ମିଜୋରାମରେ ୪.୬ ତୀବ୍ରତାବିଶିଷ୍ଟ ଭୂମିକମ୍ପ


ଆଇଜଲ: ମିଜୋରାମରେ ରବିବାର ପ୍ରାତଃ ୭ଟା ୨୮ ମିନିଟ୍ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମିଜୋରାମର ଚମ୍ପାଇ ନିକଟବର୍ତ୍ତୀ ସମୁଦ୍ରର ୪୫ କିମି ଗଭୀରତାରେ ରହିଥିବା ବେଳେ ଏହି ଭୂମିକମ୍ପରେ କୌଣସି ଧନଜୀବନ ହାନି ଘଟି ନ ଥିବା ଜଣାପଡ଼ିଛି। ଶନିବାର ମଧ୍ୟ ଆସାମର କେତେକ ସ୍ଥାନରେ ୩.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ରାତି ୮ଟା ୧୮ ମିନିଟରେ ଘଟିଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ବୋଙ୍ଗାଇଗାଓଁଠାରେ ଥିବା କୁହାଯାଇଥିଲା।

ଏହା ପୂର୍ବରୁ ଗତ ଶୁକ୍ରବାର ରାତିରେ ମଧ୍ୟ ମିଜୋରାମରେ ଆଉ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୩.୬ରୁ ୫.୩ ରିକ୍ଟର ସ୍କେଲରେ ରେକର୍ଡ କରାଯାଇଥିଲା। ତେଣୁ ଚଳିତ ସପ୍ତାହରେ ମିଜୋରାମରେ ୩ରୁ ଅଧିକ ଭୂମିକମ୍ପ ହୋଇଛି। ଅବଶ୍ୟ ଏଥିରେ କୌଣସି ପ୍ରକାର ଧନଜୀବନ କ୍ଷୟକ୍ଷତି ଘଟିନାହିଁ। ଅନ୍ୟପକ୍ଷରେ ରବିବାରର ଭୂମିକମ୍ପ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ