ଶେଫଙ୍କୁ ଟପିଗଲେ ସାନଭି: ଘଣ୍ଟାକରେ କଲେ ୩୩ ଡିଶର ରେକର୍ଡ


ଅନେକ ସମୟରେ ଦେଖାଯାଏ ପିଲମାନେ ଦୁଷ୍ଟାମିରେ ଏପରି କିଛି କରି ଦିଅନ୍ତି, ଯାହା ସେମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣିଦିଏ। କୌଣସି ୧୦ ବର୍ଷର ପିଲା ଖୁବ ଶୀଘ୍ର ରୋଷେଇ କରୁଥିବା ଶୁଣିଲେ ହୁଏତ ଆପଣ ବିଶ୍ବାସ କରି ନ ପାରନ୍ତି। କେରଳରେ ଏପରି କିଛି ଦେଖିବାକୁ ମିଳିଛି। ଏଠାରେ ଜଣେ ୧୦ ବର୍ଷୀୟା ବାଳିକା ଏପରି କମାଲ କରିଛନ୍ତି, ଯାହା ଶୁଣି ଆପଣ ଚକିତ ହୋଇଯିବେ।

ସାନଭି ଏମ ପ୍ରଜିଥ ମାତ୍ର ୧୦ ବର୍ଷ ବୟସରେ ନିଜ ନାମରେ ଏକ ରେକର୍ଡ ହାସଲ କରିଛନ୍ତି। ସେ ୧ ଘଣ୍ଟାରେ ଲଗାତର ୩୩ଟି ଡିଶ ପ୍ରସ୍ତୁତ କରି ନିଜ ପାକକଳାରେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏଥିପାଇଁ ଏସିଆ ବୁକ ଅଫ ରେକର୍ଡସରେ ସାନଭିଙ୍କ ନାମ ସାମିଲ ହୋଇଛି।

ୟୁଟ୍ୟୁବରେ ଶେୟାର କରିଛନ୍ତି ଭିଡ଼ିଓ
ସାନଭି ଏହାର ଏକ ଭିଡ଼ିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଛନ୍ତି। ଏତେ କମ ସମୟରେ ସାନଭି ଇଡଲି, ଉପମା, ମଶରୁମ ଟିକା, ପାପଡ଼ି ଚାଟ, ଫ୍ରାଏଡ ରାଇସ, ଚିକେନ ରୋଷ୍ଟ, ପ୍ୟାନ କେକ ଭଳି ଅନେକ ଗୁଡ଼ିଏ ଖାଦ୍ୟ ପ୍ରସ୍ତୁତି କରିଛନ୍ତି।

ସାନଭିଙ୍କ ସଉକ
ସାନଭି ରୋଷେଇ କରିବା ସହିତ ଡ୍ୟାନ୍ସର ଦୀୱାନି ମଧ୍ୟ। କେରଳର ଏର୍ନାକୁଲମର ବାସିନ୍ଦା ସାନଭିଙ୍କ ପିତା ଏୟାରଫୋର୍ସରେ ୱିଙ୍ଗ କମାଣ୍ଡର। ସାନଭିଙ୍କ ରୋଷେଇ କାର୍ଯ୍ୟକ୍ରମ ତାଙ୍କ ଘରେ ହିଁ ହୋଇଥିଲା। ଏହି ସମୟରେ ଲୋକେ ତାଙ୍କୁ ଅନଲାଇନରେ ଦେଖୁଥିଲେ। ନିଜ ଝିଅର ଏହି ସଫଳତା ସମ୍ପର୍କରେ ସୂଚନା ତାଙ୍କ ମା’ ଦେଇଥିଲେ।

ପିଲାଦିନୁ ରହିଛି ରୋଷେଇ ସଉକ
ରୋଷେଇ କରିବାର ସଉକ ସାନଭିଙ୍କର ପିଲାଦିନୁ ରହିଛି। ନିଜର ଏହି ପାକକଳାକୁ ସେ ବହୁତ ଆଗକୁ ନେଇ ଯିବାକୁ ଚାହୁଛନ୍ତି ବୋଲି ସାନଭିଙ୍କ ମା’ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ