ଦେଶୀ ଲୁକରେ ବିଦେଶ ମେମ ନୋରା, ପ୍ରଶଂସକ ଦୀୱାନା


ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଆଇଟମ ଗୀତ ଦେଉଥିବା ଅଭିନେତ୍ରୀ ନୋରା ଫତେହୀ ଗୋଟିଏ ପଟେ ନିଜ ଡ୍ୟାନ୍ସ ମୁଭକୁ ନେଇ ପ୍ରଶଂସକଙ୍କୁ ଘାଇଲା କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଅପରପକ୍ଷେ ନୋରାଙ୍କ କେତେକ ଷ୍ଟାଇଲିଶ ଫଟୋ ଆଜିକାଲି ସୋସାଲ ମିଡିଆରେ ଧୁମ ମଚାଉଛି। କିଛି ଦିନ ତଳେ ନୋରାଙ୍କୁ ଇଣ୍ଡିଆନ ଆଇଡଲ ସେଟରେ ଦେଖିବାକୁ ମିଳିଥିଲା। ଏଇଠି ତାଙ୍କ ଷ୍ଟାଇଲିଶ ଲୁକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ନୋରା ଇଣ୍ଡିଆନ ଆଇଡଲ ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ। ତେଣୁ ସେ ତାଙ୍କ ଲୁକରେ ଏକ ସ୍ବତନ୍ତ୍ର ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା। ୱେଷ୍ଟର୍ଣ୍ଣ ଡ୍ରେସ ଛାଡ଼ି ନୋରା ଦେଶୀ ଆଉଟଫିଟରେ ନଜର ଆସିଥିଲେ। ସେ ଲୋକପ୍ରିୟ ଡିଜାଇନର ଜେଜେ ଭୋଲାୟାଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଫ୍ଲୋରାଲ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ନୋରାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ସବୁବେଳେ ଯୁବପିଢ଼ିଙ୍କୁ ଆକର୍ଷିତ କରିଥାଏ। ଏମିତି କିଛି ନୋରାଙ୍କ ଏହି ନୀଳ ରଙ୍ଗର ଫ୍ଲୋରାଲ ଶାଢ଼ିରେ ଦେଖିବାକୁ ମିଳିଥିଲା। ନିଜ ଲୁକରେ ଗ୍ଲାମର ତଡ଼କା ଦେବା ଲାଗି ନୋରା ଫିନିକ୍ସ ଗୋଲ୍ଡ ପ୍ଲେଟେଡ ଶାଢ଼ିକୁ ଷ୍ଟାଇଲିଶ ବେଲ୍ଟ ସହିତ ମ୍ୟାଚ କରିଥିଲେ। ହାଲୁକା ମେକଅପ ସହିତ ସ୍ମୋକି ଲିପ୍ସ, ସାଇଡ ପାର୍ଟେଡ ହେଆରରେ ନୋରାଙ୍କ ଲୁକ ଏକଦମ କମାଲ ଥିଲା।

ନିଜ ଲୁକରେ ଏକ୍ସଟ୍ରା ଗ୍ଲାମର ଯୋଡ଼ିବା ଲାଗି ନୋରା ଡିଜାଇନର ଶାଢ଼ି ସହିତ ମ୍ୟାଚିଂ ଜୁଏଲାରୀ ପିନ୍ଧିଥିଲେ। ଏହାକୁ ଆପଲା ବ୍ରାଣ୍ଡ ଡିଜାଇନ କରିଥିଲା। ନୋରାଙ୍କ ଏହି ଡ୍ରେସ କୋର୍ଟ ସହିତ ଷ୍ଟାଇଲର ଏକ ପରଫେକ୍ଟ କମ୍ବିନେସନ, ଯାହା ତାଙ୍କୁ ଖୁବ ମାନୁଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ