ଚାଷଭିତ୍ତିକ ଅର୍ଥନୀତିର ସୁଦୃଢୀକରଣ ଓ ସମ୍ବଲପୁରୀ ମାସ୍କର ପ୍ରଚାର ପ୍ରସାର ଉପରେ ଧର୍ମେନ୍ଦ୍ରଙ୍କ ଜୋର

ଗ୍ଲୋବାଲ ଓ୍ୱେଷ୍ଟର୍ଣ୍ଣର ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଁଖାଇ ହେଉଛି ଚାଷଭିତ୍ତିକ ଏକ ସାଂସ୍କୃତିକ-ସାମାଜିକ ଗଣପର୍ବ। ଚାଷଭିତ୍ତିକ ଅର୍ଥନୀତିକୁ ସୁଦୃଢ଼ କରି ରଖିବାର ମହତ ବାର୍ତ୍ତା ନୂଆଁଖାଇ ଦେଇଆସିଛି। ଭାରତ ସରକାର ଚାଷର ଉନ୍ନତି, କୃଷକ କଲ୍ୟାଣ ଓ ଚାଷଭିତ୍ତିକ ଅର୍ଥନୀତିର ସୁଦୃଢୀକରଣକୁ ଗୁରୁତ୍ବ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି  ରାଜ୍ୟର ସଂସ୍କୃତି ଓ ପରମ୍ପରା ନିଆରା। ଟେକ୍ସଟାଇଲ, ପର୍ଯ୍ୟଟନ ଓ କୃଷି ଓଡ଼ିଶାର ମୂଳ ପୁଞ୍ଜି। କୋରୋନା ମହାମାରୀ ସମୟରେ ସମ୍ବଲପୁରୀ ମାସ୍କର ଚାହିଦା ବୃଦ୍ଧି ପାଇଛି। ଏହାକୁ ଆହୁରି ଜନାଦୃତ କରିବାକୁ ପଡିବ। ବିଶ୍ବ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ସେହିପରି ପ୍ରସିଦ୍ଧ ରଙ୍ଗବତୀ ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ବିଦେଶରେ ଆଦୃତ ହୋଇପାରିଛି ବୋଲି ନୂଆଦିଲ୍ଲୀରେ ଗ୍ଲୋବାଲ୍‌ ଓ୍ବେଷ୍ଟର୍ଣ୍ଣ୍‌ ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧର୍ମେନ୍ଦ୍ର  ଉଦ୍‌ବୋଧନ ଦେଇଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, କୋରୋନା ମହାମାରୀ ସମୟରେ ଓଡ଼ିଶା ସମେତ ସାରା ଦେଶ ପ୍ରଭାବିତ ହୋଇଛି। ଏବେ ଡିଜିଟାଲ୍‌ ସଂଯୋଗ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ସମେତ ଅଧିକରୁ ଅଧିକ ଲୋକମାନେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ସହିତ ଯୋଡ଼ିହୋଇଛନ୍ତି। ସମସ୍ତଙ୍କ ଜୀବନକୁ ସୁରକ୍ଷିତ କରିବା ସହିତ କୋରୋନାରୁ ଦୂରେଇ ରଖିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ବିଶ୍ବରେ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ସ୍ବାଭାବିକ ହେବ। ଏହି ସକାରାତ୍ମକ ଚିନ୍ତାଧାରା ନେଇ ସମସ୍ତଙ୍କୁ ଆଗକୁ ବଢ଼ିବା ଦରକାର। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପଶ୍ଚିମ ଓଡ଼ିଶାର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାର ଅନନ୍ୟ ଗଣପର୍ବ ନୂଆଁଖାଇ ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ