ସାବଧାନ! ପିଲାଙ୍କଠାରେ ବଢ଼ୁଛି ଆଖି ସମସ୍ୟା


କୋରୋନା ଭାଇରସ ମହାମାରୀ କାରଣରୁ ସ୍କୁଲ କଲେଜ ସବୁ ବନ୍ଦ ଅଛି। ଏପରିସ୍ଥଳେ ପାଠପଢ଼ା ପାଇଁ ପିଲାମାନେ ଅନଲାଇନ କ୍ଲାସର ସାହାରା ନେଉଛନ୍ତି। ବାହାରକୁ ଅଧିକ ନ ବାହାରିବାର କଟକଣା ରହିଥିବାରୁ ପିଲାମାନେ ଏବେ ଗେମିଂରେ ନିଜର ଅଧିକାଂଶ ସମୟ ବିତାଉଛନ୍ତି। ଏସବୁର ପ୍ରଭାବ ପିଲାଙ୍କ ଆଖି ଉପରେ ଅଧିକ ପଡ଼ୁଛି। କିଛି ସପ୍ତାହ ମଧ୍ୟରେ ପାଖାପାଖି ୪୦ ପ୍ରତିଶତ ପିଲାଙ୍କୁ ଚକ୍ଷୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି।

ଖ୍ୟାତନାମା ଚକ୍ଷୁ ବିଶେଷଜ୍ଞ ଅନିଲ ରସ୍ତୋଗୀ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ଅଧିକାଂଶଙ୍କଠାରେ କନଭରଜେନ୍ସି ଇନସଫିସିଏନ୍ସି ସମସ୍ୟା ଦେଖିବାକୁ ମିଳଛି। ଏହା ଏପରି ଏକ ସମସ୍ୟା, ଯେତେବେଳେ କୌଣସି ଜିନିଷକୁ ଦେଖିବା ସମୟରେ ଆଖି ଏକସଙ୍ଗେ କାମ କରିବାକୁ ଅସମର୍ଥ ହୋଇଥାଏ। ଏହି ସ୍ଥିତିରେ ଗୋଟିଏ ଆଖି ଭିତରେ ରହୁଥିବା ବେଳେ ଅନ୍ୟଟି ବାହାରକୁ ବାହାରିଯାଏ। ଏପରିସ୍ଥଳେ କୌଣସି ଗୋଟିଏ ଜିନିଷ ଦୁଇଟି କିମ୍ବା ଅସ୍ପଷ୍ଟ ଦେଖାଯାଇଥାଏ। ଡ.ରସ୍ତୋଗୀ ଆହୁରି କହିଛନ୍ତି ଯେ ପିଲା ଏବେ କମ୍ପ୍ୟୁଟର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ଓ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଫଳରେ ଆଖି କୁଣ୍ଡାଇ ହେବା, ପୋଡ଼ିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ଲଗାଇବାରେ ସମସ୍ୟା ହେବା ସହିତ ମୁଣ୍ଡବିନ୍ଧା, ଆଖି ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ବୋଲି ଡା.ରସ୍ତୋଗୀ କହିଛନ୍ତି।

ସେହିପରି ଚକ୍ଷୁ ବିଶେଷଜ୍ଞ ଶିକ୍ଷା ଗୁପ୍ତା କହିଛନ୍ତି ଯେ ଲକଡାଉନ ପାଇଁ ପିଲାମାନେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସମୟ ଇଲେକ୍ଟ୍ରୋନିକ୍ସ ଡିଭାଇସରେ ସମୟ ବିତାଉଛନ୍ତି। ସେମାନେ ଅନଲାଇନ କ୍ଲାସ କରୁଛନ୍ତି, କାର୍ଟୁନ ଦେଖୁଛନ୍ତି, ଭିଡ଼ିଓ ଗେମ ଖେଳୁଛନ୍ତି। ମା’ ବାପାମାନେ ଭାବୁଛନ୍ତି, ଏହା ପିଲାଙ୍କୁ ବ୍ୟସ୍ତ ରଖିବାରେ ସବୁଠାରୁ ସହଜ ଉପାୟ। କିନ୍ତୁ ଏତେ ସମୟ ଇଲେକ୍ଟ୍ରୋନିକ୍ସ ଉପକରଣ ସମ୍ମୁଖରେ ବିତାଇବା ଆଖିକୁ କ୍ଷତି ପହଞ୍ଚାଉଛି। ତେଣୁ ପିଲାଙ୍କ ଆଖିର ବ୍ୟାୟାମ ଉପରେ ଧ୍ୟାନ ଦେବା ଉଚିତ। ଟିଭି, କମ୍ପ୍ୟୁଟର, ମୋବାଇଲ ଫୋନ ସ୍କ୍ରିନଠାରୁ କିଛି କିଛି ସମୟ ଅନ୍ତରାଳରେ ବିରାମ ନିଅନ୍ତୁ। ଯାହାଫଳରେ ଆଖି ସୁସ୍ଥ ରହିବ ବୋଲି ଡା.ଶିକ୍ଷା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ