ଅନୁରାଗଙ୍କ ସମର୍ଥନରେ ବାହାରିଲେ ତାପସୀ


ଅଭିନେତ୍ରୀ ପାୟଲ ଘୋଷଙ୍କ ଦ୍ବାରା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଯାଇଛି। ଏହି ଅଭିଯୋଗ ପରେ ଅନୁରାଗଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ରବିବାର ତାପସୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅନୁରାଗଙ୍କୁ ସବୁଠାରୁ ବଡ଼ ଫେମିନିଷ୍ଟ ବୋଲି କହିଛନ୍ତି।

ତାପସୀ ଅନୁରାଗଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ଏହି ପୋଷ୍ଟ ତୁମ ପାଇଁ ମୋ ବନ୍ଧୁ। ମୁଁ ଜାଣିଥିବା ଲୋକଙ୍କ ମଧ୍ୟରେ ତୁମେ ସବୁଠାରୁ ବଡ଼ ଫେମିନିଷ୍ଟ। ତୁମର ଏକ ନୂଆ ଫିଲ୍ମ ସହିତ ସେଟରେ ବହୁତ ଶୀଘ୍ର ସାକ୍ଷାତ ହେବ। ଏହା ମାଧ୍ୟମରେ ତୁମେ ତିଆରି କରିଥିବା ଦୁନିଆରେ ମହିଳାମାନେ କେତେ ସଶକ୍ତ ଓ ଉଲ୍ଲେଖନୀୟ ତାହା ଦେଖିବାକୁ ମିଳିବ ବୋଲି ତାପସୀ ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ଅଭିନତ୍ରୀ ପାୟଲ ଘୋଷ ଶନିବାର ଟ୍ବିଟ କରି ଅଭିଯୋଗ କରିଥିଲେ ଯେ ଅନୁରାଗ କଶ୍ୟପ ତାଙ୍କ ସହିତ ଜୋର ଜବରଦସ୍ତି କରିଥିଲେ। ଏଥିସହ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ବିଟ କରି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଏହି ଟ୍ବିଟରେ ସେ ଆହୁରି ଲେଖିଛନ୍ତି ଯେ ନିଜକୁ ସ୍‌ଜନଶୀଳ ବ୍ୟକ୍ତି ବୋଲାଉଥିବା ଏହି ବ୍ୟକ୍ତିଙ୍କ ପଛରେ ଏକ ରାକ୍ଷସ ଲୁଚିରହିଥିବା ସାରା ଦେଶର ଲୋକ ଜାଣିପାରିବେ। ଏପରିକି ଏହା ପରେ ସେ ତାଙ୍କୁ କ୍ଷତି ପହଞ୍ଚାଇପାରନ୍ତି ଏବଂ ତାଙ୍କର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ପାୟଲ ଟ୍ବିଟ କରିଛନ୍ତି। ତେବେ ଏହି ଅଭିଯୋଗକୁ ଅନୁରାଗ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ