୟମ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ପ୍ରତିଭା ପ୍ରମାଣିତ କରିବାରେ ଲାଗିଛନ୍ତି। ଏଠାରେ ଏପରି ଜଣେ ମହିଳାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାଙ୍କ କାହାଣୀ କେବଳ ଆଖିରେ ଲୁହ ଆଣିବ ନାହିଁ, ବରଂ ଆପଣଙ୍କଠାରେ ଏକ ନୂଆ ଜୋଶ ଭରିଦେବ। ଏଠାରେ ୩୧ ବର୍ଷୀୟା ବିଶ୍ବ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି ମାନସୀ ଯୋଶୀଙ୍କ ସମ୍ପର୍କରେ କୁହାଯାଇଛି। ନିକଟରେ ସେ ବିଶ୍ବପ୍ରସିଦ୍ଧ ଆମେରିକାର ଟାଇମ ମାଗାଜିନର ପ୍ରଚ୍ଛଦ ପ୍‌ଷ୍ଠାରେ ନଜର ଆସିଛନ୍ତି।

ଟାଇମର ପ୍ରଚ୍ଛଦରେ ମାନସୀଙ୍କ ଫଟୋ
ଏହା ଉପରେ ଖୁସି ବ୍ୟକ୍ତ କରି ମାନସୀ କହିଛନ୍ତି ଯେ ଟାଇମ ଏସିଆ ୨୦୨୦ର ପ୍ରଚ୍ଛଦ ପ୍‌ଷ୍ଠାରେ ସ୍ଥାନିତ ହେବା ଓ ଟାଇମ ୨୦୨୦ ନେକ୍ସଟ ଜେନେରେସନ ଲିଡରଶିପରେ ସାମିଲ ହେବା ତାଙ୍କ ପାଇଁ ସମ୍ମାନର କଥା। ଟାଇମ ଏସିଆ ପ୍ରଚ୍ଛଦ ପ୍‌ଷ୍ଠାରେ ତାଙ୍କୁ ଦେଖିବା ପରେ ଭାରତରେ ବହୁ ଲୋକଙ୍କ ଧାରଣା ବଦଳି ଯିବ। ଖେଳ ପାଇଁ ତାଙ୍କର ଏହି ପରିଚୟ ସୃଷ୍ଟି ହୋଇଥିବାରୁ ସେ ବହୁତ ଖୁସି। ଏହାର ବ୍ୟବହାର ପ୍ରୋସ୍ଥେଟିକ, ସଡ଼କ ସୁରକ୍ଷା, ଦିବ୍ୟାଙ୍ଗତା ସମ୍ପର୍କରେ ସଚେତନା ସୃଷ୍ଟି କରିବା ପାଇଁ କରୁଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା ମାନସୀ କହନ୍ତି।

ସଡ଼କ ଦୁର୍ଘଟଣାରେ ହରାଇଥିଲେ ଗୋଡ଼
ମହାରାଷ୍ଟ୍ରରେ ରହୁଥିବା ମାନସୀ କମ ବୟସରେ ଏକ ସଡ଼କ ଦୁର୍ଘଟଣାରେ ନିଜ ଗୋଡ଼ ହରାଇଥିଲେ। ଯଦିଓ ଦୁର୍ଘଟଣା ତାଙ୍କ ଗୋଡ଼ ନେଇଯାଇଥିଲା, କିନ୍ତୁ ସାହସ ଓ କିଛି କରି ଦେଖାଇବାର ଅଦମ୍ୟ ଇଚ୍ଛାକୁ ଛଡ଼ାଇ ପାରି ନ ଥିଲା। ଅପରେସନ ଥିଏଟରରେ ୧୨ ଘଣ୍ଟା ଓ ୫୦ ଦିନ ହସ୍ପିଟାଲ ରହଣି ପରେ ମଧ୍ୟ ତାଙ୍କ ଆତ୍ମବିଶ୍ବାସ ଭାଙ୍ଗି ନ ଥିଲା। ହସ୍ପିଟାଲରୁ ବାହାରକୁ ଆସିବା ପରେ ମାନସୀ ସ୍ଥିର ନିଶ୍ଚିତ କରିଥିଲେ ଯେ ସେ ନିଜକୁ ଦୁର୍ବଳ ହେବାକୁ ଦେବେ ନାହିଁ। ଏବେ ସେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛନ୍ତି।

ପିଲାଦିନୁ ବ୍ୟାଡମିଣ୍ଟନ ପ୍ରତି ରୁଚି
ମାନସୀଙ୍କ ପିଲାଦିନୁ ହିଁ ବ୍ୟାଡମିଣ୍ଟନ ପ୍ରତି ରୁଚି ଥିଲା। ପାଠପଢ଼ା ସମୟରେ ସେ ଜିଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ମାନସୀଙ୍କ ପିତା ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ପଢ଼ିବା ସହିତ ବ୍ୟାଡମିଣ୍ଟନ ମଧ୍ୟ ଖେଳିବା ଜାରି ରଖିଲେ। ମାନସୀ ପୁଲେଲା ଗୋପୀଚାନ୍ଦ ଏକାଡେମୀରୁ ତାଲିମ ନେଇଛନ୍ତି।

ମାନସୀଙ୍କ ଉପଲବ୍ଧି
କ୍‌ତ୍ରିମ ଗୋଡ଼ ଲଗାଇ ମାନସୀ ପଡ଼ିଆକୁ ଓହ୍ଲାଇଥିଲେ। ପରିବାର ସହଯୋଗରେ ସେ ନିଜକୁ ୨୦୧୪ ଯାଏ ବ୍ୟାଡମିଣ୍ଟନରେ ଏକ୍ସପର୍ଟ କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ମାନସୀ ଭାରତ ପାଇଁ ଅଲିମ୍ପିକ୍ସରେ ୧୨ଟି ପଦକ ଜିତିଛନ୍ତି। ସେ ୨୦୧୫ରେ ମିଶ୍ରିତ ଯୁଗଳରେ ପଦକ, ପାରା ବ୍ୟଡମିଣ୍ଟନ ବିଶ୍ବ ଚାମ୍ପିଅନଶିପ, ୨୦୧୬ରେ ମହିଳା ଏଫଲ ଓ ମହିଳା ଯୁଗଳରେ କାଂସ୍ୟ, ପାରା ବ୍ୟାଡମିଣ୍ଟନ ଏସୀୟ ଚାମ୍ପିୟନଶିପ, ୨୦୧୭ରେ ମହିଳା ଏଫଲରେ କାଂସ୍ୟ, ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିୟନଶିପ, ୨୦୧୮ରେ ମହିଳା ଏଫଲରେ କାଂସ୍ୟ, ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ, ୨୦୧୮ରେ ମହିଳା ଏଫଲରେ କାଂସ୍ୟ, ଏସୀୟ ପାରା ଗେମ୍ସ ୨୦୧୮,  ୨୦୧୯ରେ ମହିଳା ଏଫଲରେ ସ୍ବର୍ଣ୍ଣ, ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିୟନଶିପ, ବେସଲ, ସ୍ବିଜରଲାଣ୍ଡରେ ପଦକ ହାସଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ