ମହିଳାଙ୍କ ସେକ୍ସଟିଙ୍ଗ ପ୍ରୀତି: ମାତିଛନ୍ତି ୬୨ ପ୍ରତିଶତ ଭାରତୀୟ


ଆଜିକାଲି ଲୋକ ଅଧିକାଂଶ ସମୟ ନିଜ ମୋବାଇଲ ସ୍କ୍ରୋଲିଂ କରିବାରେ ବିତାଉଛନ୍ତି। ଏହି ଛୋଟ ଡିଭାଇସରେ ସାରା ଦୁନିଆର ସୂଚନା ରହିଛି। ଦୁନିଆରେ ଯେ କୌଣସି କୋଣରେ ବସି ବି ଆପଣ ପରସ୍ପରଙ୍କ ସହ ଯୋଗାଯୋଗରେ ରହିପାରୁଛନ୍ତି। ଏବେ ଅନେକ ଗୁଡ଼ିଏ ଡେଟିଂ ଆପ ମଧ୍ୟ ଆସିଗଲାଣି। ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ମୋବାଇଲ ବ୍ୟବହାର କରୁଥିବା ୧୯ ପ୍ରତିଶତ ମହିଳା ଡେଟିଂ ଆପର ବ୍ୟବହାର କରୁଛନ୍ତି। ସେହିପରି ଏହି ସର୍ଭେରୁ ଜଣାପଡ଼ିଛି ଯେ ୬୨ ପ୍ରତିଶତ ଭାରତୀୟ ମହିଳା ସେକ୍ସଟିଙ୍ଗ କରିଥାନ୍ତି।

ସେକ୍ସଟିଙ୍ଗ କ’ଣ ଓ କାହିଁକି ମାତୁଛନ୍ତି ମହିଳା
ସାମ୍ପ୍ରତିକ ସମୟରେ ହାତପାହାନ୍ତାରେ ମୋବାଇଲ ରହୁଥିବା ହେତୁ ଡେଟିଂ ଆପର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ଅବିବାହିତ ଯୁବତୀମାନେ ଏହାର ବହୁଳ ବ୍ୟବହାର କରୁଥିବା ବେଳେ ବିବାହିତ ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି। ଦୂରଦୂରାନ୍ତରେ ବସି ସାଥୀ ବା ଜୀବନସାଥୀ ଖୋଜିବା ହେଉ ଅଥବା ସମୟ ଅତିବାହିତ କରିବା ହେଉ ଡେଟିଂ ଆପ ସମସ୍ତଙ୍କ ପାଇଁ ଭରପୂର ସୁଯୋଗ ଆଣିଦେଇଛି। ତେବେ ଏହା ଜରିଆରେ ସେକ୍ସ ସମ୍ପର୍କିତ ଚାଟ କରିବା ବା ଭାବର ଆଦାନ ପ୍ରଦାନ କରିବାକୁ ସେକ୍ସଟିଙ୍ଗ କୁହାଯାଏ। ନିକଟରେ ହୋଇଥିବା ଏକ ସର୍ଭେରେ ୬୨ ପ୍ରତିଶତ ଭାରତୀୟ ମହିଳା ସେକ୍ସଟିଙ୍ଗରେ ଲିପ୍ତ ରହୁଥିବା ଜଣାପଡ଼ିଛି। ସର୍ଭେରେ ୨୩,୦୯୩ ଜଣ ଭାରତୀୟ ମହିଳାଙ୍କୁ ସାମିଲ କରାଯାଇଥିଲା।

ପ୍ଲସ ୱାନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ସର୍ଭେରେ ୧୯୧ଟି ଦେଶର ମହିଳା ସାମିଲ ଥିଲେ। ପାଖାପାଖି ୧,୩୦,୮୮୫ ମହିଳାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଆଧାରରେ ଏହି ନିଷ୍କର୍ଷ ବାହାରିଛି। ସର୍ଭେରେ ଭାରତର ୨୩, ୦୯୩ ଜଣ ମହିଳା ସାମିଲ ଥିଲେ। ସର୍ଭେରେ ସାମିଲ ଥିବା ମହିଳାଙ୍କୁ ଅନଲାଇନରେ ପ୍ରଶ୍ନ କରାଯାଇଥିଲା।

ଏହି ବୟସରେ ମହିଳାମାନେ ଡେଟିଂ ଆପ ବ୍ୟବହାର କରନ୍ତି
ଏହି ସର୍ଭେ ମୁତାବକ ୧୯ ପ୍ରତିଶତ ମହିଳା କହିଛନ୍ତି ଯେ ପାର୍ଟନର ଖୋଜିବା ପାଇଁ ସେମାନେ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ଡେଟିଂ ଆପ ଜରିଆରେ ପାର୍ଟନର ଖୋଜୁଥିବା ମହିଳାଙ୍କ ବୟସ ୧୮ରୁ ୫୪ ବର୍ଷ। ତେବେ ୨୧ରୁ ୨୪ ବର୍ଷ ମଧ୍ୟରେ ଯୁବତୀମାନେ ଅଧିକ ଡେଟିଂ ଆପ ବ୍ୟବହାର କରନ୍ତି। ଏମାନଙ୍କ ମଧ୍ୟରୁ ୨୯ ପ୍ରତିଶତ ମହିଳା କେବଳ ଉପଭୋଗ କରିବା ଲାଗି ପାର୍ଟନର ଖୋଜନ୍ତି।

ଏମାନେ ଶର୍ଟଟର୍ମ ପାର୍ଟନର ଖୋଜନ୍ତି
ସର୍ଭେ ଅନୁସାରେ ୪୪ ପ୍ରତିଶତ ମହିଳା କିଛି ସମୟ ପାଇଁ ଡେଟିଂ ପାର୍ଟନର ଖୋଜନ୍ତି। ସେହିପରି ୩୭ ପ୍ରତିଶତ ମହିଳା ଦୀର୍ଘ ଦିନ ପାଇଁ ଡେଟିଂ ଆପର ପାର୍ଟନର ଖୋଜନ୍ତି। ୨୪ ପ୍ରତିଶତ ମହିଳା ନିଜ ଆବଶ୍ୟକତା ଅନୁସାରେ ପାର୍ଟନର ଖୋଜିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ