ପବିତ୍ର ମହାଳୟା ପାଇଁ ତୀର୍ଥକ୍ଷେତ୍ର ମୁଖରିତ

ପିତ୍‌ପର୍ବର ନିଆରା ଦିନରେ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ଗୁରୁବାର ହେଉଛି ପବିତ୍ର ମହାଳୟା। ଏହିଦିନ ପିତ୍‌ପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡ ଉତ୍ସର୍ଗ କରାଯାଏ। ଏହାକୁ ପିତ୍‌ପର୍ବ କହନ୍ତି। ଶ୍ରଦ୍ଧାରେ ଯେଉଁ ଅନ୍ନାଦି ଭୋଜ୍ୟ ଦ୍ରବ୍ୟ ଦାନ କରାଯାଏ, ତାହା ହିଁ ଶ୍ରାଦ୍ଧ। ଚଳିତ ବର୍ଷ କରୋନା ମହାମାରୀ ସତ୍ତ୍ବେ ଭୁବନେଶ୍ବରର ବିନ୍ଦୁସାଗର ପୂର୍ବପଟ ପାର୍ଶ୍ବରେ ଶହ ଶହ ଶ୍ରଦ୍ଧାଳୁ ଶ୍ରାଦ୍ଧ ପାଇଁ ଏକାଠି ହୋଇଛନ୍ତି।

ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ। ସାଧାରଣତଃ ପର୍ବ ଦୁଇ ପ୍ରକାରର। ଦେବ ପର୍ବ ଓ ପିତ୍‌ ପର୍ବ। ଦେବଦେବୀଙ୍କ ଉଦ୍ଦେଶ୍ୟରେ ଯେଉଁ ପୂଜାର୍ଚ୍ଚାନା କରାଯାଏ ତାହା ଦେବ ପର୍ବ ହୋଇଥିବା ବେଳେ ପିତ୍‌ଗଣଙ୍କ ପାଇଁ ଯେଉଁ ଦାନ ଓ ଉତ୍ସର୍ଗ କର୍ମ ଅନୁଷ୍ଠାନ କରାଯାଏ ତାହା ପିତ୍‌ ପର୍ବ। ଶ୍ରାଦ୍ଧ ହିଁ ପିତ୍‌ ପର୍ବ। ଧର୍ମଶାସ୍ତ୍ରରେ ମୁଖ୍ୟତଃ ଛୟାନବେ ପ୍ରକାର ଶ୍ରାଦ୍ଧ ପାଳନର ବିଧି ରହିଛି। ହିନ୍ଦୁ ସମାଜରେ ଷୋହଳ ପ୍ରକାର ଅମାବାସ୍ୟା ଶ୍ରାଦ୍ଧ, ଚାରି ପ୍ରକାର ଯୁଗ ଶ୍ରାଦ୍ଧ, ଚଉଦ ପ୍ରକାର ମନୁ ଶ୍ରାଦ୍ଧ, ବାର ପ୍ରକାର ସଂକ୍ରାନ୍ତି ଶ୍ରାଦ୍ଧ, ତେର ପ୍ରକାର ଯୋଗ ଶ୍ରାଦ୍ଧ, ଚାରି ପ୍ରକାର ଅଷ୍ଟକା ଶ୍ରାଦ୍ଧ, ଚାରି ପ୍ରକାର ଅନୁଷ୍ଟକା ଶ୍ରାଦ୍ଧ ଓ ଷୋହଳ ପ୍ରକାର ମହାଳୟା ଶ୍ରାଦ୍ଧ ପ୍ରଚଳିତ ରହିଛି। କେବଳ ପିତ୍‌ ମାତ୍‌ଗଣଙ୍କ ମ୍‌ତ୍ୟୁବାର୍ଷିକୀ ବା ମ୍‌ତ୍ୟୁ ଦିବସରେ ଶ୍ରାଦ୍ଧ ଦିଆଯାଏ ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ଧର୍ମଶାସ୍ତ୍ରରେ ‘ଶ୍ରାଦ୍ଧ’ ଶବ୍ଦଟି ଅତୀବ ବ୍ୟାପକ ଅର୍ଥରେ ବ୍ୟବହାର କରାଯାଇଥିବାର ଦେଖାଯାଏ। ତଦନୁଯାୟୀ ଯେକୌଣସି ଶୁଭଦିନ ବା ଶୁଭକାର୍ଯ୍ୟ ଅନୁଷ୍ଠାନରେ ପିତ୍‌ଗଣଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଇଥାଏ। ହିନ୍ଦୁ ସମାଜରେ ନିତ୍ୟ, ନୈମିତ୍ତିକ, କାମ୍ୟ, ବ୍‌ଦ୍ଧି ଓ ପାର୍ବଣ ଶ୍ରାଦ୍ଧ ନାମରେ ଯେଉଁ ପଞ୍ଚବିଧ ଶ୍ରାଦ୍ଧର ପ୍ରଚଳନ ଅଛି ତନ୍ମଧ୍ୟରେ ମହାଳୟା ଶ୍ରାଦ୍ଧର ଅଧିକ ଆଦର ରହିଛି।

ଭାଦ୍ରବ ମାସ କ୍‌ଷ୍ଣପକ୍ଷ ପ୍ରତିପଦା ଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତ୍‌ପକ୍ଷ କୁହାଯାଏ। ଏହି ଦିନ ଗୁଡ଼ିକରେ ତୀର୍ଥକ୍ଷେତ୍ର, ନଦୀ କିମ୍ବା ପୁଷ୍କରିଣୀରେ ନିଜର ପିତା, ପିତାମହ, ପ୍ରପିତାମହ, ମାତା, ମାତାମହୀ, ପ୍ରମାତାମହୀ, ମାତାମହ, ପ୍ରମାତାମହ, ବ୍‌ଦ୍ଧ ପ୍ରମାତାମହ ପ୍ରଭ୍‌ତିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଏ। ପୁତ୍ର ଓ ପୁତ୍ରସ୍ଥାନୀୟ ପୌତ୍ର ଓ ପ୍ରପୌତ୍ରମାନେ ଶ୍ରାଦ୍ଧ ଅନୁଷ୍ଠାନ ଦ୍ବାରା ପିତ୍‌ଗଣଙ୍କୁ ପରିତ୍‌ପ୍ତ କରିଥାନ୍ତି। ପ୍ରତିପଦା ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ତର୍ପଣ କରିବା ପରେ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଏ। ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡ଼େ ତାହା ହିଁ ମହାଳୟା ଅମାବାସ୍ୟା। ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ ଓ ମଉଳା ଶ୍ରାଦ୍ଧା ବୋଲି କୁହାଯାଏ। ଅମାବାସ୍ୟା ତିଥିରେ ଏହି ଶ୍ରାଦ୍ଧ ହେଉଥିବାରୁ ଏହାକୁ ମହାଳୟା ଅମାବାସ୍ୟା ବୋଲି କୁହାଯାଇଥାଏ।

ଶ୍ରାଦ୍ଧର ବିଧି
ମହାଳୟାରେ ଯେଉଁ ଶ୍ରାଦ୍ଧ ଦାନ କରାଯାଏ, ସେଥିରେ ବୈଶ୍ବଦେବଙ୍କ ଆବାହନ ସ୍ବତନ୍ତ୍ର ଭାବେ ହୁଏ। ବିଷ୍ଣୁଙ୍କ ସମ୍ମୁଖରେ ଶ୍ରାଦ୍ଧାର୍ପଣ କରାଯାଉଥିବାରୁ ସ୍ବୟଂ ବିଷ୍ଣୁ ବୈଶ୍ବଦେବ ରୂପରେ ଶ୍ରାଦ୍ଧସ୍ଥଳୀରେ ପୂଜିତ ହୁଅନ୍ତି। ମହାଳୟାରେ ସେହି ବୈଶ୍ବଦେବଙ୍କୁ ଧୂରି ଓ ଲୋଚନ ରୂପରେ ଆବାହନ କରାଯାଏ। ପିଣ୍ଡଦାନ କାଳରେ ବୈଶ୍ବଦେବ, ପିତ୍‌ ତିନିପୁରୁଷ ଓ ମାତାମହ ତିନିପୁରୁଷ ନିର୍ଦ୍ଦିଷ୍ଟ ଆସନରେ ପୂଜିତ ହୁଅନ୍ତି। ଏହି ଛ ପୁରୁଷଙ୍କୁ ପିଣ୍ଡଦେବା ପୂର୍ବରୁ ଆଉଗୋଟିଏ ଲୁପ୍ତ ପିଣ୍ଡ ଦିଆଯାଏ। ଏହାର କାରଣ ହେଉଛି - ବଂଶ ମଧ୍ୟରେ ଯଦି କୌଣସି ବ୍ୟକ୍ତି ବଂଶ ଲୋପ କାରଣରୁ ଶ୍ରାଦ୍ଧରୁ ବଞ୍ଚିତ ହୋଇଥାଏ, ତାଙ୍କରି ଉଦ୍ଦେଶ୍ୟରେ ଏହି ପିଣ୍ଡଟିକୁ ଅର୍ପଣ କରାଯାଏ।

ବ୍ୟବହ୍‌ତ ସାମଗ୍ରୀ
ଶ୍ରାଦ୍ଧରେ ଅରୁଆ ଚାଉଳ, ଗହମ ଛତୁ, ଅଟା, ପିଣ୍ଡୋପକରଣ ରୂପେ ଗ୍‌ହୀତ ହୁଏ। ଏଥିରେ ପଞ୍ଚାମ୍‌ତ, ଫଳମୂଳ ପ୍ରଭ୍‌ତି ପକାଇ ପିଣ୍ଡଅନ୍ନ ପ୍ରସ୍ତୁତ କରାଯାଏ। ବ୍ରାହ୍ମଣମାନେ ନିଜ ଗ୍‌ହରେ ଶ୍ରାଦ୍ଧ ଅର୍ପଣ କଲେ ହବିଷ୍ୟାନ୍ନ ପ୍ରସ୍ତୁତ କରି ପିଣ୍ଡଦାନ କରନ୍ତି। ଅନ୍ୟମାନେ ଦିନରେ ଅରୁଆ ଚାଉଳରେ ପିଣ୍ଡଦେବା ସହ ପୁରୋହିତଙ୍କୁ ଚାଉଳ, ଡାଲି, ପରିବା ପ୍ରଭ୍‌ତି ଭୋଜ୍ୟ ପଦାର୍ଥ ଅର୍ପଣ କରନ୍ତି। ମହାଳୟା ଦିନ ଗୟା କ୍ଷେତ୍ରରେ ପିଣ୍ଡଦାନ କରାଗଲେ ପିତ୍‌ଲୋକ ପରିତ୍‌ପ୍ତ ହୁଅନ୍ତି। ଉତ୍କଳୀୟ ପୁରାଣ ଓ ଧର୍ମଶାସ୍ତ୍ରରେ ଯାଜପୁରକୁ ନାଭିକ୍ଷେତ୍ର ଓ ଭୁବନେଶ୍ବର ସାମନ୍ତରାପୁର ଛକ ସନ୍ନିକଟରେ ଥିବା ସୂକ୍ଷ୍ମେଶ୍ବର ପୀଠକୁ ପାଦପୀଠ ରୂପେ ବର୍ଣ୍ଣନା କରାଯାଇଛି। ସେହି ଦ୍‌ଷ୍ଟିରୁ ଏହି ଦୁଇପୀଠରେ ବହୁସଂଖ୍ୟାରେ ମହାଳୟା ପିଣ୍ଡଦାନ କରାଯାଏ। ଢେଙ୍କାନାଳ ଜିଲା ଭୁବନ ଠାରେ ଦଶହରା ବଳଦ ଯାତ୍ରାର ଆରମ୍ଭ ମହାଳୟା ତିଥିରେ ହୋଇଥାଏ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଏହିଦିନ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ହିନ୍ଦୁ ପଞ୍ଜିକା ଅନୁସାରେ ଅଧିମାସ ପଡ଼ୁଥିବାରୁ ମହାଳୟା ଅମାବାସ୍ୟା ଠାରୁ ଶାରଦୀୟ ଦୁର୍ଗାପୂଜା ମଧ୍ୟରେ ବିଳମ୍ବ ହେବ। ପିତ୍‌ପକ୍ଷ ପରେ ପରେ ୨୦୨୦ର ନବରାତ୍ର ଆରମ୍ଭ ହେବ ନାହିଁ। ୧୬୫ ବର୍ଷ ପରେ ଏଭଳି ଯୋଗ ସ୍‌ଷ୍ଟି ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ଆରାଧନା ପାଇଁ ପିତ୍‌ପକ୍ଷ ଶେଷ ଠାରୁ ଅଧିକ ଏକମାସ ଅପେକ୍ଷା କରିବେ।

ମାସେ ବ୍ୟବଧାନ କାହିଁକି?
ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ ହେଉଛି ଚତୁର୍ମାସ୍ୟା। ଅନେକ ପର୍ବପର୍ବାଣୀ ଓ ବ୍ରତ ଏହି ସମୟରେ ହୋଇଥାଏ। ସୌର ପଞ୍ଜିକାରେ ପ୍ରତି ୩ ବର୍ଷରେ ଥରେ ୧୩ ମାସରେ ଗୋଟିଏ ବର୍ଷ ହୋଇଥାଏ। ଚଳିତ ଥର ଏଭଳି ଭାବେ ଯୋଡ଼ା ଆଶ୍ବିନ ମାସ ଆସିଛି। ଆଶ୍ବିନ ମାସରେ ଅଧିମାସ ଆସିବା ୧୬୫ ବର୍ଷ ପରେ ପଡ଼ିଛି। ଏହା ଏକ ବିରଳ ମାସ। ତେଣୁ ବାହାଘର, ଗ୍‌ହପ୍ରବେଶ, ମୁଣ୍ଡନ ଆଦି ଶୁଭକର୍ମ ଏହି ମାସରେ କରାଯାଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ