ଭାରତୀୟ ସେନାକୁ ବଡ଼ ସଫଳତା: ୩ ସପ୍ତାହରେ ୬ ଗୁରୁତ୍ବପୂର୍ଣ୍ଣ ଘାଟି ଅକ୍ତିଆର


ନୂଆଦିଲ୍ଲୀ: ସମ୍ପ୍ରତି ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ଲଦାଖର ଗଲୱାନ ଘାଟିରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରୁ ଆରମ୍ଭ କରି ଏଯାବତ ଭାରତର ପଲା ଭାରୀ ରହିଛି। ଫଳସ୍ବରୂପ ଗତ ତିନି ସପ୍ତାହ ଭିତରେ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଛଅଟି ନୂଆ ଗୁରୁତ୍ବପୂର୍ଣ୍ଣ ଘାଟି ଦଖଲ କରିଛି। ଏହି ସୂଚନା ସେନାର ଶୀର୍ଷସ୍ତରୀୟ ଅଧିକାରୀ ଦେଇଛନ୍ତି। ଭାରତ ଅକ୍ତିଆର କରିଥିବା ଘାଟିଗୁଡ଼ଇକ ହେଉଛି ମଗର ପାହାଡ଼, ଗୁରୁଙ୍ଗ ପାହାଡ଼, ରେସେହେନ୍‌ ଲା, ରେଜାଙ୍ଗ୍ ଲା, ମୋଖପରୀ। ଚୀନ୍ ସେନା ଆସ୍ଥାନ ଜମାଇଥିବା ଫିଙ୍ଗର୍ ୪ ନିକଟବର୍ତ୍ତୀ ଏକ ଉଚ୍ଚ ପାହାଡ଼। ଏହି ପାହାଡ଼ ସବୁ ଭାରତୀୟ ସୀମାରେଖା ମଧ୍ୟରେ ଆସୁଛି।

ସମ୍ଭାବ୍ୟ ଯୁଦ୍ଧ ଦ୍‌ଷ୍ଟିକୋଣରୁ ଏସବୁ ଘାଟି ଉପରେ ନଜର ରଖି ଚୀନ୍ ଏସବୁକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ଭାରତୀୟ ସେନା ଏହା ଉପରେ କବଜା ଜମାଇ ଚୀନର ଯୋଜନାକୁ ଭଣ୍ଡୁର କରିଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଚୀନ ସହ ମୁକାବିଲା କରିବାକୁ ଭାରତକୁ ସ୍ଥାନ ମିଳିଗଲା ବୋଲି ସେନା ପକ୍ଷରୁ କୁହାଯାଇଛି। ଏହାକୁ ଦେଖି ରକ୍ତଚାଉଳ ଚୋବାଉଥିବା ଚୀନ ପେଙ୍ଗୋଙ୍ଗ ହ୍ରଦର ଉତ୍ତରରୁ ଦକ୍ଷିଣ କୂଳ ପର୍ଯ୍ୟନ୍ତ ଅନ୍ୟୁନ ୩ ଥର ଫାଙ୍କା ଗୁଳି ଚାଳନା କରିଥିଲା। ଏପରିକି ଚୀନ୍ ସେନା ପକ୍ଷରୁ ରେଜାଙ୍ଗ୍ ଲା ଏବଂ ରେଚେନ୍ ଲା ପାହାଡ଼ ପାଦଦେଶରେ ୩୦୦୦ ଅତିରିକ୍ତ ସୈନ୍ୟ ମଧ୍ୟ ମୁତୟନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ