ଏବେ କୁକୁରଙ୍କୁ ବି ଏଡସ


ଏଡସ ଭଳି ପ୍ରାଣଘାତୀ ରୋଗ ଏବେ କୁକୁରଙ୍କୁ ମଧ୍ୟ ବ୍ୟାପୁଛି। ତିନି ଦିନ ଭିତରେ ଚିକିତ୍ସା ନ ହେଲେ କୁକୁରଙ୍କ ମୃତ୍ୟୁ ସୁନିଶ୍ଚିତ। ହିସାରର ଲାଲା ଲାଜପତ ୟୁନିଭରସିଟିର ଲୁଭାସର ଜୀବ ବିଜ୍ଞାନ ବିଭାଗର ବୈଜ୍ଞାନିକ ତଥା ଗବେଷକ କୁକୁରଙ୍କୁ ମଧ୍ୟ ଏଡସ ହେଉଥିବା କଥା କହିଛନ୍ତି। ବିଭାଗର ଅଧ୍ୟକ୍ଷ ଡା.ସୁଖଦୀପ ବୋହରା ଓ ଡା.ଅନିଲ ନେହରା କହିଛନ୍ତି ଯେ ଦୀର୍ଘ ଦିନର ଗବେଷଣା ପରେ ଏଡସ ଏଲିର୍ଚିଆ ନାମକ ଏକ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ ବୋଲି ଜଣାପଡ଼ିଛି। ଏହା ଟିଙ୍କ ମାଧ୍ୟମରେ ରକ୍ତରେ ବ୍ୟାପିଥାଏ।

ଗବେଷକମାନେ କହିଛନ୍ତି ଯେ ସାରା ବିଶ୍ବରେ ମୋଟ ୯୦ କୋଟି କୁକୁର ଅଛନ୍ତି। ଭାରତରେ ଏବେ ୧୯୫ ଲକ୍ଷ ତଥା ହରିୟାଣାରେ ପାଖାପାଖି ୧୯ ଲକ୍ଷ କୁକୁର ଅଛନ୍ତି। ବୈଜ୍ଞାନିକଙ୍କ ଅନୁସାରେ ବିଦେଶୀ ପ୍ରଜାତିର କୁକୁରଙ୍କଠାରେ ଏଡସ ରୋଗ ଅଧିକ ବ୍ୟାପିବାରେ ଲାଗିଛି। ଅଧିକ ଗରମ ହେବା କାରଣରୁ ଏହି ରୋଗ କୁକୁରଠାରେ ଦେଖିବାକୁ ମିଳୁଛି। ଦକ୍ଷିଣ ଆଫ୍ରିକାର କୁକୁରଙ୍କଠାରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି। ଭାରତରେ ପ୍ରତ୍ୟେକ ରାଜ୍ୟରେ କୁକୁରଙ୍କଠାରେ ଏଡସ ରୋଗ ଦେଖିବାକୁ ମିଳୁଛି। କୁକୁରଙ୍କୁ ଜ୍ବର ହେବା, ଖାଇବା ପିଇବା କମିଯିବା, ଆଖିକୁ କମ ଦେଖାଯିବା, ପେଟର ନିମ୍ନ ଭାଗ ଫୁଲିବା ଆଦି ଏହାର ମୁଖ୍ୟ ଲକ୍ଷଣ। ଏଥିରୁ ରକ୍ଷା ପାଇବା ଲାଗି କୁକୁରଙ୍କୁ ୨୧ ଦିନ ଡୋକ୍ସିସାଇକ୍ଲିନ ଔଷଧ ଦେବା ଉଚିତ। ଏହି ୨୧ ଦିନ ଭିତରେ ଦୁଇରୁ ତିନି ଥର ପଶୁ ଚିକିତ୍ସକଙ୍କଠାରେ ପରୀକ୍ଷା ମଧ୍ୟ କରାଇବା ଉଚିତ। ଏପରି କରିବା ଦ୍ବାରା ଏଡସ ଦାଉରୁ କୁକୁରକୁ ରକ୍ଷା କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ