ରୋଷେଇ କାମକୁ ସହଜ କରିବ ଏସବୁ ଟିପ୍ସ


ଯେଉଁମାନଙ୍କର ରୋଷେଇ କରିବା ସଉକ ରହିଛି, ସେମାନେ ରୋଷେଇ ଘରେ ସବୁକିଛି ପରଫେକ୍ଟ ହେଉ ବୋଲି ଚାହିଥାନ୍ତି। ଯଦି ଆପଣଙ୍କ ସ୍ବଭାବ ମଧ୍ୟ ଠିକ୍‌ ଏହି ଭଳି, ତେବେ ଚାଲନ୍ତୁ ଜାଣିବା କିଚେନ୍‌ର ଛୋଟଛୋଟ ଟ୍ରିକ୍ସ, ଯାହାକୁ ଅନୁସରଣ କରି କେବଳ କିଚେନ୍‌ର କାମକୁ ସହଜ ହେବନି, ବରଂ ଆପଣଙ୍କ ଖାଦ୍ୟରେ ମଧ୍ୟ ଅଲଗା ଏକ ସ୍ବାଦ ଚାଖିବାକୁ ମିଳିବ। ଚାଲନ୍ତୁ ଜାଣିବା କିଚେନ୍‌ ସହିତ ଜଡ଼ିତ କେତେକ ଟିପ୍ସ ସମ୍ପର୍କରେ।

ପରିବାର ରଙ୍ଗ
ଟମାଟୋର ବ୍ୟବହାର କେବଳ ଖାଦ୍ୟର ଫ୍ଲେବର ଆଣିବା ପାଇଁ ନୁହେଁ, ବରଂ ଏହା ରଙ୍ଗ ମଧ୍ୟ ଦେଇଥାଏ। କିନ୍ତୁ ଅନେକ ସମୟରେ ଅନେକଗୁଡ଼ିଏ ଟମାଟୋ ପକାଇବା ପରେ ମଧ୍ୟ ତରକାରୀର ରଙ୍ଗ ଭଲ ହୋଇ ନ ଥାଏ। ଏପରିସ୍ଥଳେ ଯଦି ଟମାଟୋକୁ ବ୍ଲେଣ୍ଡ କରିବାବେଳେ ଖଣ୍ଡେ ବିଟ୍‌ ପକାଉଛନ୍ତି, ତେବେ ଏକ ଅଲଗା ରଙ୍ଗ ଆପଣଙ୍କୁ ଦେଖିବାକୁ ମିଳିବ।

ଗ୍ୟାସ୍‌ ବର୍ଣ୍ଣର
ପୁରୁଣା ଓ କଳା ପଡ଼ି ଯାଇଥିବା ଗ୍ୟାସ୍‌ ବର୍ଣ୍ଣରକୁ ସାରା ରାତି ଭିନେଗାରରେ ବୁଡ଼ାଇ ରଖନ୍ତୁ। ସକାଳୁ ଉଠି ବ୍ରଶ୍‌ ସାହାଯ୍ୟରେ ସଫା କରନ୍ତୁ। ଖରାରେ ଶୁଖାଇବା ପରେ ଏହାକୁ ବ୍ୟବହାର କରନ୍ତୁ।

ଫ୍ରେଶ୍‌ ଓ ଜୁସି ଚିକେନ୍
ସନ୍ଧ୍ୟା ସମୟରେ ଚିକେନ୍‌ ଫ୍ରାଏ ଖାଇବାକୁ ଇଚ୍ଛା ହେଲେ, ବୋନ୍‌ଲେସ୍‌ ଚିକେନ୍‌ ନିଅନ୍ତୁ। ଏହା ଉପରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ପ୍ୟାନ୍‌ରେ ଡିପ୍‌ ଫ୍ରାଏ କରନ୍ତୁ। ଏପରି ଚିକେନ୍‌ ରାନ୍ଧିବା ଫଳରେ ଏହା ଜୁସି ଓ ସଫ୍ଟ ହୋଇଥାଏ।

ସେଓ ପଡ଼ିବନି କଳା
ଯଦି ପତି ଓ ପିଲାଙ୍କୁ ଟିଫିନ୍‌ରେ ସେଓ କାଟି ଦେଉଛନ୍ତି ଓ ଏହା କଳା ପଡ଼ି ଯାଉଛି, ତେବେ ସେଓ କାଟିବା ପରେ ପ୍ରତ୍ୟେକ ଖଣ୍ଡରେ ଲେମ୍ବୁ ଘଷନ୍ତୁ। ସେଓ କଳା ପଡ଼ିବନି।

ତାଜା ଅଣ୍ଡା
ଫ୍ରିଜ୍‌ରେ ସାଧାରଣତଃ ପୂର୍ବରୁ ରଖାଯାଇଥିବା ଅଣ୍ଡା ଓ ତାଜା ଅଣ୍ଡା ମିଶି ଯାଇଥାଏ। ତାଜା ଓ ବାସି ଅଣ୍ଡାର ଫରକ ଜାଣିବା ଲାଗି ଏହାକୁ ପାଣି ପାତ୍ରରେ ରଖନ୍ତୁ। ବାସି ଅଣ୍ଡା ପାଣିରେ ଭାସିବ। ତେଣୁ ଆପଣ ଏହାକୁ ପ୍ରଥମେ ବ୍ୟବହାର କରିପାରିବେ।

ଥଣ୍ଡା ଲହୁଣୀ
ଅନେକ ସମୟରେ ବ୍ରେଡ୍‌ରେ ଲହୁଣୀ ଲଗାଇବା ପାଇଁ ଫ୍ରିଜ୍‌ରେ ରଖାଯାଇଥିବା ଲହୁଣୀ ବାହାର କରିବାକୁ ଭୁଲି ଯାଇଥାଉ। ଯଦି ଆପଣଙ୍କ ସହିତ ମଧ୍ୟ ଏହା ହୋଇଛି, ତେବେ ଏକ ଗ୍ଲାସ୍‌ ଗରମ ପାଣି ନିଅନ୍ତୁ। ଏହା ଉପରେ ଲହୁଣୀ ପ୍ଲେଟ୍‌ ରଖନ୍ତୁ। ଲହୁଣୀ ଖୁବ୍‌ଶୀଘ୍ର ନର୍ମାଲ ଟେମ୍ପରଚରରେ ଆସିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ