ପାଣିରେ ନିଆଁ ଲଗାଉଛି ଅନୁଷ୍କାଙ୍କ ସ୍ବିମିଂ ସୁଟ


ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ପତି ବିରାଟ କୋହଲିଙ୍କ ସହିତ ଅନୁଷ୍କା ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଥିଲେ। ଏବେ ଅନୁଷ୍କା ନିଜ ଗର୍ଭଧାରଣ ସମୟକୁ ଭରପୂର ଉପଭୋଗ କରୁଛନ୍ତି। ନିକଟରେ ସୋସାଲ ମିଡିଆରେ ଅନୁଷ୍କା ଏକ ସ୍ବିମିଂ ସୁଟରେ ବେବି ବମ୍ପ ପ୍ଲାଣ୍ଟ କରିଥିବା ନଜର ଆସିଥିଲେ। ଏହି ଲୁକରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ।

ଅନୁଷ୍କା ସ୍ବିମିଂ ପୁଲରେ ଏକ କଳା ରଙ୍ଗର ସ୍ବିମିଂ ସୁଟ ପିନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ତାଙ୍କ ଉପରେ ଖୁବ ସୁଟ କରୁଥିଲା। ଅନୁଷ୍କା ଏହି ସ୍ବିମିଂ ସୁଟ ପିନ୍ଧି ପାଣିରେ ନିଆଁ ଲଗାଉଥିବା ଭଳି ମନେ ହେଉଛନ୍ତି। ଫଟୋ ସହିତ ଅନୁଷ୍କା ଜୀବନକୁ ନେଇ ଏକ ଖାସ ନୋଟ ମଧ୍ୟ ଲେଖିଛନ୍ତି। ଖାର୍ଟ ଟୋଲଙ୍କ ଏକ ଲାଇନ ଅନୁଷ୍କା ତାଙ୍କ ଜୀବନ ସହିତ ଯୋଡ଼ିଛନ୍ତି। ଅନୁଷ୍କା ଲେଖିଛନ୍ତି ଯେ ତୁମ ଜୀବନରେ ପୂର୍ବରୁ ଯାହା କିଛି ଭଲ ଜିନିଷ ରହିଛି, ତାହାକୁ ସ୍ବୀକାର କରିବା ହେଉଛି ସବୁକିଛିର ମୂଳଦୁଆ। ଯେଉଁମାନେ ମୋ ପ୍ରତି ସହାନୁଭୂତି ଦେଖାଇଛନ୍ତି, ସେ ସମସ୍ତଙ୍କୁ ଧନ୍ୟବାଦ। ଏ ଦୁନିଆରେ ଏବେ ବି କିଛି ଭଲ ଜିନିଷ ରହିଛି, ତାହା ଉପରେ ଆସ୍ଥା ରଖିଥିବାରୁ ସକାରାତ୍ମକ ଚିନ୍ତା ମନକୁ ଆସିପାରୁଛି। ପରେ ଅନୁଷ୍କା ଆଧ୍ୟାତ୍ମିକ ଗୁରୁ ରାମ ଦାସଙ୍କ ଏକ ପଙ୍‌କ୍ତି ଲେଖି ନିଜ ପୋଷ୍ଟ ପୂରା କରିଛନ୍ତି। ଶେଷରେ ସେ ଲେଖିଛନ୍ତି ଏସବୁ ପରେ ଆମେ ସମସ୍ତେ ପରସ୍ପରଙ୍କ ଘର ଚଳାଉଛୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ