ଲୋକମତକୁ ଅସମ୍ମାନ କରି ସରକାରଙ୍କୁ ସମର୍ଥନ କରିପାରିନି: ହରସିମରତ


କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ପଞ୍ଜାବ ଭଟିଣ୍ଡାର ଶିରୋମଣି ଅକାଳୀ ଦଳ (ଏସଏଡି) ସାଂସଦ ହରସିମରତ କୌର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। କେଉଁ ପରିସ୍ଥିତିରେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ, ତାହା ସ୍ପଷ୍ଟ କରିଛନ୍ତି। ହରସିମରତ କହିଛନ୍ତି ଯେ କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ବିଧେୟକ ଚିଠା ପ୍ରସ୍ତାବକୁ ଆରମ୍ଭରୁ ସେ ବିରୋଧ କରି ଆସୁଥିଲେ। ଏହାରି ଭିତରେ ସେ କୃଷକ ସମାଜ, ଷ୍ଟେକ ହୋଲ୍ଡର, ମିଡିଲମେନଙ୍କୁ ନେଇ ଆଲୋଚନା କରିବା ସହ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲି।

ଏଥିସହ ଏନେଇ ପ୍ରଥମେ ଅଧ୍ୟାଦେଶ ଆସିଲା ବେଳେ ଏହାକୁ ଆଇନରେ ପରିଣତ କରିବା ପୂର୍ବରୁ କୃଷକମାନଙ୍କ କଥା ଶୁଣିବାକୁ କହିଥିଲି। ମାତ୍ର ସରକାର ଶୁଣିଲେ ନାହିଁ। ଏହାପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କୃଷକମାନଙ୍କ କଥା ଶୁଣି ନିଷ୍ପତ୍ତି ନେବାକୁ ମଧ୍ୟ କହିଥିଲି। ମାତ୍ର ତାଙ୍କ କଥାକୁ ସରକାର ଗୁରୁତ୍ବ ଦେଲେ ନାହିଁ। ଦଳର ସଭାପତି ସୁଖବୀର ସିଂ ବାଦଲ ମଧ୍ୟ କୃଷକଙ୍କ ସମସ୍ୟା ନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ଯେତେବେଳେ ସେଥିରୁ କିଛି ସୁଫଳ ମିଳିଲା ନାହିଁ, ସେତେବେଳ ଲୋକମତକୁ ଅସମ୍ମାନ କରି ସରକାରକୁ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ହରସିମରତ କହିଛନ୍ତି। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଏସଏଡି ବିଜେପି ନେତୃତ୍ବାଧୀନ ଏନଡିଏ ସହ ରହିବ ନା ନାହିଁ, ତାହା ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି ହରସିମରତ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ