ଏହି ରେସ୍ତୋରାଁରେ ଗ୍ରାହକଙ୍କୁ ଦିଆଯାଏ ଟଏଲେଟ ପାଣି


ଯଦି ଆପଣ ଏପରି କୌଣସି ରେସ୍ତୋରାଁକୁ ଯାଉଛନ୍ତି, ଯେଉଁଠି ଗ୍ରାହକଙ୍କୁ ପିଇବା ପାଇଁ ଟଏଲେଟର ପାଣି ମିଳିଥାଏ, ତେବେ ନିଶ୍ଚିତ ଭାବେ ଏପରି ରେସ୍ତୋରାଁକୁ ଯିବାକୁ ଆପଣ ଚାହିବେ ନାହିଁ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏମିତି ବି ରେସ୍ତୋରାଁ ରହିଛି, ଯେଉଁଠି ଗ୍ରାହକଙ୍କୁ ପିଇବା ପାଇଁ ଟଏଲେଟର ପାଣି ଦିଆଯାଏ।

ବେଲଜିଅମର କୁର୍ନେରେ ରହିଛି ‘ଗଷ୍ଟ ୟୁକ୍ସ’ ନାମକ ଏହି ରେସ୍ତୋରାଁ। ଏଠାକୁ ଆସୁଥିବା ଗ୍ରାହକଙ୍କୁ ପିଇବା ପାଇଁ ସିଙ୍କ ଓ ଟଏଲେଟର ପାଣି ରିସାଇକଲ କରି ଦିଆଯାଏ। ଏଥିପାଇଁ ଏହି ରେସ୍ତୋରାଁ ଏକ ନୂଆ ଟେକ୍ନୋଲୋଜିର ବ୍ୟବହାର କରୁଛି। ଏହି ରେସ୍ତୋରାଁରେ ୱାଟର ପ୍ୟୁରିଫାୟାର ଲଗାଯାଇଛି। ଏହି ପ୍ୟୁରିଫାୟାର ନାଳରେ ବହୁଥିବା କଳାରଙ୍ଗର ପାଣିକୁ ବି ପୂରା ପୂରି ସଫା କରି ତାହାକୁ ପିଇବା ଯୋଗ୍ୟ କରାଇଥାଏ। ଏହି ପାଣିରେ ମିନେରାଲ୍ସ ମଧ୍ୟ ରହିଛି।

ରେସ୍ତୋରାଁରେ କାମ କରୁଥିବା କର୍ମଚାରୀଙ୍କ କହିବା ମୁତାବକ ନାଳ, ସିଙ୍କ ବା ଟଏଲେଟର ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଏ। ଏହାପରେ ଏଥିରେ ବର୍ଷା ପାଣି ମିଶାଯାଏ। ଏହାପରେ ଯାଇ ଏହି ପାଣିକୁ ପିଇବା ଯୋଗ୍ୟ କରାଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ