ମାଛି ଘଉଡ଼ାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ


ଘରେ କୌଣସି ସ୍ଥାନରେ କିଛି ଖାଦ୍ୟ ଜିନିଷ ପଡ଼ିଗଲେ ମାଛି ଗଣ ଗଣ ହେବାରେ ଲାଗିଥାନ୍ତି। ବିଶେଷକରି ବର୍ଷାଦିନେ ଅଧିକ ମାଛି ଦେଖିବାକୁ ମିଳିଥାନ୍ତି। ମାଛି ଦ୍ବାରା ରୋଗ ମଧ୍ୟ ବ୍ୟାପିଥାଏ। ଘରୁ ମାଛି ଘଉଡ଼ାଇବା ପାଇଁ ଏଠାରେ କେତେକ ଘରୋଇ ଉପାୟ ଦିଆଯାଇଛି, ଯାହାକୁ ଅନୁସରଣ କରି ସହଜରେ ଘରୁ ମାଛି ଘଉଡ଼ାଇ ପାରିବେ।

  • ତୁଳାକୁ ଗୁଳା କରି ଏହାକୁ ଯେ କୌଣସି ଅଧିକ ବାସ୍ନାଯୁକ୍ତ ତେଲରେ ବୁଡ଼ାଇ କବାଟ ପାଖରେ ରଖନ୍ତୁ ଏହି ବାସ୍ନା ମାଛିଙ୍କୁ ପସନ୍ଦ ଆସି ନ ଥାଏ। ତେଣୁ ସେମାନେ ତୁରନ୍ତ ଘରୁ ପଳାଇବେ।
  • କର୍ପୁର ଜାଳି ମଧ୍ୟ ଆପଣ ମାଛି ଘଉଡ଼ାଇ ପାରିବେ। କର୍ପୁର ଜାଳି ଏହାର ଧୁଆଁ ପୂରା ଘରେ ବୁଲାନ୍ତୁ।
  • ଗୋଟିଏ ସେଓରେ କିଛି ଲବଙ୍ଗ ଖୋସି ଏହାକୁ ଏପରି ସ୍ଥାନରେ ରଖନ୍ତୁ, ଯେଉଁଠି ଅଧିକ ମାଛି ଲାଗୁଛନ୍ତି। ଲବଙ୍ଗ ବାସ୍ନା ମାଛିମାନେ ସହିପାରନ୍ତି ନାହିଁ।
  • ସ୍ପ୍ରେ ବଟଲରେ ପାଣି ଓ ଲଙ୍କାଗୁଣ୍ଡ ମିଶାନ୍ତୁ ଯେଉଁ ସ୍ଥାନରେ ମାଛି ଲାଗୁଛନ୍ତି, ସେଠାରେ ଏହାକୁ ସ୍ପ୍ରେ କରନ୍ତୁ ମାଛି ତୁରନ୍ତ ଘର ଛାଡ଼ି ପଳାଇବେ।
  • ଘରେ ପୋଛା ଲଗାଇବା ସମୟରେ ପାଣିରେ କୀଟାଣୁନାଶକ ଲିକୁଇଡ ମିଶାନ୍ତୁ। ବ୍ଲିଚ କିମ୍ବା କ୍ଲୋରିନ ଆଧାରିତ କ୍ଲିନର ସବୁଠାରୁ ଉନ୍ନମ ବିକଳ୍ପ। ଏହାଦ୍ବାରା ମଧ୍ୟ ମାଛି ପଳାଇବେ।
  • ଯେଉଁଠି ଅଧିକ ମାଛି ରହୁଛନ୍ତି, ସେଠାରେ ଡାଳଚିନି ରଖନ୍ତୁ। ଡାଳଚିନି ବାସ୍ନା ମାଛିଙ୍କୁ ପସନ୍ଦ ନୁହେଁ। ଏହାଠାରୁ ସେମାନେ ଦୂରେଇ ରହନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ