ମାନସିକ ସ୍ବାସ୍ଥ୍ୟ ବିଗାଡ଼ୁଛି କୋରୋନା


କୋରୋନା ମହାମାରୀ ବିଶ୍ବର କୋଟି କୋଟି ଲୋକଙ୍କ ଦିନଚର୍ଯ୍ୟାକୁ ବିଗାଡ଼ି ରଖିଛି। ମାସ ମାସ ଧରି ଚାଲିଥିବା ଏହି କୋଭିଡ-୧୯ କାରଣରୁ ଲୋକେ ନିଜ ଘରେ ଏକରକମ କଏଦ ହୋଇ ରହିଛନ୍ତି। ଏହି ଭାଇରସ କବଳରୁ କିପରି ରକ୍ଷା ପାଇବେ, ଏହି ଚିନ୍ତାରେ ସେମାନଙ୍କ ଦିନ ବିତି ଯାଉଛି। ଯେଉଁଥିପାଇଁ ସେମାନଙ୍କୁ ଚିନ୍ତା, ଚାପ, ବ୍ୟସ୍ତତା, ଅବସାଦ ଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି।

ନିକଟରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କୋଭିଡ-୧୯ ମହାମାରୀ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି। ବିଶେଷକରି ଅଣଶ୍ବେତାଙ୍ଗ ଓ ଏସିଆ ଦେଶର ଯୁବପିଢ଼ିଙ୍କ ଉପରେ ଏହି ଭାଇରସର ପ୍ରଭାବ ବ୍ୟାପକ ରୂପେ ଦେଖାଯାଉଛି। ଆମେରିକାରେ ସେଣ୍ଟର ଫର ଲ ଆଣ୍ଡ ସୋସାଲ ପଲିସିରେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ନେତୃତ୍ବ ନେଉଥିବା ଈଶା ବୀରସିଂଘେ କହିଛନ୍ତି ଯେ ମହାମାରୀ ସମୟରେ ଅନେକ ସମ୍ପ୍ରଦାୟ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆ ନ ଯିବା କାରଣରୁ ସ୍ଥିତି ଖରାପ ହୋଇଯାଉଛି।

ବିଛିନ୍ନତା, ଆର୍ଥିକ ସମସ୍ୟା, ପୋଲିସର ବର୍ବରତା, ଏସିଆ ବିରୋଧୀ ହିଂସା ଆଦି କାରଣରୁ ଆମେରିକାରେ ରହୁଥିବା ଲୋକଙ୍କ ମଧ୍ୟରେ ଚାପ ଓ ଚିନ୍ତା ବଢ଼ି ଯାଇଛି। ଏ ଭଳି ସ୍ଥିତିରେ ଲୋକେ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇାକୁ ବାଧ୍ୟ ହେଉଛନ୍ତି। ଏଥିସହିତ କୋଭିଡ-୧୯ ମହାମାରୀ ସାରା ବିଶ୍ବରେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଛି। ଯେଉଁ କାରଣରୁ କୋଟି କୋଟି ଲୋକ ରୋଜଗାର ହରାଇବା ଭଳି ସଙ୍କଟ ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ ପାରିବାରିକ ଚାପ ଓ ମାନସିକ ଚିନ୍ତା ଭାବେ ସାମ୍ନାକୁ ଆସିଛି। ଯଦି ଏହି ସଙ୍କଟ ଦୀର୍ଘ ଦିନ ଏଭଳି ଚାଲେ, ତେବେ ପରିଣାମ ବହୁତ ଘାତକ ହୋଇପାରେ ବୋଲି ବକେଲ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ