‘ମୋଦି ବନ୍ୟା ରିଲିଫ କିଟ୍‌’ ପଠାଇଲା ବିଜେପି


ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ପାଳନ କରାଯାଇଥିଲା ‘ସେବା ସପ୍ତାହ’। ଏହି ସେବା ସପ୍ତାହ ଅବସରରେ ଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରୁ ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ୭୦ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ରିଲିଫ୍‌ ସାମଗ୍ରୀ ପଠାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରିଲିଫ୍‌ ଟ୍ରକ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଲୋକଙ୍କ ପାଇଁ ସାମଗ୍ରୀ ନେଇ କଣାସ ବାହାରିଛି ଟ୍ରକ୍‌। ଏହି ଟ୍ରକ୍‌କୁ ବିଜେପି ଅଧକ୍ଷ ପତାକା ଦେଖାଇ ଫ୍ଲାଗ୍‌ ଅଫ୍‌ କରିଛନ୍ତି। ଏଥିସହ ମୋଦିଙ୍କ ୭୦ ତମ ଜନ୍ମ ଦିନ ଅବସରରେ ବିଜେପି ମୁଖ୍ୟାଳୟରେ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ଏକ
ଫଟୋ ପ୍ରଦର୍ଶନୀ କରାଯାଇଥିଲା ଯାହାକୁ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ