ଭାରତ ପାଇଁ ବିପଦପୂର୍ଣ୍ଣ ଚୀନର ଡିଜିଟାଲ ଗୁଇନ୍ଦାଗିରି

ଜାଣନ୍ତୁ ଦେଶ ତଥା ଦେଶବାସୀଙ୍କ ପାଇଁ ଏହା ସ୍‌ଷ୍ଟି କରିପାରେ କେତେବଡ଼ ସମସ୍ୟା

ଚୀନ ପାଇଁ କିଏ କରୁଛି ଗୁଇନ୍ଦାଗିରି? ସାରା ବିଶ୍ବର ସୁରକ୍ଷା ଏବଂ ଗୁପ୍ତଚର ସଂସ୍ଥାଙ୍କ ପାଇଁ ଏ ପ୍ରଶ୍ନ ଏକ ବଡ଼ ଆହ୍ବାନ ହୋଇପଡ଼ିଛି। ଭାରତ ପାଇଁ ମଧ୍ୟ ଏ ମାମଲା ଆହ୍ବାନପୂର୍ଣ୍ଣ।

ସମ୍ପ୍ରତି ଚୀନର ସୂଚନା ଓ ପ୍ରଯୁକ୍ତି କମ୍ପାନୀ ‘ଜେନହୁଆ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରାୟ ୧୦ ହଜାର ଭାରତୀୟ ନାଗରିକଙ୍କ ଉପରେ ଜେନହୁଆର ଡିଜିଟାଲ ନଜର ରହିଥିବା ଜଣାପଡ଼ିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏହା ପଛରେ ଚୀନ ସରକାର ଏବଂ କମ୍ୟୁନିଷ୍ଟ ପାର୍ଟିର ସିଧାସଳଖ ସମ୍ପର୍କ ଥିବା କୁହାଯାଉଛି। ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଟାର୍ଗେଟ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଆନକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା ଏବଂ ବଡ଼ ଅଧିକାରୀଙ୍କ ଉପରେ ରହିଛି। ପ୍ରତିରକ୍ଷା ବିଭାଗର କର୍ମଚାରୀ, ତିନି ବାହିନୀର ମୁଖ୍ୟ, ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଓ ଗଣ୍ୟମାନ୍ୟ ଉଦ୍ୟୋଗପତିଙ୍କ ଉପରେ ମଧ୍ୟ ଚୀନର ନଜର ରହିଛି। ଭାରତର ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ଡାଟାବେସ ଚୀନର ଏହି ପ୍ରମୁଖ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ତିଆରି କରି ଫଲୋ କରୁଥିବା କୁହାଯାଇଛି।

କେବଳ ଭାରତ ଏକା ନୁହେଁ ଏ ଜେନହୁଆ ଡାଟା ଇନଫରମେସନ ଟେକ୍ନୋଲୋଜି କମ୍ପାନୀ ବ୍ରିଟେନ ଏବଂ ଅଷ୍ଟ୍ରେଲିଆର ଜଣାଶୁଣା ହସ୍ତୀ ଏବଂ ସରକାରୀ ଅଧିକାରୀମାନଙ୍କ ଡାଟାବେସ ମଧ୍ୟ ତିଆରି କରିଛି। ଲଣ୍ଡନରେ ପ୍ରକାଶିତ ଡେଲିମେଲର ତଥ୍ୟ ଅନୁଯାୟୀ ଏହି କମ୍ପାନୀ ବ୍ରିଟେନର ମହାରାଣୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ୪୦ ହଜାର ପ୍ରମୁଖ ବ୍ୟକ୍ତିଙ୍କ ତଥ୍ୟାବଳି ପ୍ରସ୍ତୁତ କରିଛି। ଅଷ୍ଟ୍ରେଲିଆର ଏବିସି ନ୍ୟୁଜ ଅନୁଯାୟୀ ଜେନହୁଆ ୩୫ ହଜାର ବହୁ ବିଶିଷ୍ଟ ନାଗରିକଙ୍କର ତଥ୍ୟାବଳି ପ୍ରସ୍ତୁତ କରିଛି। ଆମେରିକାର ମିଡିଆ ମଧ୍ୟ ସମାନ ଅଭିଯୋଗ ଉଠାଇଛି।

ଡିଜିଟାଲ ଗୁଇନ୍ଦାଗିରି
ବିଜେପି ସାଂସଦ ରାଜୀବ ଚନ୍ଦ୍ରଶେଖକରଙ୍କ କହିବା କଥା ଏବେ ଡାଟା ପ୍ରୋଟେକ୍ସନ ଏବଂ ଗୋପନୀୟତା କେବଳ ଅଧ୍ୟୟନର ବିଷୟ ହୋଇନାହିଁ। ବର୍ତ୍ତମାନ ଡିଜିଟାଲ ଗୁଇନ୍ଦାଗିରିର ସମୟ, ଯାହା ଚୀନ କରୁଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂରଜେୱାଲା ଟ୍ବିଟ କରି କହିଛନ୍ତି ଯେ ଏହି ଗମ୍ଭୀର ସମସ୍ୟା ବାବଦରେ ପ୍ରଧାନମନ୍ତ୍ରୀ ଆଗରୁ ଜାଣି ନ ଥିଲେ କି? ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସୁରକ୍ଷା କ୍ଷେତ୍ରରେ ବାରମ୍ବାର ବିଫଳ କାହିଁକି ହେଉଛନ୍ତି? ବିଭିନ୍ନ ଦେଶ ଏ ବିଷୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପାଠପଢ଼ିବା ପାଇଁ ଆସୁଥିବା ଚୀନ ଛାତ୍ରମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଅନ୍ୟ କେତେକ ଦେଶ ଚିନ୍ତା ବି କରୁଛନ୍ତି।

ଚୀନ ଉପରେ ପ୍ରଶ୍ନବାଚୀ

ନିକଟରେ ଦିଲ୍ଲୀ ଠାରେ ଥିବା ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଏହାକୁ ନେଇ ଗବେଷଣା କରୁଛି। ଏହି ସଂସ୍ଥା ଅନେକ ତଥ୍ୟ ସାମ୍ନାକୁ ଆଣିଛି। ସଂସ୍ଥା କହିଛି ଯେ ୨୦୧୭ରେ ଚୀନ ନିଜ ଦେଶ ପାଇଁ ଜାତୀୟ ଇଣ୍ଟେଲିଜେନସ ଲ ପ୍ରଣୟନ କରିଛି। ଏହାର ୭ମ ଓ ୧୪ତମ ଅନୁଚ୍ଛେଦରେ ସ୍ପଷ୍ଟ କୁହାଯାଇଛି ଯେ ଚୀନର କମ୍ପାନୀ ଓ ନାଗରିକମାନେ ଦରକାର ପଡ଼ିଲେ ଦେଶ ପାଇଁ ଗୁଇନ୍ଦାଗିରି କରିବେ। ସରକାରୀ ଗୁଇନ୍ଦା ସଂସ୍ଥା ପାଇଁ କାମ କରିବେ। ଚୀନ ପ୍ରଥମେ ନିଜକୁ ସୁରକ୍ଷିତ କରିଦେଇଛି। ଚୀନ ସରକାର ଅନୁମତି ନ ଦେବା ପର୍ଯ୍ୟନ୍ତ ଏହାର କୌଣସି ନାଗରିକ କୌଣସି ବି ୱେବସାଇଟ ଖୋଲିପାରିବେ ନାହିଁ ବୋଲି ବ୍ୟବସ୍ଥା କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ ସାରା ବିଶ୍ବରୁ ତଥ୍ୟ ଯୋଗାଡ଼ କରିବା ଚୀନ ପାଇଁ ସହଜ ହୋଇଛି। ତଥ୍ୟ ଯୋଗାଡ଼ କରି ନିଜର ଗୁଇନ୍ଦା ସଂସ୍ଥାକୁ ଦେଉଛି ଚୀନ। ଏହା ସାରା ବିଶ୍ବର ବୈଜ୍ଞାନିକ ଗବେଷଣା ଓ ଶୈକ୍ଷିକ ଆଦାନ ପ୍ରଦାନ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିଛି। ଚୀନର ପିପଲ୍ସ ଲିବରେସନ ଆର୍ମି ଅଧୀନରେ ଗଠିତ ଷ୍ଟ୍ରାଟେଜିକ ସପୋର୍ଟ ଫୋର୍ସକୁ ପ୍ରତ୍ୟେକ ପ୍ରକାର ଗୁଇନ୍ଦା ତଥ୍ୟ ଯୋଗାଡ଼ କରିବାର ଦାୟିତ୍ବ ଅର୍ପଣ କରାଯାଇଛି। ଏହାକୁ ଦ୍‌ଷ୍ଟିରେ ରଖି ଭାରତ ସରକାର ଏକାଧିକ ଚୀନୀ ଆପ ଉପରେ କଟକଣା ଜାରି କରିଛନ୍ତି।

ଡାଟା ମାଇନିଂ
ସାଇବର ସୁରକ୍ଷା ବିଶେଷଜ୍ଞ ରକ୍ଷିତ ଟଣ୍ଡନ କହନ୍ତି, ଡାଟା ମାଇନିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଏକ ବଡ଼ ବ୍ୟବସାୟ, ଯାହା ଆପ ଏବଂ ୱେବସାଇଟ ମାଧ୍ୟମରେ ଚାଲିଥାଏ। ଏହା ବିଭିନ୍ନ ସୂଚନାକୁ ବିକ୍ରି କରିବାର ବ୍ୟବସାୟ। ଏବେ ଭାରତ ସରକାର ଡାଟା ମାଇନିଂକୁ ନେଇ କଡ଼ା ଆଇନ ଆଣିବା ଦିଗରେ ପଦକ୍ଷେପ ନେବାର ପ୍ରକ୍‌ଷ୍ଟ ସମୟ। ଅନ୍ୟଥା ଦେଶର କୌଣସି ନାଗରିକ ତଥ୍ୟ ଦ୍‌ଷ୍ଟିରୁ ସୁରକ୍ଷିତ ରହି ନ ପାରନ୍ତି। ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ, ରୁଷ ଏବଂ ସାଉଦି ଆରବ ଭଳି ଦେଶଗୁଡ଼ିକ ନିଜ ନାଗରିକମାନଙ୍କ ଉପରେ ନଜର ରଖିବା ପାଇଁ କ୍‌ତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନସ କୌଶଳ ବ୍ୟବହାର କରୁଛନ୍ତି। କିନ୍ତୁ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ କେହି ବି ଏଭଳି କୌଶଳର ତ୍ରୁଟିପୂର୍ଣ୍ଣ ବ୍ୟବହାର କରିପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ