‘ରୋଜି’ରେ ଶ୍ବେତାଙ୍କ ଝିଅ ପଲକ


ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଝିଅ ପଲକଙ୍କ ଫିଲ୍ମରେ ଡେବ୍ୟୁ  କରିବା ଚର୍ଚ୍ଚା ବହୁତ ଦିନ ଆଗରୁ ହେଉଥିଲା। ଶେଷରେ ତାଙ୍କୁ ବିବେକ ଓବେରୟଙ୍କ ହରର ସିନେମା ‘ରୋଜି’ରେ ବ୍ରେକ ମିଳିଛି। ରୋଜି ଦ ସାଫରନ ଚାପ୍ଟର ସିନେମାର ମୋସନ ପୋଷ୍ଟର ରବିବାର ରିଲିଜ ହୋଇଛି। ଏଥିରେ ବିବେକ ଅଭିନୟ କରିବା ସହିତ ପ୍ରଯୋଜନା ଦାୟିତ୍ବ ମଧ୍ୟ ନେଇଛନ୍ତି।

ପଲକ ଏହି ସିନେମାରେ ଜଣେ କଲ ସେଣ୍ଟର କର୍ମଚାରୀ ଚରିତ୍ରରେ ଅଭିନୟ କରୁଛନ୍ତି। ଏହା ତିନୋଟି ଫିଲ୍ମର ଫ୍ରାଞ୍ଚାଇଜି ହେବ ବୋଲି କୁହାଯାଉଛି। ରୋଜି ସିନେମା ଏକ ସତ୍ୟ ଘଟଣା ଉପରେ ଆଧାରିତ ସିନେମା ବୋଲି କୁହାଯାଉଛି। ଏକଦା ଭୀତି ସଞ୍ଚାର କରୁଥିବା ଗୁଡ଼ଗାଓଁସ୍ଥିତ ସାଫରନ କଲ ସେଣ୍ଟରର ସତ୍ୟ କାହାଣୀକୁ ନେଇ ଏହି ସିନେମାର ପରିକଳ୍ପନା କରାଯାଇଛି। ଫିଲ୍ମର ଶୁଟିଂ ଡିସେମ୍ବର ୨୦୨୦ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଏହି ସିନେମାର ନିର୍ଦେଶନା ବିଶାଳ ମିଶ୍ର ଦେବେ। ଏହା ପୂର୍ବରୁ ସେ ହୋଟେଲ ଓ କଫି ଉଇଥ ଡି’ ନିର୍ଦେଶନା ଦେଇଥିଲେ। ଏହାବ୍ୟତୀତ ସେ ବିବେକଙ୍କ ଅନ୍ୟ ଏକ ପ୍ରଡକ୍ସନ ‘ଇତି’ର ମଧ୍ୟ ନିର୍ଦେଶନା ଦେବାକୁ ଯାଉଛନ୍ତି। ଏଥିରେ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ପ୍ରଡକ୍ସନ ମନ୍ଦିରା ଏଣ୍ଟରଟେନମେଣ୍ଟ, ଓବେରୟ ମେଗା ଏଣ୍ଟରଟେନମେଣ୍ଟ ଓ ପ୍ରେରଣା ବି ଅରୋରା ମିଳିତ ଭାବେ କରିବେ। ସୂଚନାଯୋଗ୍ୟ ଯେ ରୋଜି ସିନେମା ସମ୍ପର୍କରେ ବିବେକ ଜୁଲାଇରେ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ