ଦିନକରେ ସାଢ଼େ ୯୨ ହଜାର ଆକ୍ରାନ୍ତ: ଭାରତରେ ୫୪ ଲକ୍ଷ ଟପିଲା ସଂଖ୍ୟା


ନୂଆଦିଲ୍ଲୀ: ଭାରତରେ ରବିବାର ପୂର୍ବାହ୍ନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷକୁ ଅତିକ୍ରମ କରିଛି। ଶନିବାର ଗୋଟିଏ ଦିନରେ ୯୨ ହଜାର ୬୦୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧ ହଜାର ୧୩୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିବା ଫଳରେ ମୋଟ ସଂଖ୍ୟା ୮୬ ହଜାର ୭୫୨ରେ ପହଞ୍ଚିଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ୪୩ ଲକ୍ଷ ୩ ହଜାର ୪୩ ଜଣ ସୁସ୍ଥ ହୋଇସାରିଛନ୍ତି, ଯାହାକି ସଂକ୍ରମିତଙ୍କ ତୁଳନାରେ ୨୯.୬୮ ପ୍ରତିଶତ। ସେହିପରି ଦେଶରେ ସଂକ୍ରମିତଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ପ୍ରତିଶତ ୧.୬୧ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୬୨୦ରେ ପହଞ୍ଚିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୧୦ ହଜାର ୮୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୧୧ ଲକ୍ଷ ୮୯ ହଜାର ୮୧୫ ଜଣ ସଂକ୍ରମିତ ରହିଛନ୍ତି। ଏହି ରାଜ୍ୟରେ ସର୍ବାଧିକ ୩୨ ହଜାର ୨୧୬ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ରହିଛନ୍ତି। ରାଜଧାନୀ ଦିଲ୍ଲୀରେ ଶନିବାର ଦିନକ ଭିତରେ ୪ ହଜାର ୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ଫଳରେ ଏଠାରେ ୨.୪୨ ଲକ୍ଷ ସଂକ୍ରମିତ ଠାବ ହୋଇସାରିଛନ୍ତି।

ଏହାଛଡ଼ା ରାଜଧାନୀରେ ୨୪ ଘଣ୍ଟାରେ ୪୮ ଜଣ ମୃତ୍ୟୁବରଣ କରିବା ଫଳରେ ଏହି ସଂଖ୍ୟା ୪ ହଜାର ୯୪୫ରେ ପହଞ୍ଚିଛି। ସେହିପରି ଦେଶରେ ଅଦ୍ୟାବଧି ୬ କୋଟି ୩୬ ଲକ୍ଷ ୬୧ ହଜାର ୬୦ଟି ନମୁନା ପରୀକ୍ଷା ହୋଇସାରିଛି, ଯେଉଁଥିରୁ ଗତ ଶନିବାର ୧୨ ଲକ୍ଷ ୬ ହଜାର ୮୦୬ଟି ନମୁନା ପରୀକ୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨୩ ହଜାର ୫୦୧, ଆନ୍ଧ୍ର ପ୍ରଦେଶରେ ୧୦ ହଜାର ୮୨୦, କର୍ଣ୍ଣାଟକରେ ୧୦ ହଜାର ୮୧୫, ଉତ୍ତର ପ୍ରଦେଶରେ ୬ ହଜାର ୫୯୬ ଓ ତାମିଲନାଡ଼ୁରେ ୫ ହଜାର ୫୫୬ ଜଣ ସଂକ୍ରମିତଙ୍କୁ ଠାବ କରାଯାଇଛି। ସେହିପରି ଶନିବାର ଦିନକ ଭିତରେ ମହାରାଷ୍ଟ୍ରରେ ୪୨୫, କର୍ଣ୍ଣାଟକରେ ୧୧୪, ଉତ୍ତର ପ୍ରଦେଶରେ ୮୪, ପଶ୍ଚିମବଙ୍ଗରେ ୫୬, ତାମିଲନାଡ଼ୁରେ ୬୬, ଆନ୍ଧ୍ର ପ୍ରଦେଶରେ ୫୮ ଓ ପଞ୍ଜାବରେ ୪୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ