କାଣ୍ଟଛାଣ୍ଟ ହେବ ସଂସଦର ଚଳିତ ମୌସୁମୀ ଅଧିବେଶନ!


ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବା ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଏପରିକି ଏକ ସପ୍ତାହ ପୂର୍ବରୁ ସଂସଦର ଅଧିବେଶନକକୁ ମୁଲତବି କରିବା ପାଇଁ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି। ସଂସଦର ଦୁଇ ଜଣ ଅଫିସିଆଲଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ସାଂସଦ କୋରୋନାରେ ସଂକ୍ରମିତ ହୋଇ ସାରିଥିବାରୁ ସରକାର ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି। ତେଣୁ ସରକାରଙ୍କ ପକ୍ଷରୁ ସଂସଦ ଅଧିବେଶନକୁ ଆଗୁଆ ଶେଷ କରିବା ପାଇଁ ଯେ କୌଣସି ମୂହୁର୍ତ୍ତରେ ନିର୍ଦେଶନାମା ଜାରି ହୋଇପାରେ ବୋଲି କୁହାଯାଉଛି।

ଏଥିସହ ସଂସଦ ଭବନକୁ ଯାଉଥିବା ସାମ୍ବାଦିକମାନଙ୍କ ପାଇଁ ମଧ୍ୟ କୋରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। କୋରୋନା ରିପୋର୍ଟ ଦେଖାଇ ସଂସଦ ଭିତରକୁ ପ୍ରବେଶ କରିବାକୁ କୁହାଯାଉଛି। ଦେଶରେ କୋରୋନା ସଂକ୍ରମଣ ବଢ଼ିବା ସହ ଦେଶର ସାଂସଦ ଓ ମନ୍ତ୍ରୀମାନେ ସଂକ୍ରମିତ ହେବା ସରକାରଙ୍କ ଚିନ୍ତା ବଢ଼ାଇଛି। ଅଧିବେଶନ ଆରମ୍ଭ ହେବା ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଅଧିବେଶନ ଆରମ୍ଭ ପରେ କେତେକ ବରିଷ୍ଠ ସାଂସଦ ମଧ୍ୟ ସଂକ୍ରମିତ ହେଉଥିବାରୁ ସରକାର ଅଧିବେଶନକୁ ଆଗୁଆ ଶେଷ କରିବାକୁ ଚାହୁଁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ