ଘରେ ତିଆରି କରନ୍ତୁ କ୍ରଷ୍ଟେଡ ଚିକେନ


ଚିକେନରେ କର୍ଣ୍ଣ ବ୍ୟବହାର କରି ଏହାକୁ ଆହୁରି କ୍ରିସପି ଓ ସ୍ବ୍ୟାସ୍ଥକର କରିପାରିବେ। ଏହାକୁ ଆପଣ ସକାଳେ ଚା’ ସହିତ ପରଷି ପାରିବେ। କର୍ଣ୍ଣ କ୍ରଷ୍ଟେଡ ଚିକେନ ରେସିପି ବହୁତ ସ୍ବାଦିଷ୍ଟ ରେସିପି। ଏହାକୁ ଆପଣ ଘରେ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଏହାର ରେସିପି ସମ୍ପର୍କରେ।

କ’ଣ ଦରକାର

୧୦୦ ଗ୍ରାମ ବୋନଲେସ ଚିକେନ, ୧ ଚାମଚ କଟା କଞ୍ଚା ଲଙ୍କା, ସ୍ବାଦାନୁସାରେ ଲୁଣ, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା ଗୁଣ୍ଡ, ୨ ଚାମଚ ତେଲ, ୧ ଚାମଚ ସୋରିଷ ଗୁଣ୍ଡ, ୨ଟି ଅଣ୍ଡା, କର୍ଣ୍ଣ ଫ୍ଲେକ୍ସ।

ପ୍ରସ୍ତୁତି ପ୍ରାଣାଳୀ

ଏକ ବାସନରେ ବୋନଲେସ ଚିକେନ ନିଅନ୍ତୁ। ଏଥିରେ କଞ୍ଚା ଲଙ୍କା, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ, ତେଲ ଓ ସୋରିଷ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡା ଫଟାଇ ଲୁଣ ମିଶାନ୍ତୁ। ଏକ ବାସନରେ କର୍ଣ୍ଣ ବାହାର କରି ଏହାକୁ ହାତରେ ଅଳ୍ପ କ୍ରଶ କରନ୍ତୁ। ବୋନଲେସ ଚିକେନକୁ ଅଣ୍ଡା ଘୋଳରେ ବୁଡ଼ାଇ ଏହାକୁ ବାହାର କରି କର୍ଣ୍ଣରେ ଲଗାନ୍ତୁ। ଅନ୍ୟ ପଟେ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏଥିରେ ଚିକେନ ଫ୍ରାଏ କରନ୍ତୁ। ଏହା ଭଲ ଭାବେ ଫ୍ରାଏ ହୋଇଗଲା ପରେ ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ