ନିଶାଦ୍ରବ୍ୟ ସେବନରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ


ନିଶାଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟ ରହିଛି। ମଦ ଓ ଧୂମପାନର ନିଶାରୁ ମୁକ୍ତି ପାଇବା ଏତେ ବି କଠିନ ନୁହେଁ। ଯଦି ଆପଣ ମଦ ଓ ସିଗାରେଟ ଛାଡ଼ିବା ଲାଗି ମନରେ ସ୍ଥିର କରିବେ, ତେବେ ଏହା  ଆପଣଙ୍କ ପାଇଁ ବେଶୀ କଠିନ ହେବ ନାହିଁ। ଆପଣ ଯେ କୌଣସି ସମୟରେ ଏହି ଅଭ୍ୟାସ ପରିବର୍ତ୍ତନ କରିପାରିବେ। ଚାଲନ୍ତୁ ଜାଣିବା ନିଶାଠାରୁ ଦୂରେଇ ରହିବାର କେତେକ ଘରୋଇ ଉପାୟ ସମ୍ପର୍କରେ।

ଓଟସ
୧ ଚାମଚ ଓଟସକୁ ୨ କପ ପାଣିରେ ସିଝାନ୍ତୁ। ଏହାପରେ ରାତିସାରା ଏହାକୁ ଘୋଡ଼ାଇ ରଖି ଦିଅନ୍ତୁ। ସକାଳେ ପୁଣିଥରେ ୧୦ ମିନିଟ ଯାଏ ଏହାକୁ ସିଝାଇ ପିଅନ୍ତୁ।

ଅଦା ରସ
ଅଦା ରସ ବ୍ୟବହାର କରି ମଧ୍ୟ ନିଶା କମ କରାଯାଇପାରେ। ନିଶା ସେବନ କରିବା ଇଚ୍ଛା ହେଲେ ଦୁଇ ଚାମଚ ଅଦା ରସ ସେବନ କରିବା ଦ୍ବାରା ଆପଣଙ୍କ ଏହି ଅଭ୍ୟାସ ଛାଡ଼ିଯିବ।

ମୂଳା ରସ
ମୂଳାରୁ ରସ ବାହାର କରନ୍ତୁ। ଏଥିରେ କିଛି ମାତ୍ରାରେ ମହୁ ମିଶାନ୍ତୁ ।ଏହି ରସକୁ ଦିନରେ ଅତିକମରେ ଦୁଇଥର ସେବନ କରିବା ଦ୍ବାରା ନିଶା ଅଭ୍ୟାସରୁ ମୁକ୍ତି ମିଳିପାରେ।

ଅଙ୍ଗୁର ରସ
ନିୟମିତ ଅଙ୍ଗୁର ରସ ସେବନ କରିବା ଦ୍ବାରା ଆପଣଙ୍କ ଶରୀରର ବିଷାକ୍ତ ତତ୍ତ୍ବ ଦୂର ହୋଇଯାଏ। ଧିରେ ଧିରେ ଆପଣଙ୍କ ନିଶା କରିବାର ଅଭ୍ୟାସ ଦୂର ହୋଇଯିବ।

ମହୁ
ମହୁରେ ଉପଯୋଗୀ ଭିଟାମିନ, ଏନଜାଇମ ଓ ପ୍ରୋଟିନ ରହିଛି। ଏହା ଆମ ଶରୀରକୁ ସୁସ୍ଥ ରଖି ନିଶା ଖାଇବାର ଇଚ୍ଛାକୁ ଦୂର କରିଥାଏ। ତେଣୁ ନିଶା ଦୂର କରିବା ଲାଗି ମହୁକୁ ଏକ ଉପଯୁକ୍ତ ଔଷଧ ବୋଲି କୁହାଯାଏ।

ସେଓ
ନିଶା କରିବାକୁ ଇଚ୍ଛା ହେଲେ କିଛି ମାତ୍ରାରେ ସେଓ ଖାଇବା ଫଳରେ ନିଶା ଖାଇବାର ବ୍ୟସ୍ତତା ଦୂର ହୋଇଯାଏ। ସେଓ ଏକ ଗୁଣକାରୀ ଫଳ। ଏହା ଆମ ଶରୀରରୁ ବିଷାକ୍ତ ତତ୍ତ୍ବ ଦୂର କରି ନିଶା ଅଭ୍ୟାସ ଦୂରେଇ ଥାଏ।

ଖଜରା
ଖଜରା ସେବନ କରିବା ଦ୍ବାରା ମଧ୍ୟ ନିଶା ସେବନ ଇଚ୍ଛାକୁ ଦୂର କରାଯାଇପାରେ। କିଛି ଖଜରାକୁ ପାଣିରେ ବତୁରାନ୍ତୁ। ନିଶା ସେବନ କରିବାକୁ ଇଚ୍ଛା ହେଲେ ଏହି ପାଣି ସେବନ କରନ୍ତୁ।

ଗାଜର ରସ
ନିଶା ଅଭ୍ୟସ୍ତ ଥିଲେ ଗାଜର ରସ ସେବନ କରିବା ଦ୍ବାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ। ଏପରି କରିବା ଦ୍ବାରା ନିଶା ସେବନ କରିବାର ଇଚ୍ଛାରୁ ମୁକ୍ତି ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ