ସିମ୍ପଲ ହ୍ବାଇଟ ଡ୍ରେସକୁ କରନ୍ତୁ ଷ୍ଟାଇଲିଶ, ନିଅନ୍ତୁ ସେଲିବ୍ରିଟିଙ୍କ ଟିପ୍‌ସ


ଖରାଦିନେ ଅଧିକାଂଶ ଲୋକ ହାଲୁକା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଏ ସମୟରେ କୁର୍ତ୍ତି, ଢିଲା ଟି’ଶାର୍ଟ, ମ୍ୟାକ୍ସି ଡ୍ରେସ ଭଳି ପୋଷାକ ପିନ୍ଧିବାକୁ ମହିଳା ଭଲ ପାଉଥିବା ଦେଖିବାକୁ ମିଳିଥାଏ। ଏହାବ୍ୟତୀତ ଏପରି କିଛି କପଡ଼ା ରହିଛି ଯାହାର ସିଜନ କେବେ ବି ଯାଇ ନ ଥାଏ। ସେହିପରି ଏକ ଆଉଟଫିଟ ହେଉଛି ହ୍ବାଇଟ ଡ୍ରେସ। ତେବେ ହ୍ବାଇଟ ଆଉଟଫିଟକୁ କିପରି କଲରଫୁଲ କରିବେ, ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ। କାରଣ ଯଦି କଲର ଅଧିକ ହୋଇଗଲା, ତେବେ ପୂରା ଫ୍ୟାଶନ ଖରାପ ହୋଇଯିବ। ତେବେ ଆପଣ ଚିନ୍ତା କରନ୍ତୁ ନାହିଁ। ସେଲିବ୍ରିଟିଙ୍କଠାରୁ ଏହି ଟିପ୍‌ସ ନେଇ ନିଜ ହ୍ବାଇଟ ଡ୍ରେସକୁ କଲରଫୁଲ କରିପାରିବେ।

କରୀନାଙ୍କ ଭଳି ୟେଲୋ ଏଣ୍ଡ ପପି ହେଡବ୍ୟାଣ୍ଡ

ଆପଣ ଚାହିଲେ କରୀନା କପୁର ଖାନଙ୍କ ଭଳି ହ୍ବାଇଟ ଡ୍ରେସ ସହିତ ୟେଲୋ ପପି ହେଡବ୍ୟାଣ୍ଡ ପିନ୍ଧି ପାରିବେ। ଏଥିସହିତ ସନଗ୍ଲାସ ମଧ୍ୟ ପିନ୍ଧି ପାରିବେ। ଏହା ଆପଣଙ୍କୁ କୁଲ ଲୁକ ଦେବ।

ପ୍ରିୟଙ୍କାଙ୍କ ଭଳି ବୋଲ୍ଡ ମେକଅପ
ଆପଣ ନିଜ ଲୁକକୁ ସୁନ୍ଦର କରିବା ପାଇଁ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଭଳି ହ୍ବାଇଟ ଡ୍ରେସ ସହିତ ବୋଲ୍ଡ ମେକଅପ କରିପାରିବେ। ଆପଣ ହ୍ବାଇଟ ଶାର୍ଟ, ବ୍ଲାକ ଟ୍ୟାଙ୍କ ଟପ ସହିତ ହ୍ବାଇଟ ପ୍ୟାଣ୍ଟ ଟିମଅପ କରି ପିନ୍ଧିପାରିବେ।

ଅନନ୍ୟାଙ୍କ ଭଳି ଫେଦର ଲୁକ
ଆପଣ କିଛି ଅଲଗା ଦେଖାଯିବାକୁ ରହୁଥିଲେ ଅନନ୍ୟା ପାଣ୍ଡେଙ୍କ ଭଳି ହ୍ବାଇଟ ଶାର୍ଟକୁ ହ୍ବାଇଟ ସ୍କର୍ଟ ସହିତ ପିନ୍ଧିପାରିବେ। କିନ୍ତୁ ଏଥିରେ ଫେଦର ଲଗାଇ କୁଲ ଲୁକ ପାଇପାରିବେ। ଯାହାଫଳରେ ଆପଣଙ୍କ ଲୁକକୁ ପୂରପୂରି ବଦଳାଇ ଦେବ। ଏହି ଆଉଟଫିଟ ତିଆରି କରିବା କିଛି ମାତ୍ରାରେ କଠିନ କାମ।

ଜାହ୍ନବୀଙ୍କ ଭଳି ରଙ୍ଗୀନ ଦୁପଟ୍ଟା
ସିମ୍ପଲ କୁର୍ତ୍ତା ଓ ସାଲୱାର ପିନ୍ଧିବାକୁ ଖୁବ ଆରାମଦାୟକ ଲାଗିଥାଏ। ଆପଣ ଜାହ୍ନବୀ କପୁରଙ୍କ ଭଳି ସିମ୍ପଲ ହ୍ବାଇଟ ଡ୍ରେସ ସହିତ କଲରଫୁଲ ଦୁପଟ୍ଟା ବ୍ୟବହାର କରିପାରିବେ। ଏହା ଆପଣଙ୍କ ହ୍ବାଇଟ ଆଉଟଫିଟକୁ କଲରଫୁଲ କରିଦେବ।

କିଆରାଙ୍କ ହ୍ୟାଣ୍ଡବ୍ୟାଗ ଲୁକ
ଆଉ ଏକ ଉପାୟ ଅବଲମ୍ବନ କରି ଆପଣ ନିଜର ବୋରିଂ ହ୍ବାଇଟ ପୋଷାକକୁ କ୍ଲାସି ଲୁକ ଦେଇପାରିବେ। ଯେମିତି କିଆରା ଆଡ଼ଭାଣୀ ନିଜ ଲୁକକୁ ଦେଇଛନ୍ତି। କିଆରା ହ୍ବାଇଟ ଶାର୍ଟ ଓ ପ୍ୟାଣ୍ଟ ସହିତ ବ୍ଲୁ ରଙ୍ଗର ହ୍ୟାଣ୍ଡବ୍ୟାଗ କ୍ୟାରି କରିଥିବା ଦେଖିବାକୁ ମିଳିଥିଲା। ଆପଣ ମଧ୍ୟ ଠିକ କିଆରାଙ୍କ ଭଳି କଲରଫୁଲ ବ୍ୟାଗ ପକାଇ ହ୍ବାଇଟ ଆଉଟଫିଟକୁ କଲରଫୁଲ ଲୁକ ଦେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ