ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଅକ୍ଷୟଙ୍କ ଲକ୍ଷ୍ମୀ ବମ, ମିଳିଲା ୨.୧ କୋଟି ଭିଉଜ


ଖିଲାଡ଼ି ହିରୋ ଅକ୍ଷୟ କୁମାର ଓ କିଆରା ଆଡ଼ଭାଣୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ଲକ୍ଷ୍ମୀ ବମ’ ଏବେ ସୋସାଲ ମିଡିଆରେ ଜୋରଦାର ଛାଇଯାଇଛି। ‘ଲକ୍ଷ୍ମୀ ବମ’ ଚଳିତ ବର୍ଷ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି। ଏ ସମ୍ପର୍କରେ ଅକ୍ଷୟ ନିଜେ ସୋସାଲ ମିଡିଆରେ ସୂଚନା ଦେଇ ଲେଖିଥିଲେ ଯେ ୯ ଡିସେମ୍ବରରେ ଡିଜନୀ ପ୍ଲସ ହଟଷ୍ଟାରରେ ଆପଣଙ୍କ ଘରକୁ ଲକ୍ଷ୍ମୀ ବି ଆସିବେ ଓ ବମ ବି ଆସିବ। ଏବେ ଏହି ଫିଲ୍ମର ମୋସନ ପୋଷ୍ଟର ରିଲିଜ କରାଯାଇଛି।

ତେବେ ‘ଲକ୍ଷ୍ମୀ ବମ’ ସିନେମା ରିଲିଜ ପୂର୍ବରୁ ରେକର୍ଡ କରିଛି। ଫିଲ୍ମର ପୋଷ୍ଟର ଏତେ  ଜବରଦସ୍ତ ହୋଇଛି ଯେ ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ ଲଗାତର ସୋସାଲ ମିଡିଆରେ ଶେୟାର କରିବାରେ ଲାଗିଛନ୍ତି। ଏବେ ‘ଲକ୍ଷ୍ମୀବମ’ ସିନେମାର ଏହି ପୋଷ୍ଟର ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଥର ଦେଖାଯାଇଥିବା ମୋସନ ପୋଷ୍ଟର ପାଲଟିଛି। ଏ ସମ୍ପର୍କରେ ଡିଜନୀ ପ୍ଲସ ହଟଷ୍ଟାର ସୂଚନା ଦେଇଛି।

ହଟଷ୍ଟାର ଅକ୍ଷୟଙ୍କ ଫିଲ୍ମର ଏକ ଫଟୋ ଶେୟାର କରି ଲେଖିଛି ମିଷ୍ଟର ଖିଲାଡ଼ିଙ୍କ ଏହି ନିଆରା ଲୁକ ସମସ୍ତ ସୀମା ଓ ରେକର୍ଡ ଭାଙ୍ଗି ଦେଇଛି। ଏହି ପୋଷ୍ଟରକୁ ମାତ୍ର ୨୪ ଘଣ୍ଟାରେ ୨.୧ କୋଟି ଭିଉ ମିଳିସାରିଛି। ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି ବୋଲି ହଟଷ୍ଟାର ଲେଖିଛି। ସୂଚନାଯୋଗ୍ୟ ଯେ ଏହି ସିନେମାରେ ଅକ୍ଷୟ ଜଣେ କିନ୍ନର ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ସିନେମାର ନିର୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହି ସିନେମାରେ ପ୍ରମୁଖ ଭୂମିକାରେ ତୁଷାର କପୁର, ଶରଦ କେଲକର, ଅଶ୍ବିନୀ ଆୟର ଅଭିନୟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ