କାର୍ତ୍ତିକ ସାଇନ କଲେ ୩ ଫିଲ୍ମ, ମିଳିବ ୭୫ କୋଟି!


ଦୀର୍ଘ ବର୍ଷ ସଂଘର୍ଷ କରିବା ପରେ ଶେଷରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଭଲ ଦିନ ଆସିଯାଇଛି। ସେ ଗତ କିଛି ଦିନ ହେଲାଣି ବ୍ୟାକ ଟୁ ବ୍ୟାକ ହିଟ ଫିଲ୍ମ ଦେବାରେ ଲାଗିଥିବାବେଳେ ଏବେ ତାଙ୍କ ହାତରେ ଏକ ବଡ଼ ଡିଲ ଲାଗିଛି। ମିଡିଆ ରିପୋର୍ଟ ମୁତାବକ କାର୍ତ୍ତିକ ଏରୋସ ପ୍ରଡକ୍ସନ ହାଉସ ସହିତ ଏହା ସାଙ୍ଗରେ ୩ଟି ଫିଲ୍ମ ସାଇନ କରିଛନ୍ତି। ଏଥିପାଇଁ ତାଙ୍କୁ ୭୫ କୋଟି ଟଙ୍କା ମିଳିବ ବୋଲି ଜଣାପଡ଼ିଛି।

ମିଡିଆ ରିପୋର୍ଟ ମୁତାବକ ପୂର୍ବରୁ କାର୍ତ୍ତିକ ଗୋଟିଏ ସିନେମା ପାଇଁ ୬ରୁ ୮ କୋଟି ଟଙ୍କ ପାଉଣା ନେଉଥିଲେ। କିନ୍ତୁ ଏବେ ସେ ବଡ଼ ଖେଳାଳି ପାଲଟିଗଲେଣି ଓ ଗୋଟିଏ ପ୍ରୋଜେକ୍ଟ ପାଇଁ ଏବେ ୨୫ କୋଟି ଟଙ୍କା ନେଉଛନ୍ତି। ତେବେ ଏହି ଫିଲ୍ମର ଡିଟେଲ୍ସ ଓ ନିର୍ଦେଶକ ସମ୍ପର୍କରେ ସୂଚନା ସାମ୍ନାକୁ ଆସି ନାହିଁ। କାରଣ ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହି ବ୍ୟାନର ତଳେ କାର୍ତ୍ତିକ ନିହାତି ଭାବେ ୩ଟି ସିନେମା କରିବାକୁ ଯାଉଛନ୍ତି। ତେବେ କାର୍ତ୍ତିକଙ୍କ ଟିମ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ସୂଚନାଯୋଗ୍ୟ ଯେ କାର୍ତ୍ତିକଙ୍କ ପାଖରେ ଅନେକଗୁଡ଼ିଏ ବଡ଼ ପ୍ରୋଜେକ୍ଟ ରହିଛି। କିନ୍ତୁ କୋରୋନା କାରଣରୁ ଏହାର ଶୁଟିଂ ବନ୍ଦରହିଛି। କାର୍ତ୍ତିକଙ୍କ ହାତରେ ଦୋସ୍ତାନା ୨, ଭୁଲ ଭୁଲୈୟା ୨ ଭଳି ବଡ଼ ବ୍ୟାନରର ସିନେମା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ