ଜାଣନ୍ତୁ କଙ୍ଗୋ ଜ୍ବରର ଲକ୍ଷଣ ଓ ଉପଚାର


କୋରୋନା ସଙ୍କଟ କାଳରେ ଭାଇରାଲ ଫ୍ଲୁ, ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରେ ଲୋକେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ଏବେ କଙ୍ଗୋ ଜ୍ବର ମଧ୍ୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମହାରାଷ୍ଟ୍ରର ପାଲଘର ଜିଲାରେ ଏହି ରୋଗର ସମ୍ଭାବ୍ୟ ସଂକ୍ରମଣକୁ ନେଇ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। କଙ୍ଗୋ ଜ୍ବର ଅର୍ଥାତ କ୍ରାଇମିୟାନ କଙ୍ଗୋ ହେମରଜିକ ଜ୍ବର ପ୍ରତି ସାବଧାନତା ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଛି। କାରଣ ଏହାର କୌଣସି ବିଶେଷ ପ୍ରଭାବୀ ଉପଚାର ନାହିଁ। କୋରୋନା ଭଳି ଏହାର ଲକ୍ଷଣ ଦେଖି ଉପଚାର କରାଯାଏ।

ଏହି ଭାଇରାଲ ଜ୍ବର ବିଶେଷ ପ୍ରକାରର କୀଟ ଜରିଆରେ ଗୋଟିଏ ପଶୁ ଠାରୁ ଅନ୍ୟ ପଶୁକୁ ବ୍ୟାପିଥାଏ। ପଶୁର ରକ୍ତ ସଂସ୍ପର୍ଶରେ ଆସିବା ପରେ କିମ୍ବା ଏଭଳି ସଂକ୍ରମିତ ପଶୁର ମାଂସ ଖାଇବା ଫଳରେ ଏହା ମଣିଷକୁ ବ୍ୟାପିଥାଏ। ଠିକ ସମୟରେ ଏହାକୁ ଚିହ୍ନଟ କରି ଚିକିତ୍ସା କରା ନ ଗଲେ ଏଥିରେ ୩୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବାନୁସାରେ ଏହାର ଲକ୍ଷଣ ଜଣାପଡ଼ିବାକୁ ୬ରୁ ୧୩ ଦିନ ସମୟ ଲାଗିଥାଏ।

ଏହି ଜ୍ବରରେ ପୀଡ଼ିତ ବ୍ୟକ୍ତିଙ୍କୁ ଜ୍ବର ଆସିବା ସହିତ ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧିବା ଓ ବୁଲାଇବା ଭଳି ଲକ୍ଷଣ ଦେଖାଯାଇଥାଏ। କେତେକ ରୋଗୀଙ୍କୁ ସୂର୍ଯ୍ୟ କିରଣରେ ମଧ୍ୟ ସମସ୍ୟା ହୋଇଥାଏ। ଆଖି ଫୁଲିଯିବା ସହିତ ସଂକ୍ରମଣର ୨ରୁ ୪ ଦିନ ମଧ୍ୟରେ ନିଦ ନ ହେବା, ଅବସାଦ ହେବା ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ