ପିଇଲେ ଜାଣିବ: ମଦର ଦାମ୍‌ ଉଡ଼ାଇବ ହୋଶ୍‌

ଜାଣନ୍ତୁ ବିଶ୍ବର କେତେକ ସବୁଠାରୁ ମହଙ୍ଗା ମଦର ଦାମ୍‌ ସମ୍ପର୍କରେ

ଏମିତିରେ ଆଲକହଲ ସ୍ବାସ୍ଥ୍ୟ ପାଇଁ ଖରାପ ବୋଲି ସମସ୍ତେ ଜାଣନ୍ତି। ଏହା ସତ୍ତ୍ବେ ବିଶ୍ବରେ ଅନେକ ସଂଖ୍ୟାରେ ଲୋକେ ମଦ୍ୟପାନ କରନ୍ତି। ପ୍ରତିବଦ୍ଧତା ଓ ସମ୍ମାନହାନି ଡରରେ କେତେକ ଲୁଚିଛପି ମଦ୍ୟପାନ କରୁଥିବାବେଳେ ଆଉ କେତେକ ଖୋଲାଖୋଲି ମଦ୍ୟପାନ କରିବାକୁ ପସନ୍ଦ କରନ୍ତି। ମଦର ଦାମ୍‌ ପିଉଥିବା ବ୍ୟକ୍ତିଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ମାପକାଠି ହୋଇଥାଏ। ବଡ଼ ବଡ଼ ବ୍ୟକ୍ତିବିଶେଷ ନିଜ ଘରେ ଅତିଥିଙ୍କ ସମ୍ମୁଖରେ ମହଙ୍ଗା ଆଲକହଲ ପରଷିବାକୁ ପସନ୍ଦ କରିଥାନ୍ତି। କାରଣ ଏଥିରେ ତାଙ୍କର ଷ୍ଟାଟସ ଆହୁରି ବଢ଼ିଯାଏ। ଆଜି ଏଠାରେ ଏପରି କେତେକ ମହଙ୍ଗା ମଦର ଦାମ୍‌ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ସାଧାରଣତଃ ପାର୍ଟିରେ ଚର୍ଚ୍ଚାର ବିଷୟ ପାଲଟିଥାଏ।

ତେକିଲା ଲେ ୯୨୫
ତେକିଲା ଲେ ୯୨୫ ଆଲକହଲ ବିଶ୍ବର ଦାମୀ ମଦ ମଧ୍ୟରେ ଅନ୍ୟତମ। ଯେଉଁ ପ୍ଲାଟିନମ ବୋତଲରେ ଏହାର ପ୍ଯାକେଜିଂ ହୋଇଛି, ସେଥିରେ ୬୪୦୦ ହୀରା ଖଚିତ ହୋଇଛି। ୨୦୦୬ରେ ଏହି ମଦ ହ୍ବାଇଟ ଗୋଲ୍ଡ ଏବଂ ପ୍ଲାଟିନମ ବୋତଲରେ ବିକ୍ରି ହେଉଥିଲା। ପ୍ରଥମେ ମେକ୍ସିକୋରେ ଏହା ଲଞ୍ଚ ହୋଇଥିଲା। ୨୦୦୬ରେ ତେକିଲା ଲେ ୯୨୫ର ଦାମ ୨,୨୫,୦୦୦ ଆମେରିକୀୟ ଡଲାର ଥିବାବେଳେ ୨୦୧୦ରେ ଏହାର ଦାମ ୩.୫ ମିଲିଅନ ଆମେରିକୀୟ ଡଲାର ଥିଲା।

ଅରମାଣ୍ଡ ଡି ବ୍ରିଗନାକ
ଅରମାଣ୍ଡ ଡି ବ୍ରିଗନାକକୁ ବିଶ୍ବର ସବୁଠାରୁ ମହଙ୍ଗା ଶାମ୍ପେନ ବୋଲି କୁହାଯାଏ। ଏହାର ଏକ ବଡ଼ ବୋତଲର ଦାମ ୧ କୋଟି ୪୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏହି ବୋତଲର ଭିତରେ ମଝିରେ ମଝିରେ ସ୍ବରୋସ୍କି କ୍ରିଷ୍ଟାଲ ଲଗାଯାଇଛି। ଏହି କ୍ରିଷ୍ଟାଲକୁ ଡ୍ରିଙ୍କରେ ମିଶାଇ ସେବନ ମଧ୍ୟ କରିହେବ।

ଡାଲମୋର ୬୨
ଡାଲମୋର ୬୨କୁ ବିଶ୍ବର ସବୁଠାରୁ ମହଙ୍ଗା ହ୍ବିସ୍କି ଭାବେ ଗ୍ରହଣ କରାଯାଏ। ଏହା ଏତେ ମହଙ୍ଗା ଯେ ଆଜି ପର୍ଯ୍ୟନ୍ତ ଏହାର ମାତ୍ର ୧୨ଟି ବୋତଲ ବିକ୍ରି ହୋଇଛି। ୧୦ ବର୍ଷ ପୂର୍ବେ ଏହାର ଦାମ ୧ ଲକ୍ଷ ପାଉଣ୍ଡ ଥିଲା। ଏବେ ଏହାର ଦାମ ୧ କୋଟି ୪୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ