ଦରବାର ଖାନଦାନର ବୋହୂ ହେବେ ଗୌହର


କିଛି ଦିନ ପୂର୍ବରୁ ନାମୀ ମ୍ୟୁଜିକ କମ୍ପୋଜର ଇସ୍ମାଏଲ ଦରବାର ନିଜର ଏକ ସାକ୍ଷାତକାରରେ ଏଭଳି ସୂଚନା ଦେଇଛନ୍ତି, ଯାହା ଶୁଣିବା ପରେ ଆପଣ ଚକିତ ହୋଇଯିବେ। ଇସ୍ମାଏଲଙ୍କୁ ପଚରାଯାଇଥିଲା ଯେ ସତରେ କ’ଣ ତାଙ୍କ ପୁଅ ଜାଇଦ ଦରବାର ବାସ୍ତବରେ ଗୌହର ଖାନଙ୍କ ସହିତ ରିଲେସନଶିପରେ ଅଛନ୍ତି? ଏହାର ଉତ୍ତରରେ ଇସ୍ମାଏଲ ହଁ କହିବା ସହିତ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଟିଭିର ଜଣାଶୁଣା ଅଭିନେତ୍ରୀ, ଲୋକପ୍ରିୟ ରିଅଲିଟି ଶୋ’ ବିଗବସ ୭ର ବିଜେତା ତଥା ମଡେଲ ଅଭିନେତ୍ରୀ ଗୌହର ଖାନ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ମିଳିଥିବା ଖବର ଅନୁସାରେ ଗୌହର ଏବେ ମ୍ୟୁଜିକ କମ୍ପୋଜର ଇସ୍ମାଏଲ ଦରବାରଙ୍କ ପୁଅ ଜାଇଦ ଦରବାରଙ୍କୁ ଡେଟ କରୁଛନ୍ତି। ଏହି ଖବର ଶୁଣିବା ପରେ ଉଭୟଙ୍କ ପ୍ରଶଂସକ ଖୁବ ଉତ୍ସାହିତ ଅଛନ୍ତି। ଏହି ସାକ୍ଷାତକାରରେ ଇସ୍ମାଏଲ କହିଛନ୍ତି ଯେ ଜାଇଦ ଏବେ ୨୯ ବର୍ଷର ଯୁବକ। ତାଙ୍କୁ କ’ଣ କରିବା ଉଚିତ ସେ ଜାଣିଛନ୍ତି। ଇସ୍ମାଏଲଙ୍କ ଦ୍ବିତୀୟ ପତ୍ନୀ ଆୟଶା ମଧ୍ୟ କହିଛନ୍ତି ଯେ ଯଦି ଏଥିରେ ଜାଇଦ ଖୁସି ଅଛନ୍ତି, ତେବେ ସେମାନେ ମଧ୍ୟ ଖୁସି। ତେବେ ଗୌହର କିମ୍ବା ଜାଇଦ ନିଜ ରିଲେସନଶିପକୁ ଔପଚାରିକ ଭାବେ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ସୋସାଲ ମିଡିଆରେ ସେମାନେ ଯେଉଁ ଫଟୋ ପୋଷ୍ଟ କରୁଛନ୍ତି, ସେଥିରୁ ଉଭୟଙ୍କ ସମ୍ପର୍କ ବହୁତ ଗଭୀର ବୋଲି ଜଣାପଡ଼ୁଛି। କେବଳ ଏତିକି ନୁହେଁ ଗୌହରଙ୍କଠାରୁ ଜାଇଦ ପାଖାପାଖି ୧୧ ବର୍ଷ ଛୋଟ ଥିଲେ ମଧ୍ୟ ଉଭୟଙ୍କ ଯୋଡ଼ି ଖୁବ ମାନୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ