ଭାରତକୁ ପୁଷ୍ଟିକର ଖାଦ୍ୟ ଚିନ୍ତା: ପାଉନାହାନ୍ତି ୬୩ ପ୍ରତିଶତ ଗ୍ରାମୀଣ


କୋରୋନାର ପ୍ରଭାବ ପୀଡ଼ତମାନଙ୍କ ଉପରେ ଲମ୍ବା ସମୟ ଧରି ରହିବ। ଥକାପଣ, ଫୁସଫୁସ, ହ୍‌ତପିଣ୍ଡ ଏବଂ ମସ୍ତିଷ୍କରେ ପ୍ରଭାବ ପରିଲକ୍ଷିତ ହେବ। ମହାମାରୀର ଏଭଳି ପ୍ରକୋପ ଅନେକ ବର୍ଷ ଯାଏ ଆମ ସହିତ ରହିବ ବୋଲି ବିଶେଷଜ୍ଞମାନେ ସୂଚାଇ ଦେଇଛନ୍ତି। କ୍ଷୁଧା ଏବଂ ପୁଷ୍ଟିହୀନତାରେ ଦୀର୍ଘ ସମୟ ଧରି ପୀଡ଼ିତ ଥିବା ବ୍ୟକ୍ତିଙ୍କୁ କୋରୋନା ଅଧିକ ଯାତନା ଦେବ। ଭାରତରେ କୋଭିଡ ସଂକ୍ରମଣ ଓ ମ୍‌ତ୍ୟୁସଂଖ୍ୟା ବିଶ୍ବର ଅନେକ ଦେଶ ଠାରୁ କମ ଥିବା ବେଳେ ଆମେ ଏହାକୁ ନେଇ ଉତ୍ସାହିତ ହେବାର କୌଣସି କାରଣ ନାହିଁ। କାରଣ ଭାରତର ୬୩ ପ୍ରତିଶତ ଗ୍ରାମୀଣ ଜନତାଙ୍କ ଆୟ ଉପରେ କୋରୋନାର ନକାରାତ୍ମକ ପ୍ରଭାବ ପଡ଼ିଛି। ଆୟ ହ୍ରାସ ପାଇବା ଫଳରେ ବଜାରରୁ ସେମାନେ ପୁଷ୍ଟିକର ଖାଦ୍ୟ ସାମଗ୍ରୀ କିଣିବାରେ ସକ୍ଷମ ହେଉ ନ ଥିବା ଭଳି ଏକ ଖବର ସାମ୍ନାକୁ ଆସିଛି।

କୋରୋନା ମହାମାରୀ ପୂର୍ବରୁ ଯେଉଁମାନେ ଭଲ ରୋଜଗାର କରିବା ସହ ବଜାରରୁ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିପାରୁ ଥିଲେ, ସେମାନେ କୋରୋନା କାଳରେ ଆୟ ହରାଇ ନୂଆ ଗରିବ ହୋଇଯାଇଛନ୍ତି। ଅଟୋ ଓ ଟାକ୍ସିଚାଳକ, ହୋଟେଲ କର୍ମଚାରୀ, ଟ୍ରାଭେଲ ଏଜେନ୍ସି, ପରିବହନ ସଂସ୍ଥାର କର୍ମଚାରୀ, ସିନେମା ହଲ ଓ ମନୋରଞ୍ଜନ ଶିଳ୍ପରେ ନିୟୋଜିତ କର୍ମଚାରୀ, ମେଲୋଡ଼ି କଳାକାର ଏବେ ଉତ୍ତମ ଖାଦ୍ୟ କିଣିବାକୁ ଅସମର୍ଥ। ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳର ବାସିନ୍ଦାଙ୍କ ଆୟ କମିଥିବା ଓ ସଞ୍ଚୟ ସରିଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳର ଶ୍ରମିକ ଓ ଭୂମିହୀନଙ୍କ କ୍ଷେତ୍ରରେ ଜୀବିକାର ସଙ୍କଟ ଉତ୍କଟ ଆକାରରେ ଠିଆ ହୋଇଛି।

୬୩ ପ୍ରତିଶତ ପାଉନାହାନ୍ତି ପୁଷ୍ଟିକର ଖାଦ୍ୟ
ଦେଶର ୬୩.୩ ପ୍ରତିଶତ ଲୋକଙ୍କ ନିକଟରେ ପୁଷ୍ଟିକର ଖାଦ୍ୟ କିଣିବା ପାଇଁ ସମ୍ବଳର ଅଭାବ। ଫୁଡ ପଲିସି ନାମକ ପତ୍ରିକାରେ ପ୍ରକାଶିତ ଏକ ଲେଖାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଫୁଡ ପଲିସି ଏ ବାବଦରେ ଏକ ଅଧ୍ୟୟନ କରିଥିଲା। ଗ୍ରାମୀଣ ଦାରିଦ୍ୟ୍ର ଦୂରୀକରଣ କାର୍ଯ୍ୟକ୍ରମରେ ଭାରତକୁ ସଫଳତା ମିଳିଥିବା ସତ୍ତ୍ବେ ଲୋକେ ପୌଷ୍ଟିକ ଖାଦ୍ୟ କ୍ରୟରେ ସାମର୍ଥ୍ୟ ରଖୁ ନ ଥିବା ଭଳି ତଥ୍ୟ ଜଣାପଡ଼ିଛି। ଦାରିଦ୍ୟ୍ର କମିଛି କିନ୍ତୁ ପୁଷ୍ଟିକର ଖାଦ୍ୟକୁ ନେଇ ଦାରିଦ୍ୟ୍ର କମି ନ ଥିବା ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

ଗରିବଙ୍କ ମଧ୍ୟରେ ପୌଷ୍ଟିକ ଅସୁରକ୍ଷା ଅଧିକ
୨୦୧୧ରେ ଦେଶରେ ୨୨.୫ ପ୍ରତିଶତ ଲୋକ ଗରିବ ଥିଲେ। ଏଥି ମଧ୍ୟରୁ ଗ୍ରାମୀଣ ଗରିବଙ୍କ ସଂଖ୍ୟା ୨୪.୮ ପ୍ରତିଶତ ଥିଲା। ୨୦୧୧-୧୨ରେ ଜାତିସଂଘର ଖାଦ୍ୟ ଓ କ୍‌ଷି ସଂଗଠନ ସୂଚାଇଥିଲା ଯେ ୧୬.୩ ପ୍ରତିଶତ ଲୋକଙ୍କ ନିକଟରେ ଖାଦ୍ୟାଭାବର ସମସ୍ୟା ରହିଛି। ଖାଦ୍ୟ ଓ କ୍‌ଷି ସଂଗଠନ ଖାଦ୍ୟରେ ଉପଲବ୍ଧ କ୍ୟାଲୋରୀ ଗ୍ରହଣକୁ ମାନଦଣ୍ଡ ଭାବେ ବିଚାରକୁ ନେଇ ଏଭଳି ତଥ୍ୟ ପ୍ରକାଶ କରିଥିଲା। ଏବେ ଯେଉଁ ଅଧ୍ୟୟନ କରାଯାଇଛି ସେଥିରେ ମଧ୍ୟ କ୍ୟାଲୋରିକୁ ପ୍ରମୁଖ ମାନକ ଭାବେ ବିଚାରକୁ ନିଆଯାଇଛି।

୧୬ ପ୍ରତିଶତ ଅସମର୍ଥ
ହାରାହାରି ୩ ବର୍ଷର ଆକଳନ ଅନୁଯାୟୀ ମୋଟ ଗ୍ରାମୀଣ ଭାରତର ଜନସଂଖ୍ୟା ମଧ୍ୟରୁ ୧୬.୩ ପ୍ରତିଶତ ଜନତା ଖର୍ଚ୍ଚ କରିବା ଦିଗରେ ଅସମର୍ଥ ଅଟନ୍ତି। ୩ ବର୍ଷ ମଧ୍ୟରେ ଏଭଳି ଲୋକଙ୍କ ସଂଖ୍ୟାରେ ୨୪.୮ ପ୍ରତିଶତ ବଢ଼ିଥିବା ବିଶ୍ବବ୍ୟାଙ୍କ ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି। ୬୩.୩ ପ୍ରତିଶତ ଗ୍ରାମୀଣ ଜନଗଣ ନିଜର ଖାଦ୍ୟ ଖର୍ଚ୍ଚକୁ ମାପିଚୁପି କରିଥାନ୍ତି। ୭୬.୨ ପ୍ରତିଶତ ଲୋକ ଜରୁରୀ ଥିବା ଖାଦ୍ୟର ଖର୍ଚ୍ଚକୁ ଏଡ଼ାଇ ଯାଇଥାନ୍ତି। ଦେଶର ପ୍ରତ୍ୟେକ ମହିଳା ଗୋଟିଏ ଦିନରେ ପୋଷଣଯୁକ୍ତ ଖାଦ୍ୟ ପାଇଁ ୪୫ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ଥିବା ବେଳେ ଜଣେ ପୁରୁଷ ପାଇଁ ୫୧ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ଥାଏ। କିନ୍ତୁ ଖାଦ୍ୟ ପାଇଁ ଏତେ ଖର୍ଚ୍ଚ ନିମନ୍ତେ ରୋଜଗାର ନ ଥାଏ।

ବର୍ଷା ଋତୁରେ ବେଶି ସମସ୍ୟା
ଗବେଷକମାନଙ୍କ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ପୁଷ୍ଟିକର ଖାଦ୍ୟର ଅଭାବ ସବୁଠୁ ବେଶି ଜୁଲାଇ ମାସରେ ଦେଖିବାକୁ ମିଳେ। ଜୁଲାରୁ ସେପ୍ଟେମ୍ବର ଯାଏ ପନିପରିବା ଦର ଅପେକ୍ଷାକ୍‌ତ ମହଙ୍ଗା ଥିବାରୁ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ମାଛ, ମାଂସ ଭଳି ଖାଦ୍ୟ ସାମଗ୍ରୀ କିଣିପାରି ନ ଥାନ୍ତି। ପୁଣି ବର୍ଷାଋତୁରେ ଆୟ ଓ ଶ୍ରମଦିବସ କମିଯାଇଥାଏ। ରୋଗ ଓ ମହାମାରୀ ସମୟରେ ବାହାରକୁ ବାହାରି ନ ପାରିବାରୁ ଆୟ କମିଲା ଓ ସଞ୍ଚୟକୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ପଡ଼ିଲା। ଜଣେ ଗ୍ରାମବାସୀ କହନ୍ତି ଯେ ବିଗତ ୬ ମାସ ତଳେ ସେ ଗୋଟିଏ ସେଓ ଖାଇଥିଲେ। ଫଳ, କ୍ଷୀର ଓ ପନିପରିବାର ମୂଲ୍ୟବ୍‌ଦ୍ଧି ଗ୍ରାମାଞ୍ଚଳର ଜନଗଣଙ୍କ ପୌଷ୍ଟିକର ଖାଦ୍ୟ ଗ୍ରହଣରେ ବଡ଼ ଭୂମିକା ନେଇଛି। ୨୦୧୯ ବିଶ୍ବ କ୍ଷୁଧା ସୂଚକାଙ୍କରେ ୧୧୭ ଦେଶ ମଧ୍ୟରୁ ଭାରତ ୧୦୨ ରାଙ୍କରେ ଅଛି। ବାଂଲାଦେଶ ୮୮ ଓ ପାକିସ୍ତାନ ୯୪ ସ୍ଥାନରେ ଥିବା ବେଳେ ଭାରତ ଏହି ଦୌଡ଼ରେ ପଛରେ ପଡ଼ିଛି। ଏବେ କ୍ଷୁଧାର୍ତ୍ତଙ୍କ ଦେଶ ମଧ୍ୟରେ ୨୪ ପ୍ରତିଶତ ପୁଷ୍ଟିହୀନ ଭୋଗୁଥିବା ଲୋକଙ୍କ ଦେଶ ହୋଇଛି ଭାରତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ