ଅନ୍ୟକାମରେ ବି ଉପଯୋଗୀ ହେୟାର କଣ୍ଡିସନର


ଆପଣ କେଶ ଶାମ୍ପୁ କରିବା ପରେ କଣ୍ଡିସନର ବ୍ୟବହାର କରୁଥିବେ। ଏହା ଆପଣଙ୍କ କେଶକୁ ମୁଲାୟମ ଓ ରେଶମୀ କରିଥାଏ। କିନ୍ତୁ ଏହାର ବ୍ୟବହାର କେବଳ ଏହି ପର୍ଯ୍ୟନ୍ତ ସୀମିତ ନୁହେଁ। ଆପଣ ଚାହିଲେ ଏହା ସାହାଯ୍ୟରେ ଘରର ଅନେକ ସମସ୍ୟା ସହଜରେ ଦୂର କରିପାରିବେ। ତେବେ ଚାଲନ୍ତୁ ଜାଣିବା କଣ୍ଡିସନର ଆପଣଙ୍କ କେଉଁ କାମରେ ଆସିପାରିବ।

ମେକଅପ ବ୍ରଶ ସଫା
କଣ୍ଡିସନର ଆପଣଙ୍କ କେଶକୁ ସ୍ମୁଥ ଓ ମୁଲାୟମ କରିଥାଏ। ଠିକ ସେହିପରି ଯେତେବେଳେ ଆପଣ ମେକଅପ ବ୍ରଶକୁ ସଫା କରିବା ପାଇଁ କଣ୍ଡିସନର ବ୍ୟବହାର କରନ୍ତି ଏହାଦ୍ବାରା ମେକଅପ ବ୍ରଶ ପୂରାପୂରି ନରମ ରହିବ।

କଳଙ୍କିରୁ ରକ୍ଷା
ଘରର ଟୁଲବକ୍ସରେ ଅନେକ ପ୍ରକାରର ଉପକରଣ ରହିଛି। କିନ୍ତୁ ଯଦି ଏହାର ଠିକ ଭାବେ ଯତ୍ନ ନ ନିଆଯାଏ, ତେବେ ଏଥିରେ କଳଙ୍କି ଲାଗିବା ଆରମ୍ଭ ହୋଇଯାଏ। ଯଦି ଟୁଲ୍ସରେ କଳଙ୍କି ଲାଗିଯାଇଛି, ତେବେ ଟୁଲ୍ସରେ ହେଆର କଣ୍ଡିସନର ଲଗାନ୍ତୁ ଓ ଏହାକୁ ରଗଡ଼ି ସଫା କରନ୍ତୁ। ଏପରି କରିବା ଦ୍ବାରା କଳଙ୍କି ଛାଡ଼ିଯିବ।

ଶେଭିଙ୍ଗ ପରେ ବ୍ୟବହାର
ଶେଭିଙ୍ଗ କରିବା ପରେ ଚର୍ମ ଶୁଷ୍କ ହୋଇଯାଏ। ଏପରିସ୍ଥଳେ ଆପଣ କଣ୍ଡିସନର ବ୍ୟବହାର କରିପାରିବେ। ଏହା ଲୋସନ ଭଳି କାମ କରିବ ଓ ଆପଣଙ୍କ ତ୍ବଚା ନରମ ହୋଇଯିବ।

ଚମକିବ ଷ୍ଟିଲ ବାସନ

କିଚେନରେ ଥିବା ଷ୍ଟେନଲେସ ଷ୍ଟିଲ ବାସନକୁ ସହଜରେ ପଲିଶ କରିବାକୁ ଚାହୁଥିଲେ, ଆପଣ କଣ୍ଡିସନର ସାହାଯ୍ୟ ନେଇ ପାରିବେ। ଆପଣଙ୍କ ବାସନ ଉପରେ କଣ୍ଡିସନର ବ୍ୟବହାର କରି କିଛି ସମୟ ପରେ ଏହାକୁ କପଡ଼ାରେ ଭଲ ଭାବେ ସଫା କରନ୍ତୁ।

ସହଜରେ କାଢ଼ିହେବ ମୁଦି
ଯଦି ଆଙ୍ଗୁଠିରେ ମୁଦି ଟାଇଟ ହୋଇଯାଏ, ଏହା ବାହାର କରିବା କଷ୍ଟ ହୋଇଥାଏ। ତେଣୁ ଆଙ୍ଗଠିରୁ ମୁଦି ବାହାର କରିବା ପାଇଁ କଣ୍ଡିସନର ସାହାଯ୍ୟ ନେଇ ପାରିବେ। ଏପରି କରିବା ଦ୍ବାରା ସହଜରେ ମୁଦି ବାହାରିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ