ନିଅନ୍ତୁ ରୁପା ଗହଣା ସଫା କରିବାର ଟିପ୍ସ


କିଛି ଦିନ ବ୍ୟବହାର କରିବା ପରେ ରୁପା ଗହଣା ଓ ଅନ୍ୟ ସାମଗ୍ରୀ କଳା ପଡ଼ିଯାଏ। କଳା ପଡ଼ିବା ପରେ ଏହାକୁ ଅନେକ ପିନ୍ଧିବା ଛାଡ଼ି ଦେଇଥାନ୍ତି। କିନ୍ତୁ ଯଦି ରୁପା କଳା ପଡ଼ିଯାଏ, ତେବେ କେତେକ ଉପାୟ ଅବଲମ୍ବନ କରି ରୁପାର ଚମକ ଫେରାଇ ଆଣିପାରିବେ।

  • ରୁପାକୁ ଯେତେବେଳେ ସଫା କରୁଛନ୍ତି, ସେହି ସମୟରେ ମୁଲାୟମ ଓ ଶୁଖିଲା କପଡ଼ା ବ୍ୟବହାର କରନ୍ତୁ। କୌଣସି ରାସାୟନିକ ପଦାର୍ଥ, ଏସିଡ ଆଦିରେ ରୁପା ଗହଣା ସଫା କରିବା ଉଚିତ ନୁହେଁ। ଏହାଦ୍ବାରା ରୁପାର ସୁରକ୍ଷାତ୍ମକ ଲେୟାର ଛାଡ଼ିଯାଏ।
  • ରୁପା କଳା ପଡ଼ିଗଲେ ଏହାକୁ ଲୁଣରେ ଭିଜାଇ ରଖନ୍ତୁ। ଏକ ପ୍ୟାନରେ ଲୁଣ ସହିତ ଦୁଇ ଇଞ୍ଚର ପାଣି ମିଶାଇ ଗରମ କରନ୍ତୁ। ଏହାପରେ ଏଥିରେ ରୁପା ଗହଣା ପକାନ୍ତୁ। କିଛି ଘଣ୍ଟା ଏପରି ରଖିବା ପରେ କପଡ଼ାରେ ସଫା କରନ୍ତୁ।
  • ଆପଣ ଚାହିଲେ ରୁପା ଗହଣା ଉପରେ ଖାଇବା ସୋଡ଼ା ସିଞ୍ଚି ଗରମ ପାଣିରେ ଧୋଇବା ଦ୍ବାରା ଦାଗରୁ ମୁକ୍ତି ମିଳିବ।
  • ଗରମ ସ୍ଥାନରେ ରୁପା ଗହଣା ରଖନ୍ତୁ ନାହିଁ। ଏହାବ୍ୟତୀତ ରୁପାକୁ କେବେ ବି ପ୍ଲାଷ୍ଟିକ ବ୍ୟାଗରେ ରଖନ୍ତୁ ନାହିଁ। ଏହାକୁ ଏକ ନରମ କପଡ଼ା କିମ୍ବା ଏୟାର ଟାଇଟ ବାକ୍ସରେ ସଫା ସୁତୁରା ସ୍ଥାନରେ ରଖନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ