ଘରୋଇ ଉପାୟରେ ଘଉଡ଼ାନ୍ତୁ ଅସରପା


ଅନେକ ସମୟରେ ଆମେ ଘରେ କେତକ କୀଟପତଙ୍ଗ, ଜୀବଜନ୍ତୁଙ୍କ ଯିବା ଆସିବା ନେଇ ଚିନ୍ତାରେ ରହିଥାଉ।ଏମିତି ଏକ ଜୀବ ହେଉଛି ଅସରପା। ଅସରପା ଘର ଅପରିଷ୍କାର କରିଥାନ୍ତି। ଫଳରେ ରୋଗ ମଧ୍ୟ ବ୍ୟାପିଥାଏ। ଏମାନଙ୍କୁ ଘରୁ ତଡ଼ିବା ଲାଗି ଅନେକ ପ୍ରକାରର ଉପାୟ ଅବଲମ୍ବନ କଲେ ମଧ୍ୟ କୌଣସି ଲାଭ ମିଳି ନ ଥାଏ। ଆଜି ଏଠାରେ ଅସରପା ଘଉଡ଼ାଇବା ଲାଗି କେତେକ ଘରୋଇ ଉପାୟ ସମ୍ପର୍କରେ ସୂଚନା ଦିଆଯାଇଛି।

ଖାଇବା ସୋଡ଼ା ଓ ଚିନି
ଏକ ପାତ୍ରରେ ଖାଇବା ସୋଡ଼ା ଓ ଚିନି ସମ ପରିମାଣର ମିଶାଇ ଅସରପା ଯିବାଆସିବା କରୁଥିବା ରାସ୍ତାରେ ପକାନ୍ତୁ। କିଛି ସମୟ ଭିତରେ ଅସରପା ଘର ଛାଡ଼ି ଚାଲିଯିବେ।

ଲବଙ୍ଗ
ଲବଙ୍ଗର ତୀବ୍ର ବାସ୍ନା ଅସରପା ତଡ଼ିବା ଲାଗି ସବୁଠାରୁ ଉତ୍ତମ ଉପାୟ। ଏଥିପାଇଁ ଅସରପା ଯିବା ଆସିବା କରୁଥିବା ରାସ୍ତାରେ କିଛି ଲବଙ୍ଗ ରଖିଦିଅନ୍ତୁ। ଏହାର ଗନ୍ଧରେ ଅସରପା ଘରକୁ ଆସିବେ ନାହିଁ।

ବୋରେକ୍ସ ପାଉଡର
ଅସରପା ଘରୁ ବାହାର କରିବା ଲାଗି ବୋରେକ୍ସ ପାଉଡର ମଧ୍ୟ ସିଞ୍ଚି ପାରିବେ। କିନ୍ତୁ ପିଲାଙ୍କଠାରୁ ଏହା ଦୂରେଇ ରଖିବା ଉଚିତ।

ତେଜପତ୍ର
ଘରର ଯେଉଁ ଅଂଶରେ ଅସରପା ଅଧିକ ହେଉଛନ୍ତି, ସେଠାରେ କିଛି ତେଜପତ୍ର ହାତରେ ରଗଡ଼ି ରଖିଦିଅନ୍ତୁ। ଏହା ରଗଡ଼ିବା ପରେ ଯେଉଁ ତେଲ ବାହାରିଥାଏ, ତାହାର ତୀବ୍ର ବାସ୍ନାରେ ଅସରପା ବାହାରିଯାଆନ୍ତି। ଏହି ପତ୍ରକୁ କିଛି ଦିନ ବ୍ୟବଧାନରେ ବଦଳାଇବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ