କୃଷକଙ୍କ ଉଦ୍ୟମକୁ ମହିନ୍ଦ୍ରାଙ୍କ ପ୍ରଶଂସା: ଉପହାର ଦେବେ ଟ୍ରାକ୍ଟର


ନୂଆଦିଲ୍ଲୀ: ବିଗତ ଦିନରେ ଦେଶର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରି ସହ ସେମାନଙ୍କୁ କିଛି ନା କିଛି ଉପହାର ଦେଇଛନ୍ତି। ନିକଟରେ ବିହାରର ଜଣେ କୃଷକ ତାଙ୍କ ଜମିକୁ ପାଣି ମଡ଼ାଇବା ବ୍ୟବସ୍ଥା କରିବା ସକାଶେ ୩ କିମି ଦୈର୍ଘ୍ୟବିଶିଷ୍ଟ କେନାଲ୍ ଖୋଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ତାଙ୍କ ସଫଳତାର ସ୍ବୀକ୍‌ତି ସ୍ବରୂପ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ତାଙ୍କୁ ଏକ ଟ୍ରାକ୍ଟର ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପରି ଜଣେ କୃଷକ ଯଦି ମହିନ୍ଦ୍ରା ଟ୍ରାକ୍ଟର ବ୍ୟବହାର କରନ୍ତି, ତା’ହେଲେ ଏହା ତାଙ୍କ ପାଇଁ ନିହାତି ଗୌରବର ବିଷୟ ହେବ ବୋଲି ଆନନ୍ଦ କହିଛନ୍ତି। ନିଜର ମହାନତା ପାଇଁ ପରିଚିତ ଆନନ୍ଦ ନିକଟରେ ସୋସାଲ୍ ମିଡିଆରେ ଜଣେ ୟୁଜର୍ ତାଙ୍କୁ ଟ୍ୟାଗ୍ କରିବା ସହ ଉକ୍ତ କୃଷକଙ୍କ ପାଇଁ କ’ଣ କରିପାରିବେ ବୋଲି ପ୍ରଶ୍ନର ଉତ୍ତରରେ ଆନନ୍ଦ ଉପରୋକ୍ତ ମତ ଦେଇଥିଲେ। ସେହିପରି ୬୫ ବର୍ଷୀୟ ଆନନ୍ଦ ଉକ୍ତ କୃଷକଙ୍କ ସଫଳତାକୁ ତାଜମହଲ ସହ ତୁଳନା କରିଛନ୍ତି। ଏଥିସହ ତାଙ୍କୁ ଟ୍ରାକ୍ଟର ଉପହାର ଭାବେ ଦେବା ମହିନ୍ଦ୍ରା କମ୍ପାନୀ ପାଇଁ ସୌଭାଗ୍ୟ ହେବ ବୋଲି ଆନନ୍ଦ କହିଛନ୍ତି।

ପୂର୍ବରୁ ବିହାରର ଗୟା ଜିଲ୍ଲାରେ ଦଶରଥ ମାନଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସ୍ମ୍‌ତିରେ ପାହାଡ଼ ଖୋଳି ରାସ୍ତା ତିଆରି କରିବା ପରି ଅବିଶ୍ବସନୀୟ ସଫଳତା ହାସଲ କରିଥିବା ବେଳେ ନିକଟରେ ଗୟା ଜିଲ୍ଲାର ଆଉ ଜଣେ ବ୍ୟକ୍ତି ୩ କିମି ଲମ୍ବର ଏକ କେନାଲ୍ ଖୋଳିପାରିଛନ୍ତି। ନିକଟସ୍ଥ ପାହାଡ଼ରୁ ତାଙ୍କ ଜମିକୁ ପାଣି ମଡ଼ାଇବା ସକାଶେ ଗୟା ଜିଲ୍ଲାର ଲନଥୁଆ ଅଞ୍ଚଳର କୋଥିଲାୱା ଗ୍ରାମର ଏହି କୃଷକ ଜଣକ ଏପରି କାର୍ଯ୍ୟ କରି ସମସ୍ତଙ୍କ ଦ୍‌ଷ୍ଟି ଆକର୍ଷଣ କରିପାରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ସେ ଏହି କେନାଲ୍ ଖୋଳିଆସିଥିବା ବେଳେ ଶେଷରେ ତାଙ୍କୁ ସଫଳତା ମିଳିଥିଲା। ଲୌଙ୍ଗି ଭୂୟାଁ ନାମକ ଏହି କୃଷକ ଜଣକର ଏବେ କେବଳ ଏକ ଟ୍ରାକ୍ଟର ଦରକାର ବୋଲି ଉକ୍ତ ଗ୍ରାମର ଜଣେ ଯୁବକ ଟ୍ବିଟ୍ କରି ଦର୍ଶାଇଥିଲେ। ଏହି ଟ୍ବିଟ୍ ଆନନ୍ଦଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ଲୌଙ୍ଗିଙ୍କୁ ଟ୍ରାକ୍ଟର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ଲୌଙ୍ଗିଙ୍କ ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ ଭାରତରେ ଅନେକ କିଛି ଚମତ୍କାର ନିର୍ମାଣ ହେଇଛି। ଏଥିପାଇଁ ଦଶନ୍ଧି ଦଶନ୍ଧିର ଶ୍ରମ ଲାଗିଛି। ଏପରି ସ୍ଥିତିରେ ଲୌଙ୍ଗିଙ୍କ ବ୍ୟକ୍ତିଗତ ଉଦ୍ୟମ ତାଜମହଲ କିମ୍ବା ପିରାମିଡ୍ ତିଆରିଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମଧ୍ୟ ଆନନ୍ଦ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ