ଚର୍ଚ୍ଚାରେ ବଲିଉଡ ଦିଭାଙ୍କ ଫ୍ୟାଶନେବଲ ଲୁକ୍ସ


ଫ୍ୟାଶନ ଓ ଷ୍ଟାଇଲ କଥା ଆସିଲେ ବଲିଉଡ ଅଭିନେତ୍ରୀମାନଙ୍କ କୌଣସି ଜବାବ ନାହିଁ। ବି-ଟାଉନର ଗ୍ଲାମରସ ବେବ୍‌ସଙ୍କ ଭଳି ସେମାନଙ୍କ ଫ୍ୟାଶନ ମଧ୍ୟ ଚର୍ଚ୍ଚାରେ ରହିଥାଏ। ରେଡ କାର୍ପେଟରେ ହେଉ ବା କାଜୁଆଲ ଲୁକରେ ଅଭିନେତ୍ରୀମାନଙ୍କ ଷ୍ଟାଇଲ ଅନ୍ୟଙ୍କୁ ଅନୁପ୍ରାଣିତ କରିଥାଏ। ଲକଡାଉନ ଖୋଲିବା ପରେ ଏବେ ଏହି କଳାକାରଙ୍କୁ ବାହାରେ ଦେଖିବାକୁ ମିଳୁଛି। ଏମାନଙ୍କ ଷ୍ଟାଇଲିଶ ଲୁକ ମଧ୍ୟ କ୍ୟାମେରାରେ କଏଦ ହେଉଛି। ମଙ୍ଗଳବାର ସାଇ ମଞ୍ଜରେକର, ଭୂମି ପେଦନେକର, ତାରା ସୁତାରିଆ, ମାନୁଷୀ ଛିଲ୍ଲର ଓ ନିମରତ କୌରଙ୍କ ଭଳି ଅଭିନେତ୍ରୀଙ୍କୁ ମୁମ୍ବାଇର ଅଲଗା ଅଲଗା ସ୍ଥାନରେ ଦେଖିବାକୁ ମିଳିଥିଲା।

ଭୂମି ପେଦନେକର
ଭୂମି ମୁମ୍ବାଇର ଜୁହୁରେ ନଜର ଆସିଥିଲେ। ସବୁବେଳ ପରି ଏଥର ବି ଭୂମି କ୍ଲାସି ଲୁକରେ ନଜର ଆସିଥିଲେ। ଏହି ସମୟରେ ସେ ବ୍ଲାକ ବଷ୍ଟିୟର ଟପ ସହିତ କଳା ରଙ୍ଗର ଶାର୍ଟ ଓ ଡେନିମ କ୍ୟାପ୍ରିରେ ନଜର ଆସିଥିଲେ। ଏଥିସହିତ ଭୂମି ଆରାମଦାୟକ ମଲ୍ଟି ଷ୍ଟ୍ରେପସ ଫ୍ଲାଟ ସ୍ୟାଣ୍ଡଲ ପିନ୍ଧିଥିଲେ। ଏହି ଲୁକ ସହିତ ଭୂମି ବହୁତ କମ ମେକଅପ ନେଇଥିଲେ। କେଶକୁ ମଝିରୁ ଦୁଇ ଭାଗ କରି ଷ୍ଟାଇଲ କରିବା ସହ କ୍ୟାଟ ଆଇ ଗ୍ଲାସ ଭୂମିଙ୍କ ଲୁକକୁ ଝକାସ କରିଥିଲା।

ସାଇ ମଞ୍ଜରେକର
ସାଇ ମଞ୍ଜରେକର ବହୁତ କମ ସମୟରେ ଦର୍ଶକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ଦମଦାର ଅଭିନୟ ହେଉ ବା ଷ୍ଟାଲିଲିଶ ଉପସ୍ଥିତି, ସେ ଭଲ ଭାବେ ଜାଣିଛନ୍ତି ସେ କିପରି ଚର୍ଚ୍ଚାରେ ରହିବେ। ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିବା ସାଇଙ୍କ ଲୁକ ବେଶ ଓ ଆକର୍ଷଣୀୟ ଥିଲା। ଏହି ସମୟରେ ସେ ବ୍ଲାକ ଟ୍ୟାଙ୍କ ଟପ ସିତ ମଲ୍ଟି ଗ୍ରୀନ ଶାର୍ଟ ଓ ବ୍ଲୁ ଜଗର୍ସରେ ନଜର ଆସିଥିଲେ। ଏହାକୁ ମ୍ୟାଚ କରି ମାସ୍କ ଓ ରାଉଣ୍ଡ ଗ୍ଲାସ ପିନ୍ଧି ଏକଦମ କମାଲ ଦେଖାଯାଉଥିଲେ।

ତାରା ସୁତାରିଆ
ତାରା ସୁତାରିଆ ବଲିଉଡରେ ମାତ୍ର ଦୁଇଟି ସିନେମାରେ କାମ କରିଥିଲେ ମଧ୍ୟ ନିଜର ଫ୍ୟାଶନ ସେନ୍ସ ପାଇଁ ସେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି। ମୁମ୍ବାଇର ଅନ୍ଧେରୀରେ ନଜର ଆସିଥିବା ତାରା ଷ୍ଟାଇଲିଶ ଲୁକରେ ନଜର ଆସିଥିଲେ। ତାରା ବ୍ଲାକ ଟ୍ୟୁବ ଟପ ସହିତ ଡେନିମ ଜିନ୍ସ ପିନ୍ଧିଥିଲେ। ଏହି ଲୁକ୍ସ ସିମ୍ପଲ ହୋଇଥିଲେ ମଧ୍ୟ ତାରା ବହୁତ ଷ୍ଟାଇଲିଶ ଦେଖାଯାଉଥିଲେ।

ମାନୁଷୀ ଛିଲ୍ଲର
ମାନୁଷୀଙ୍କ ଫ୍ୟାଶନ ଓ ଷ୍ଟାଇଲିଙ୍ଗ ଚର୍ଚ୍ଚାରେ ରହିବା ସ୍ବଭାବିକ। ମୁମ୍ବାଇର ସୁବୁରବସରେ ନଜର ଆସିଥିବା ମାନୁଷୀ ରେଡ କୋ-ଓର୍ଡ ସେଟରେ ବହୁତ ସୁନ୍ଦର ଦେଖାଯାଉଥିଲେ। କୌଣସି ଗହଣା ବ୍ୟବହାର ନ କରି ମାନୁଷୀ ସଫ୍ଟ ଟୋନ ମେକଅପ ସହିତ ନ୍ୟୁଡ ଲିପଷ୍ଟିକ ଲଗାଇଥିଲେ। କେଶକୁ ମଝିରୁ ଦୁଇ ଭାଗ କରି ମାନୁଷୀ ଗଜିର୍ଅସ ଲୁକ ଦେଇଥିଲେ।

ନିମରତ କୌର
ବଲିଉଡ ଅଭିନେତ୍ରୀ ନିମରତ କୌର ଯଦିଓ କିଛି ଦିନ ହେଲାଣି କୌଣସି ସିନେମାରେ ନଜର ଆସି ନାହାନ୍ତି, କିନ୍ତୁ ନିୟମିତ ନିଜ ଷ୍ଟାଇଲିଶ ଲୁକ ମାଧ୍ୟମରେ ସେ ପ୍ରଶଂସକଙ୍କୁ ଖୁସି କରି ଦେଉଛନ୍ତି। ନିମରତଙ୍କୁ ହଲ୍ଟର ନେକଯୁକ୍ତ କୋ-ଓର୍ଡ ସେଟରେ ଦେଖିବାକୁ ମିଳିଥିଲା। ଏଥିସହିତ ନିମରତ ଅନ୍ୟ କୌଣସି ଆସେସରିଜ ବ୍ୟବହାର କରି ନ ଥିଲେ ମଧ୍ୟ ନିଜ ଲୁକ୍ସକୁ ଷ୍ଟାଇଲିଶ ତଡ଼କା ଦେବା ଲାଗି ଏକ ହୋବୋ ବ୍ୟାଗ ଧରିଥିଲେ। ଏହା ତାଙ୍କ ଲୁକ ସହିତ ପୂରାପୂରି ମ୍ୟାଚ କରୁଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ