ଏହି ମନ୍ଦିରରେ ଚପ୍ପଲରେ କରାଯାଏ ପୂଜା


ଆପଣ ବିଶ୍ବରେ ଅନେକ ମନ୍ଦିର ବୁଲିଥିବେ, ଯେଉଁଠି କ୍ଷୀର, ଫୁଲମାଳ, ଚନ୍ଦନ ଦେଇ ପୂଜା କରାଯାଉଛି। ତେବେ ଆଜି ଆମେ ଏମିତି ଏକ ମନ୍ଦିର ସମ୍ପର୍କରେ ଜଣାଉଛୁ, ଯେଉଁଠି ଚପଲ ମାଳରେ ପୂଜା କରାଯାଏ। ଏକଥା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ। କର୍ଣ୍ଣାଟକର ଗୁଲବର୍ଗା ଜିଲାସ୍ଥିତ ଲକ୍କମା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭକ୍ତିର ପଦ୍ଧତି ଟିକେ ଅଲଗା। ଏଠାରେ ଦେବୀଙ୍କୁ ଫୁଲମାଳ, ପ୍ରସାଦ, କ୍ଷୀର, ଦହି, ଘିଅ କିମ୍ବା ତେଲ ସମର୍ପଣ କରାଯାଇ ପୂଜା କରାଯାଏ ନାହିଁ। ଲକ୍କମା ଦେବୀଙ୍କ ଏହି ମନ୍ଦିରରେ ଚପ୍ପଲ ମାଳ ଦେଇ ପୂଜା କରାଯାଏ।

କର୍ଣ୍ଣାଟକର ଗୁଲବର୍ଗାରେ ଥିବା ଏହି ଲକ୍କମା ଦେବୀ ମନ୍ଦିରରେ ଭକ୍ତ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ମନ୍ଦିର ବାହାରେ ଥିବା ଏକ ଗଛରେ ଫୁଲମାଳ ସ୍ଥାନରେ ଚପ୍ପଲ ମାଳ ବାନ୍ଧନ୍ତି। ପ୍ରତ୍ୟେକ ବର୍ଷ ଏଠାରେ ‘ଫୁଟ୍‌ ୱିୟର ଫେଷ୍ଟିଭାଲ’ର ଆୟୋଜନ କରାଯାଏ। ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠରେ ଚପ୍ପଲ ମାଳ ଚଢ଼ାଇବା ଲାଗି ଆସନ୍ତି। ଦୀପାବଳୀର ୬ ଦିନ ପରେ ଏହି ‘ଫୁଟ୍‌ ୱିୟର ଫେଷ୍ଟିଭାଲ’ର ଆୟୋଜନ କରାଯାଏ।

ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ କରିବା ଲାଗି ମନ୍ଦିର ବାହାରେ ଥିବା ଏକ ଗଛରେ ଚପ୍ପଲ ମାଳ ବାନ୍ଧନ୍ତି। ବିଶ୍ବାସ ରହିଛି, ସେହି ଚପ୍ପଲ ପିନ୍ଧି ଦେବୀ ରାତିରେ ବୁଲନ୍ତି। ଦେବୀ ମା’ ଯେଉଁ ଶ୍ରଦ୍ଧାଳୁଙ୍କ ଚପ୍ପଲ ପିନ୍ଧି ବୁଲନ୍ତି, ସେମାନଙ୍କର ସମସ୍ତ ଦୁଖ ଦୂର ହେବା ସହ ସମସ୍ତ ଖରାପ ଶକ୍ତିରୁ ସେମାନଙ୍କୁ ଦେବୀ ମା’ ରକ୍ଷା କରନ୍ତି ବୋଲି ଲୋକ ବୋଲି ଲୋକ ବିଶ୍ବାସ ରହିଛି। ପୂର୍ବରୁ ଏଠାରେ ଲକ୍କମା ଦେବୀଙ୍କୁ ଖୁସି କରିବା ଲାଗି ବଳଦ ବଳି ଦିଆଯାଉଥିଲା। ମାତ୍ର ପଶୁବଳୀ ନିଷିଦ୍ଧ ହେବା ପରେ ଏଠାରେ ଏହି ଚପ୍ପଲ ମାଳ ପୂଜା କରିବା ପରମ୍ପରା ଆରମ୍ଭ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ