ବୁଲା କୁକୁର ବି ପାଲଟିଯିବେ ଆପଣଙ୍କ ଖାସ ବନ୍ଧୁ


ଦୁନିଆରେ ଯେତେ ବି ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରେ କୁକୁର ମଣିଷର କେବଳ ଉତ୍ତମ ବନ୍ଧୁ ନୁହନ୍ତି, ବରଂ ସେମାନଙ୍କ ପାଇଁ ବିଶ୍ବସ୍ତ ମଧ୍ୟ ହୋଇଥାନ୍ତି। ଘରେ କୁକୁର ଥିଲେ ଆପଣଙ୍କ ମୁଡ ସବୁବେଳେ ଠିକ ରହିବ। କାରଣ କୁକୁର ଏଭଳି ଏକ ଜୀବ, ଯିଏ ଆପଣଙ୍କୁ ଖୁସି ଦେଖିବା ଲାଗି କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାଏ। ଆମେ ସାଧାରଣତଃ କୁକୁରର ବିଶ୍ବସ୍ତ କାହାଣୀ ଅନେକ ମାତ୍ରାରେ ଶୁଣିଥାଉ। କୁକୁରଙ୍କ ଏହି ପ୍ରେମ ଓ ଆକର୍ଷଣ ପାଇଁ ପ୍ରତ୍ୟେକ ବର୍ଷ ୨୬ ଅଗଷ୍ଟରେ ଇଣ୍ଟରନ୍ୟାସନାଲ ଡଗ ଡେ’ ପାଳନ କରାଯାଏ।

କେତେକ ଦେଶରେ ଏହି ଦିନ ନନଅଫିସିଆଲ ଛୁଟି ମଧ୍ୟ ହୋଇଥାଏ, ଯାହାକୁ ନ୍ୟାସନାଲ ଡଗ ଏସ୍ପିସିଏସନ ଡେ’ ମଧ୍ୟ କୁହାଯାଏ। ଏହି ଛୁଟିର ଉଦ୍ଦେଶ୍ୟ ହେଉଛି କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା, ସୁରକ୍ଷିତ ଓ ପ୍ରେମପୂର୍ଣ୍ଣ ମାହୋଲରେ ସେମାନଙ୍କୁ ରଖିବା। ଏଥିସହିତ କୁକୁରର ମହତ୍ତ୍ବ ସମ୍ପର୍କରେ ସଚେତନତା ବଢ଼ାଇବା। ଏପରି ଜରୁରୀ ନୁହେଁ ଯେ ଏହା କେବଳ ଆପଣ ପୋଷା କୁକୁରଙ୍କ ସହ କରିବେ। ବାହାରେ ବୁଲୁଥିବା ବୁଲା କୁକୁରଙ୍କୁ ମଧ୍ୟ ଭଲ ଜୀବନ ଦେଇ ପାରିବେ। ଏଥିପାଇଁ ସେମାନଙ୍କୁ ବାହାରେ ବୁଲାଇପାରିବେ କିମ୍ବା ଖାଇବାକୁ ଦେଇପାରିବେ। ଏପରି କରିବା ଦ୍ବାରା ବୁଲା କୁକୁରର ପ୍ରେମ ଆପଣଙ୍କ ପ୍ରତି ବଢ଼ିବ ଓ ସେ ଆପଣଙ୍କ ଜଣେ ଉତ୍ତମ ବନ୍ଧୁ ହୋଇପାରିବେ।

୨୬ ଅଗଷ୍ଟରେ ପାଳନ ହେଉଥିବା ଇଣ୍ଟରନ୍ୟାସନାଲ ଡଗ ଡେ’ ପ୍ରଥମେ ଆମେରିକାରେ ୨୦୦୪ରେ ନ୍ୟାସନାଲ ଡଗ ଡେ’ ଭାବେ ଆରମ୍ଭ ହୋଇଥିଲା। ଆନିମଲ ୱେଲଫେୟାର ଆଡଭୋକେଟ ତଥା ପେଟ୍ ଲାଇଫଷ୍ଟାଇଲ ଏକ୍ସପର୍ଟ କଲିନ ପେଜ ଏହାର ଆରମ୍ଭ କରିଥିଲେ। କାରଣ ଏହି ଦିନ ତାଙ୍କ ପରିବାର ପ୍ରଥମ କୁକୁର ସେଲ୍ଟିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏଣୁ ଯେ କୌଣସି ପ୍ରଜାତିର କୁକୁରଙ୍କ ପାଇଁ ଏହି ଦିନଟିକୁ ବିଶେଷ ଭାବେ ପାଳନ କରାଯାଇଥାଏ।

କିପରି ପୋଷ୍ୟ ଭାବେ ଗ୍ରହଣ କରିବେ କୁକୁର

କୁକୁର ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଥିଲେ ଆଖପାଖର ସେଲ୍ଟର ହୋମ ଦେଖନ୍ତୁ। ସେଠାରେ ଯାଇ କୁକୁରଙ୍କ ସହିତ ସମ୍ପର୍କ ମଜବୁତ କରନ୍ତୁ। ସେମାନଙ୍କୁ ଆପଣଙ୍କ ପ୍ରତି ଭଲପାଇବା ଆସିବାକୁ ଦିଅନ୍ତୁ। କୁକୁରର ମେଡିକାଲ ରିପୋର୍ଟ ଓ ଇତିହାସ ବିଷୟରେ ଜାଣନ୍ତୁ। ଆବଶ୍ୟକ ଓ ଜରୁରୀ ପ୍ରକ୍ରିୟା ପାଳନ କରିବା ସହିତ ପୋଷ୍ୟ ଭାବେ ଗ୍ରହଣ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ