ଅନୁଭବଙ୍କ ଅଶ୍ଳୀଳ ଟିପ୍ପଣୀ ପରେ ଅକ୍ଷରାଙ୍କ କଡ଼ା ଜବାବ


ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିଆ ଚକ୍ରବର୍ତ୍ତିଙ୍କ ଡ୍ରଗ୍ସ କନେକ୍ସନ ପରେ ବଲିଉଡରେ ଡ୍ରଗ୍ସ ବ୍ୟବହାର ନେଇ ବିବାଦ ଆରମ୍ଭ ହୋଇଯାଇଛି। ବିଜେପି ସାଂସଦ ରବି କିଶନଙ୍କ ବୟାନକୁ ନେଇ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ବଲିଉଡରେ ଡ୍ରଗ୍ସ ବ୍ୟବହାରକୁ ନେଇ ରାଜ୍ୟ ସଭାରେ ନିଜ ବୟାନ ଦେଇଥିଲେ ଯାହାପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହଙ୍ଗାମା ଆରମ୍ଭ ହୋଇଯାଇଛି। କେହି ଜୟାଙ୍କ ସମର୍ଥନରେ ବାହାରୁଥିବା ବେଳେ ଆଉ କେହି ତାଙ୍କ ବିରୋଧରେ ବାହାରିଛନ୍ତି। ଏବେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ ରବି କିଶନଙ୍କୁ ସମର୍ଥନ କରିବା ସହିତ ଅଶ୍ଳୀଳ ଟିପ୍ପଣୀ ଦେଇଥିବା ଅନୁଭବ ସିହ୍ନାଙ୍କୁ କଡ଼ା ଜବାବ ଦେଇଛନ୍ତି।

ଅକ୍ଷରା ରବି କିଶନଙ୍କ ବୟାନକୁ ସମର୍ଥନ କରି ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଏହି ଭିଡ଼ିଓରେ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ବ୍ୟବହାରକୁ ନେଇ ରବି କିଶନ ସଂସଦରେ ସ୍ବର ଉଠାଇବା ପରେ ହଙ୍ଗାମା ଆରମ୍ଭ ହୋଇଯାଇଛି। କେହି କହୁଛନ୍ତି ଥାଳିରେ ଛେଦ କରୁଛନ୍ତି ତ ଆଉ କେହି ଭୋଜପୁରୀ ଇଣ୍ଡଷ୍ଟ୍ରୀ ଉପରେ ଅଙ୍ଗୁଳି ଦେଖାଉଛନ୍ତି। ତେବେ ଇଣ୍ଡଷ୍ଟ୍ରୀରେ ଯଦି କେହି କିଛି ସୁଧାରିବାକୁ ଚେଷ୍ଟା କରୁଛନ୍ତି କିମ୍ବା କୌଣସି ଦାବି କରୁଛନ୍ତି, ଏଥିରେ ଭୁଲ କ’ଣ? ପୂରା ବିଶ୍ବ ଏବେ ଜୟାଜୀଙ୍କୁ ଜବାବ ଦେଉଛନ୍ତି। ଏହା ତାଙ୍କର ଅସହାୟତା ହୋଇପାରେ।

ଅନୁଭବ ସିହ୍ନା ବୟାନ ଦେଇଛନ୍ତି ଯେ ଭୋଜପୁରୀରେ ଅଶ୍ଳୀଳ ନାଚ ହେଉଛି। ଅକ୍ଷରା ତାଙ୍କୁ ଜବାବ ଦେଇ କହିଛନ୍ତି ଏଭଳି ଶବ୍ଦ କିପରି ବ୍ୟବହାର କରିପାରିଲ? ଆପଣ ତ ବନାରସରୁ ଆସିଛନ୍ତି, ତଥାପି ଭୋଜପୁରୀ ଉପରେ ଏଭଳି ଅଭିଯୋଗ କରି ନିଜ ମାତୃଭାଷାକୁ ବଦନାମ କରୁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ଲୋକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ହେଲେ ନିଜ ଅମାନତ ବଞ୍ଚାଇ ପାରି ନାହାନ୍ତି। କିନ୍ତୁ ଭୋଜପୁରୀ ଇଣ୍ଡଷ୍ଟ୍ରୀ ଦୁଇଜଣ ସାଂସଦ ଦେଇଛି। ଦୁନିଆ ଏବେ ଆପଣଙ୍କ ବଲିଉଡ ଇଣ୍ଡଷ୍ଟ୍ରୀର ସତ ଦେଖିପାରୁଛି। ଆତ୍ମହତ୍ୟା ହେଉ ବା ଡ୍ରଗ୍ସ ବ୍ୟବହାର ସମସ୍ତେ ସବୁ ଜାଣିଛନ୍ତି। ଆପଣମାନେ କଲେ ସବୁ ଠିକ, ଆମେ କଲେ ଭୁଲ। ଅନୁଭବଜୀ, ଆପଣଙ୍କୁ ଲୋକେ ବୁଦ୍ଧିଜୀବୀ ଭାବେ ଜାଣନ୍ତି। ଆପଣ ଆମ ଇଣ୍ଡଷ୍ଟ୍ରି ପାଇଁ ବହୁତ ଭଲ କାମ କରିଛନ୍ତି। କିନ୍ତୁ ଅନ୍ୟମାନେ ଯାହା କରିଛନ୍ତି ତାହାର ନିନ୍ଦା କରନ୍ତୁ ନାହିଁ ବୋଲି ଅକ୍ଷରା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ