ଲଜ୍ଜିତ କରୁଛି କି ହଳଦିଆ ଦାନ୍ତ, ଏମିତି ଚମକାନ୍ତୁ


ସ୍ମିତହାସ୍ୟଭରା ଚେହେରା କାହାକୁ ବା ଭଲ ଲାଗି ନ ଥାଏ! କିନ୍ତୁ ଯଦି ଦାନ୍ତ ହଳଦିଆ ପଡ଼ିଥାଏ, ତେବେ ଏହା ଆପଣଙ୍କ ପାଇଁ ଲୋକହସାର କାରଣ ହୋଇଥାଏ। କେତେକ ଲୋକଙ୍କ ଦାନ୍ତ ଠିକରେ ସଫା ନ ହେବାରୁ ହଳଦିଆ ପଡ଼ିଯାଏ। ଅନେକ ସମୟରେ ଅତ୍ୟଧିକ ଚା’, କଫି, ପାନ, ଗୁଟଖା, ଧୂମପାନ ଆଦି କରିବା ଯୋଗୁ ମଧ୍ୟ ହଳଦିଆ ପଡ଼ିବାରେ ଲାଗେ। ଏଠାରେ କେତେକ ଘରୋଇ ଉପାୟ ଦିଆଯାଇଛି ଯାହା ଅନୁସରଣ କରି ହଳଦିଆ ପଡ଼ି ଯାଇଥିବା ଦାନ୍ତକୁ ଧଳା କରିପାରିବେ।

ସେଓ ଖାଆନ୍ତୁ

କୁହାଯାଏ ଦୈନିକ ଏକ ସେଓ ସେବନ କରିବା ଦ୍ବାରା ଅନେକ ରୋଗ ଦୂର ହୁଏ। ପ୍ରତ୍ୟେକ ଦିନ ସେଓ ଖାଇବା ଦ୍ବାରା ଆପଣଙ୍କ ରକ୍ତଚାପ ନର୍ମାଲ ରହିଥାଏ। ଏଥିସହିତ ଆପଣଙ୍କ ଦାନ୍ତର ହଳଦିଆପଣ ମଧ୍ୟ ଦୂର ହୋଇ ଧଳା ଦେଖାଯିବ। ସେଓରେ ମ୍ୟାଲିକ ଏସିଡ ରହିଛି, ଯାହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଏହାକୁ ମଜବୁତ ରଖିବାରେ ମଧ୍ୟ ସାହାଯ୍ୟ କରେ।

ଷ୍ଟ୍ରବେରୀ ସେବନ
ଷ୍ଟ୍ରବେରୀର ସ୍ବାଦ ଯେମିତି ଉତ୍ତମ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେମିତି ଲାଭଦାୟକ। ଏହା ହଳଦିଆ ଦାନ୍ତରୁ ମୁକ୍ତି ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ଷ୍ଟ୍ରବେରୀରେ ଥିବା ମ୍ୟାଲିକ ଏସିଡ ଦାଗ ସଫା କରିବାରେ ସାହାଯ୍ୟ କରିଥାଏ। ଷ୍ଟ୍ରବେରୀରର ପେଷ୍ଟ ତିଆରି କରି ଏହାକୁ ଦାନ୍ତରେ କିଛି ସମୟ ରଗଡ଼ନ୍ତୁ। ଏହାପରେ ତୁରନ୍ତ ପାଟି ଧୋଇ ଦିଅନ୍ତୁ।

ଲୁଣ ଓ ଲେମ୍ବୁ ପେଷ୍ଟ
ଦାନ୍ତ ସଫା କରିବାର ସବୁଠାରୁ ପୁରୁଣା ଦେଶୀ ଉପାୟ ହେଉଛି ଲେମ୍ବୁ ଲୁଣ ପେଷ୍ଟ। ଏହା ଦାନ୍ତକୁ ଭିତରୁ ସଫା କରି ମଜବୁତ କରିଥାଏ। ଏଥିସହିତ ଦାନ୍ତର ହଳଦିଆପଣ ମଧ୍ୟ ଦୂର କରିଥାଏ। ଅଳ୍ପ ଲୁଣରେ ଲେମ୍ବୁ ରସ ପକାଇ ଏଥିରେ ନିୟମିତ ଭାବେ ଦାନ୍ତ ସଫା କରନ୍ତୁ। ତେବେ ଏହା ବ୍ୟବହାର କରିବା ପରେ ବ୍ରଶ କରନ୍ତୁ।

ତୁଳସୀ

ଔଷଧୀୟ ଗୁଣରେ ଭରପୂର ତୁଳସୀ କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ନ ଥାଏ, ବରଂ ଏହା ହଳଦିଆ ପଡ଼ିଯାଇଥିବା ଦାନ୍ତକୁ ମଧ୍ୟ ସଫା କରେ। ଦାନ୍ତ ଓ ପାଟି ରୋଗରୁ ତୁଳସୀ ରକ୍ଷା କରିଥାଏ। ତୁଳସୀ ପତ୍ରକୁ ଖରାରେ ଶୁଖାଇ ଦିଅନ୍ତୁ। ଏହାର ପାଉଡର ଟୁଥପେଷ୍ଟ ସହିତ ମିଶାଇ ବ୍ରଶ କରିବା ଦ୍ବାରା ଦାନ୍ତରେ ଚମକ ଆସିବ।

ନିମ୍ବ

ଅନେକ ଔଷଧ ତିଆରିରେ ନିମ୍ବ ବ୍ୟବହାର କରାଯାଏ। ପ୍ରାଚୀନ କାଳରେ ଦାନ୍ତ ପାଇଁ ନିମ୍ବ ପ୍ରଭାବୀ ବୋଲି କୁହାଯାଉଥିଲା। ନିମ୍ବରେ ଦାନ୍ତ ସଫା କରିବା ଓ ବ୍ୟାକ୍ଟେରିଆ ମାରିବାର ଗୁଣ ରହିଛି। ଏହା ଏକ ପ୍ରାକୃତିକ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଅଟେ। ଆପଣ ଚମକଦାର ଦାନ୍ତ ଚାହୁଥିଲେ ନିମ୍ବ ଦାନ୍ତକାଠିରେ ଦାନ୍ତ ସଫା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ