ଧମାଲ କରୁଛି ନେହା ଓ ସର୍ତ୍ତିଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ


ନେହା କକ୍କଡ ଓ ସର୍ତ୍ତି କୌଶଲଙ୍କ ଏକ ନୂଆ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି। ଏଥିରେ ନେହା ଓ ସର୍ତ୍ତିଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଧମାଲ କରୁଛି। ‘ତାରୋଁ କେ ସହର’ ନାମକ ଏହି ଗୀତ ନ୍ୟୁୟର୍କ ସିଟି କାହାଣୀ ଉପରେ ତିଆରି କରାଯାଇଛି। କିନ୍ତୁ ଫିଲ୍ମର ଶୁଟିଂ ଦିଲ୍ଲୀରେ ହୋଇଥିଲା। ଏହି ମ୍ୟୁଜିକ ଭିଡ଼ିଓରେ ନେହା ଓ ସର୍ତ୍ତିଙ୍କୁ କ୍ରିମିନାଲ ଭାବେ ଦେଖାଯାଇଛି। ଭିଡ଼ିଓରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି। ଏଥିସହିତ ଉଭୟଙ୍କ ଲୁକ୍ସ ମଧ୍ୟ ଖୁବ ଷ୍ଟାଇଲିଶ ରହିଛି।

‘ତାରୋଁ କେ ସହର’ ଗୀତରେ ନଜର ଆସିଥିବା ନେହାଙ୍କ ଅବତାର ସୋସାଲ ମିଡିଆରେ ଜୋରଦାର ପ୍ରଶଂସା କରାଯାଉଛି। ଏହି ଗୀତରେ ସ୍ବର ଦେଇଛନ୍ତି ନେହା କକ୍କଡ ଓ ଜୁବିନ ନୌଟିୟାଲ। ଗୀତ ଓ ସଂଳାପ ଲେଖିଛନ୍ତି ଜାନି ଓ ନିର୍ଦେଶନା ଦେଇଛନ୍ତି ଅରବିନ୍ଦ ଖେଡା। ମ୍ୟୁଜିକ ଭିଡ଼ିଓରେ ନିଜ ଡେବ୍ୟୁ ସମ୍ପର୍କରେ ସର୍ତ୍ତି କହିଛନ୍ତି ଯେ ଭୂଷଣ କୁମାର ଯେତେବେଳେ ଏହି ଗୀତ ସମ୍ପର୍କରେ ତାଙ୍କୁ କହିଲେ ସେ ଖୁବ ଉତ୍ସାହିତ ହୋଇଯାଇଥିଲେ। ଏହାର ଗୀତିକାର ଜାନି ଓ ଏଥିରେ ନେହା ଓ ଜୁବିନ ସ୍ବର ଦେଇଥିବା ଜାଣିବା ପରେ ଏହା ତାଙ୍କ ପାଇଁ ଡ୍ରିମ ପ୍ରୋଜେକ୍ଟ ହୋଇଯାଇଥିଲା ବୋଲି ସର୍ତ୍ତି କହିଛନ୍ତି। ସେହିପରି ନେହା କହିଛନ୍ତି ଯେ ଏହା ଆକ୍ସନରେ ଭରପୂର ଏକ ମ୍ୟୁଜିକ ଭିଡ଼ିଓ। ଏହି ଗୀତକୁ ନେଇ ଭୂଷଣ କୁମାରଙ୍କ ଦୃଷ୍ଟିକୋଣ ବହୁତ ସ୍ପଷ୍ଟ ଥିଲା। ପୂରା ଟିମ ଏହି ଗୀତକୁ ସ୍ମରଣୀୟ କରିବାକୁ ଲାଗିପଡ଼ିଥିଲେ। ସର୍ତ୍ତି ଓ ତାଙ୍କ କେମେଷ୍ଟ୍ରିକୁ ଦର୍ଶକଙ୍କ କ’ଣ ପ୍ରତିକ୍ରିୟା ରହିଛି ତାହା ଦେଖିବାକୁ ବାକି ରହିଲା ବୋଲି ନେହା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ