ମାଳମାଳ ଭଲ ବେଳାଭୂମି, କେବଳ ପୁରୀ ପାଇଲା ମାନ୍ୟତା


ପର୍ଯ୍ୟଟନକୁ ମିଳିଛି ବଳ। ପୁରୀ ବେଳାଭୂମି ପାଇଛି ଅନ୍ତର୍ଜାତୀୟ ସ୍ବୀକ୍‌ତି। ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ ବେଳାଭୂମି ଭାବେ ସମସ୍ତ ୩୩ ମାନଦଣ୍ଡ ହାସଲ କରିଥିବାରୁ ଡେନମାର୍କର ଫାଉଣ୍ଡେସନ ଅଫ ଏନଭାୟର୍ଣ୍ଣମେଣ୍ଟ ଏଜୁକେସନ ତୀର୍ଥକ୍ଷେତ୍ର ପୁରୀର ଗୋଲ୍ଡେନ ବିଚକୁ ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗ ଟ୍ୟାଗରେ ଯୋଡ଼ିଛି। ତେବେ ରାଜ୍ୟର ଅନେକ ବେଳାଭୂମିକୁ ପ୍ରକ୍‌ତି ତାର ନିଆରା ସ୍ପର୍ଶ ଦେଇ ଗଢ଼ିଥିବା ବେଳେ ଶାସକ ଓ ପ୍ରଶାସକ ସେଗୁଡ଼ିକ ବିଶ୍ବ ନଜରକୁ ଆଣିବାରେ ସଫଳ ହୋଇନାହାନ୍ତି। ଏଠି ଆମର କହିବା କଥା ଯେ ପୁରୀ ଭଳି ପ୍ରୟାସ ହେଲେ ରାଜ୍ୟର ଅନେକ ବେଳାଭୂମି ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ପାରନ୍ତେ।

ବ୍ଲୁ ଫ୍ଲାଗ ଟ୍ୟାଗରେ ପୁରୀ
୫୦ଟି ଦେଶର ଏବେ ୪୬୦୦ଟି ବେଳାଭୂମିକୁ ମିଳିଛି ବ୍ଲୁ ଫ୍ଲାଗ ଟ୍ୟାଗର ମାନ୍ୟତା। ଏବେ ଏଥିରେ ଯୋଡ଼ିହୋଇଛି ପୁରୀର ସ୍ବର୍ଣ୍ଣିମ ବେଳାଭୂମି ସମେତ ଦେଶର ୮ଟି ବେଳାଭୂମି। ସ୍ପେନରେ ସବୁଠୁ ଅଧିକ ବ୍ଲୁ ଫ୍ଲାଗ ଟ୍ୟାଗରେ ଯୋଡ଼ି ହୋଇଥିବା ବେଳାଭୂମି ରହିଛି। ୨୦୧୮ରେ ଭାରତ ଏ ଦିଗରେ ପ୍ରୟାସ ଆରମ୍ଭ କରି ପ୍ରଥମ ପ୍ରୟାସରେ ଏହାର ୮ଟି ବେଳାଭୂମିକୁ ଏଭଳି ମାନ୍ୟତା ପ୍ରଦାନ କରି ବିଶ୍ବରେ ରେକର୍ଡ ରଚିଛି। ପୂର୍ବରୁ କୌଣସି ଦେଶ ଏକାବେଳେ ଏତେ ସଂଖ୍ୟକ ବେଳାଭୂମିକୁ ଏଭଳି ସମ୍ମାନ ମିଳିବା ଦିଗରେ ପ୍ରସ୍ତୁତ କରାଇ ପାରି ନ ଥିଲେ, ଯେଭଳି ଭାରତ କରିଛି। ଭାରତ ବିଶ୍ବବ୍ୟାଙ୍କ ସହାୟତାରେ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଅର୍ଥରେ ଉପକୂଳକୁ ନବକଳେବର ଦେଇଛି। ଓଡ଼ିଶା ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୁଜ କୁହାଯାଉଥିବା ପୁରୀ-କୋଣାର୍କ-ଭୁବନେଶ୍ବରର ବିକାଶ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି। ଆଧ୍ୟାତ୍ମିକ ଓ ସାଂସ୍କ୍‌ତିକ ସହର ପୁରୀ ବେଳାଭୂମିର ଦିଗବାରେଣୀ ଖୁଣ୍ଟ ଠାରୁ ମେଫେୟାର ହୋଟେଲ ଯାଏ ୮୭୦ ମିଟର ପରିବ୍ୟାପ୍ତ ଅଞ୍ଚଳରେ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ନିର୍ମାଣ କାର୍ଯ୍ୟ କରାଯାଇଛି। ବେଳାଭୂମିରେ ସାଧାରଣ ଶୌଚାଳୟ ଠାରୁ ଆରମ୍ଭ କରି ସ୍ନାନାଗାର, ପର୍ଯ୍ୟଟକଙ୍କ ପାଇଁ ୱାଚ ଟାୱାର, ସୌରଶକ୍ତି ଚାଳିତ ବିଜୁଳି ବ୍ୟବସ୍ଥା, ସୁରକ୍ଷିତ ସମୁଦ୍ର ସ୍ନାନ ବ୍ୟବସ୍ଥା, ଯାନ୍ତ୍ରିକ ସଫେଇ ବ୍ୟବସ୍ଥା, ପାର୍କ ଓ ପାର୍କିଂ ବ୍ୟବସ୍ଥା, ବୁଲା ବିକାଳିଙ୍କ ଜୀବିକାର୍ଜନକୁ ସୁଗମ କରିବା ପାଇଁ କମ୍ପ୍ଲେକ୍ସ ନିର୍ମାଣ ଆଦି ବ୍ୟାପକ ଭିତ୍ତିଭୂମିର ବିକାଶ କରାଯିବା ଫଳରେ ଏଭଳି ମାନ୍ୟତା ପାଇଁ ପଥ ପରିଷ୍କାର ହୋଇଥିଲା।

୭ ରାଜ୍ୟର ୮ ବେଳାଭୂମିକୁ ମାନ୍ୟତା
ଦେଶର ୮ଟି ବେଳାଭମିକୁ ଏଭଳି ମାନ୍ୟତା ପାଇଁ ବାଛିଥିଲା ଫାଉଣ୍ଡେସନ ଫର ଏନଭାୟର୍ଣ୍ଣମେଣ୍ଟ ଆଣ୍ଡ ଏଜୁକେସନ (ଏଫଇଇ)। ଦ୍ବାରକା-ଗୁଜରାଟର ଶିବରାଜପୁର, ଡିଉର ସେଟାବାଲା, କର୍ଣ୍ଣାଟକର କାସରକୋଡ ଓ ପାଡୁବିଦ୍ରି, କେରଳର କପ୍ପଡ, ଆନ୍ଧ୍ର ପ୍ରଦେଶର ରୁଷିକୋଣ୍ଡା, ପୁରୀର ଗୋଲ୍ଡେନ ବିଚ ଏବଂ ଆଣ୍ଡାମାନ ନିକୋବରର ରାଧାନଗର ବେଳାଭୂମିକୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି।

୫ ବର୍ଷରେ ୧୦୦ ବେଳାଭୂମିକୁ ଟାର୍ଗେଟ
କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଜରିଆରେ ଉପକୂଳ ଅଞ୍ଚଳର ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ଦେବା ସହ ଆଗାମୀ ୫ ବର୍ଷରେ ଏଭଳି ସମ୍ମାନ ହାସଲ କରିବାକୁ ୧୦୦ ବେଳାଭୂମିକୁ ଯୋଗ୍ୟ କରିବାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଭାରତ ସରକାର ନିଜର ପରିବେଶୀୟ ଉନ୍ନତି ଓ ବେଳାଭୂମି ଗୁଡ଼ିକର ବିକାଶ ପାଇଁ ଗତ ମାସରେ ବିଚ ଏନାଭାର୍ଣ୍ଣମେଣ୍ଟ ଆଣ୍ଡ ଏସଥେଟିକ ମ୍ୟାନେଜମେଣ୍ଟ ସର୍ଭିସ ବିଭାଗର ପ୍ରଚଳନ କରିଛନ୍ତି। ବେଳାଭୂମି ଗୁଡ଼ିକ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।

ରହିଛି ଅପାର ସମ୍ଭାବନା
ବାଲେଶ୍ବର ଠାରୁ ଗୋପାଳପୁର ଯାଏ ଦୀର୍ଘ ୪୮୧ କିମି ପରିବ୍ୟାପ୍ତ ରାଜ୍ୟର ଉପକୂଳ ଅଞ୍ଚଳକୁ ପ୍ରକ୍‌ତି ଅତ୍ୟନ୍ତ ମନଲୋଭା କରି ଗଢ଼ିଥିଲା। ମନୁଷ୍ୟର ଭୋଗ ବିଳାସ ଓ ପ୍ରବ୍‌ତ୍ତି ପାଇଁ ପ୍ରକ୍‌ତି ଜଙ୍ଗଲ ଓ ବାଲିବନ୍ତ ଉଜୁଡ଼ି ଯିବାରୁ ଉପକୂଳ ଓଡ଼ିଶା ଅବକ୍ଷର ସାମ୍ନା କରୁଛି। ହେନ୍ତାଳବଣର ସୁରକ୍ଷା, ବର୍ଜ୍ୟ ଜଳର ପରିଚାଳନା, ବେଳାଭୂମିରେ ନିର୍ମାଣ କାମ ଉପରେ ରୋକ ଓ ଚାନ୍ଦିପୁର, ଆର୍ଯ୍ୟପଲ୍ଲୀ, ଜାହାନିଆ, ପେଣ୍ଠ, ସାତଭାୟାର ବେଳାଭୂମି ଗୁଡ଼ିକୁ ବିକଶିତ କଲେ ଅନ୍ତର୍ଜାତୀୟ ମାନ୍ୟତା ଆଣିବାରେ ଓଡ଼ିଶା ବିଶ୍ବରେ ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତି ଠିଆ କରିଦେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ