ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ପିଟି ପିଟି ମାରିଦେଲେ ଦୁଇ ନାବାଳକ ପୁଅ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହରରେ ଚାଞ୍ଚଲ୍ୟ। ମା’ଙ୍କୁ ଲୁହାରଡ୍‌ରେ ପିଟି ପିଟି ମାରିଦେଲେ ଦୁଇ ନାବାଳକ ପୁଅ। ଆଜି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ପିଟି ମାରିଥିବାର ଖବର ମିଳିଛି। ମୃତକଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି। ଦୁଇ ନାବାଳକ ପୁଅଙ୍କ ବୟସ ପାଖାପାଖି ୧୫ ଓ ୧୨ ବର୍ଷ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ,  ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି।

ବୁଧବାର ରାତି ପ୍ରାୟ ୧ଟା ବେଳେ ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦିନୀ ମିଶ୍ରଙ୍କ ଶବକୁ ଜବତ କରିବା ସହ ପଚରାଉଚରା ପାଇଁ  ଦୁଇ ଅଭିଯୁକ୍ତ ନାବାଳକ ପୁଅଙ୍କୁ ମଧ୍ୟ ଅଟକ ରଖି ଛାନ୍‌ଭିନ୍‌ ଆରମ୍ଭ କରିଛି। ମୃତ ମହିଳା ବିନୋଦିନୀ ମିଶ୍ରଙ୍କ ଘର ଓଲଡ ଟାଉନ୍‌ରେ ହୋଇଥିବାବେଳେ ସେ କିଛି ମାସ ଧରି ଦୁଇ ପୁଅଙ୍କ ସହ ଏହି ଆପାର୍ଟମେଣ୍ଟରେ ରହୁଥିଲେ। ନିଶାଗ୍ରସ୍ତ ହୋଇ ଦୁଇ ପୁଅ ମାଆଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ତେବେ ଦୁଇ ନାବାଳକ ପୁଅ କାହିଁକି ଓ କେଉଁ ପରିସ୍ଥିତିରେ ପଡି ଏପରି କାଣ୍ଡ ଘଟାଇଛନ୍ତି ତାହା ଜଣାପଡିନାହିଁ। ଏଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ