ଶରୀରରେ ଧାର୍ମିକ ଟାଟୁ କରିଥିଲେ ହୋଇଯାଆନ୍ତୁ ସାବଧାନ


ଆଜିକାଲି ଯୁବପିଢ଼ି ଷ୍ଟାଇଲିଶ ଦେଖାଯିବା ଲାଗି ଶରୀରରେ ଟାଟୁ ତିଆରି କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଟାଟୁ କେବଳ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇ ନ ଥାଏ, ଏହାର ଧାର୍ମିକ ମହତ୍ତ୍ବ ମଧ୍ୟ ରହିଛି। ଶରୀରରେ ତିଆରି କରାଯାଇଥିବା ଟାଟୁ ମନ ଓ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

ଶରୀରରେ ଯଦି କୌଣସି ଧାର୍ମିକ ଚିହ୍ନର ଟାଟୁ ତିଆରି କରୁଛନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ମନ ଉପରେ ପଡ଼ିଥାଏ। ଉଦାହରଣ ସ୍ବରୂପ ଯଦି ଆପଣ ଶରୀରରେ ଓଁ ବା ସ୍ବସ୍ତିକ ଟାଟୁ ତିଆରି କରୁଛନ୍ତି, ତେବେ ଏହା ସେତେବେଳେ ପ୍ରଭାବ ପକାଇବ, ଯେତେବେଳେ ଏହା ଠିକ ଭାବରେ ଅଙ୍କା ଯାଇଥିବ। ଠିକ ଭାବରେ ତିଆରି କରାଯାଇଥିବା ଟାଟୁ ତିଆରି କରିବା ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ, ଆତ୍ମବିଶ୍ବାସ ବଢ଼ିବ ଓ ସଫଳତା ମିଳିବ। କିନ୍ତୁ ଯଦି ଆପଣ ଟାଟୁ ତିଆରି କରିବା ସମୟରେ କିଛି ନୂଆ କରିବା ଲକ୍ଷ୍ୟରେ ଓଁ କିମ୍ବା ସ୍ବସ୍ତିକର ଆକୃତି ଖରାପ କରି ଦେଉଛନ୍ତି, ତେବେ ଏହା ଲାଭଦାୟକ ହେବା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ। ଏପରିସ୍ଥଳେ ଟାଟୁର ନକାରାତ୍ମକ ପ୍ରଭାବ ପଡ଼ିବା ନିଶ୍ଚିତ। ଏପରି ଟାଟୁ ତିଆରି କରିବା ଫଳରେ ସର୍ବପ୍ରଥମେ ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। ଏହାପରେ ମନରେ ନକାରାତ୍ମକ ଚିନ୍ତାଧାରା ଆସିପାରେ। ଅଚାନକ ଆପଣ ଟେନସନରେ ରହିବାରେ ଲାଗି ପାରନ୍ତି ଓ ଅଚାନକ ଆପଣଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ