ଡଲିଙ୍କ କିମିଆ: ଶାଢ଼ି ପିନ୍ଧିବାକୁ ବଲିଉଡ ସେଲିବ୍ରିଟି ବାୟା

ଈଶା ଅମ୍ବାନୀଙ୍କ ଠାରୁ ଦୀପିକା ପାଦୁକୋନଙ୍କ ଯାଏ ସଭିଙ୍କ ଲମ୍ବା ଲାଇନ

ପ୍ରତିଭା ନିଜ ରାସ୍ତା ନିଜେ ଖୋଜିନିଏ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍‌ର ଜଣାଶୁଣା ଷ୍ଟାଇଲିଷ୍ଟ ଡଲି ଜୈନ। ଯେଉଁ ଗୃହିଣୀଙ୍କଠାରୁ ବଲିଉଡ୍‌ର ସମସ୍ତ ସେଲିବ୍ରିଟି ସଜେଇ ହେବାକୁ ଚାହୁଛନ୍ତି, ତାଙ୍କ କାହାଣୀ କୌଣସି ହିରୋଇନ୍‌ ଠାରୁ କମ୍‌ ନୁହେଁ। ସୂଚନାଯୋଗ୍ୟ ଯେ ତାଙ୍କୁ ୩୨୫ ପ୍ରକାରର ଶାଢ଼ି ପିନ୍ଧାଇବା ଜଣାଅଛି। ଏହା ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ? ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି, ଯାହା ସମସ୍ତେ ଜାଣିବା ଉଚିତ।

ବାଧ୍ୟ ହୋଇ ପିନ୍ଧୁଥିଲେ ଶାଢ଼ି
ଡଲି ଯେଉଁ ସ୍ଥାନରେ ବିବାହ କରିଥିଲେ, ସେଠାରେ ଶାଢ଼ି ବ୍ୟତୀତ ଆଉ କିଛି ପିନ୍ଧିବା ମନା ଥିଲା। ତେଣୁ ଡଲି ଭାବିଥିଲେ ଯଦି ଶାଢ଼ି ପିନ୍ଧିବା ଛଡ଼ା ଆଉ କିଛି ଉପାୟ ନାହିଁ, ତେବେ ଏହାକୁ କିଛି ଷ୍ଟାଇଲିଶ୍‌ କରି କାହିଁକି ନ ପିନ୍ଧିବେ? ଏହାପରେ ସେ ଶାଢ଼ିକୁ ଅଲଗା ଅଲଗା ଭାବେ ପିନ୍ଧିବା ଆରମ୍ଭ କରି ଦେଇଥିଲେ। ଡଲି କହିଛନ୍ତି ଯେ ଏବେ ସେ ଭାବୁଛନ୍ତି ତାଙ୍କ ଶ୍ବଶୂର ଘର ଲୋକ ଶାଢ଼ି ବ୍ୟତୀତ ଆଉ କିଛି ପିନ୍ଧିବାକୁ ଅନୁମତି ନ ଦେଇ ଭଲ କରିଛନ୍ତି। କାରଣ ଆଜି ସେ ଯାହା କିଛି ବି ହୋଇଛନ୍ତି, ଏଥିପାଇଁ ହିଁ ହୋଇଛନ୍ତି। ଏକ ସାକ୍ଷାତକାରରେ ଡଲି ଏ ସମ୍ପର୍କରେ କହିଛନ୍ତି।

୧୮.୫ ସେକେଣ୍ଡରେ ପିନ୍ଧାଉଛନ୍ତି ଶାଢ଼ି
ଡଲିଙ୍କ ଏହି କାମ ପାଇଁ ତାଙ୍କ ନାମ କେବଳ ବଲିଉଡ୍‌ରେ ନୁହେଁ, ବରଂ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ପ୍ରଥମେ ସେ ଏହି ରେକର୍ଡ ୮୦ ପ୍ରକାରର ଶାଢ଼ି ପିନ୍ଧାଇ ରେକର୍ଡ କରିଥିଲେ। ପରେ ୩୨୫ ପ୍ରକାରର ଶାଢ଼ି ପିନ୍ଧାଇ ସେ ଏହି ରେକର୍ଡ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ତାଙ୍କୁ ଗୋଟିଏ ଶାଢ଼ି ପିନ୍ଧାଇବାକୁ ୧୮.୫ ସେକେଣ୍ଡ ସମୟ ଲାଗୁଛି। ଅର୍ଥାତ୍‌ ଡଲିଙ୍କୁ ୩୨୫ ପ୍ରକାରର ଶାଢ଼ି ପିନ୍ଧାଇବାକୁ ପାଖାପାଖି ୨ ଘଣ୍ଟା ଲାଗିବ।

୨୫ ହଜାର ଟଙ୍କାରୁ ପାଉଣା ଆରମ୍ଭ
ଡଲି ଏକ ଶାଢ଼ି ପିନ୍ଧାଇବାକୁ ଅତିକମ୍‌ରେ ୨୫ ହଜାର ଟଙ୍କା ପାଉଣା ନେଇଥାନ୍ତି। ଅର୍ଥାତ୍‌ ସେ ନିଜର ୧୮.୫ ସେକେଣ୍ଡ ପାଇଁ ୨୫ ହଜାର ଟଙ୍କା ନେଉଛନ୍ତି। ଏହାପରେ ତାଙ୍କ ପାଉଣା ଆହୁରି ମଧ୍ୟ ବଢ଼ିଥାଏ। ବେଳେବେଳେ ଏହି ପାଉଣା ୨୫ ହଜାରରୁ ୨୫ ଲକ୍ଷ ହୋଇଯାଏ, ତାହା ଜଣାପଡ଼େ ନାହିଁ।

ଈଶାଙ୍କ ଠାରୁ ଦୀପିକାଙ୍କ ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକ
ବଲିଉଡ୍‌ର ସମସ୍ତ ସେଲିବ୍ରିଟି ଡଲିଙ୍କ ଠାରୁ ଶାଢ଼ି ପିନ୍ଧିବାକୁ ପସନ୍ଦ କରନ୍ତି। ଈଶା ଅମ୍ବାନୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ମସ୍ତାନୀ ଦୀପିକାଙ୍କ ପର୍ଯ୍ୟନ୍ତ ଶାଢ଼ି ପିନ୍ଧିବା ବେଳେ ଡଲିଙ୍କୁ ମନେପକାଇ ଥାନ୍ତି। ସାଧାରଣତଃ ସେ ବ୍ରାଇଡ୍‌ ସେଲିବ୍ରିଟିଙ୍କୁ ଶାଢ଼ି ପିନ୍ଧାଇଥାନ୍ତି।

ଜଣେ ଗୃହିଣୀ ହେବା ସତ୍ତ୍ବେ ଡଲି ନିଜ ନାଁ କମାଇବା ପାଇଁ ରାସ୍ତା ବାହାର କରି ନେଇଛନ୍ତି ତ ଆପଣ କାହିଁକି କରିପାରିବେ ନାହିଁ? ଡଲି ନିଜ ରାସ୍ତା ନିଜେ ବାହାର କରିଥିଲେ। ଯଦି ଆପଣ ମଧ୍ୟ ନିଜ ପ୍ରତିଭା ମାଧ୍ୟମରେ ସମସ୍ତଙ୍କୁ ଇମ୍ପ୍ରେସ୍‌ କରାଇବାକୁ ଚାହୁଛନ୍ତି, ପ୍ରଥମେ ନିଜ ଅସହାୟତା ସହିତ ବନ୍ଧୁତା କରନ୍ତୁ। ଏଥିରୁ ନିଜ ପ୍ରତିଭା ଖୋଜନ୍ତୁ। କିଏ ଜାଣିଛି, ଆପଣ ମଧ୍ୟ ଦିନେ କୌଣସି ନୂଆ ରେକର୍ଡ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ