ଚମ୍ବଲ ନଦୀରେ ବୁଡ଼ିଗଲା ଡଙ୍ଗା: ୪ ମୃତ, ୧୦ ନିଖୋଜ


କୋଟା: ରାଜସ୍ଥାନର ବୁନ୍ଦି ଜିଲ୍ଲାର ଇନ୍ଦରଗଡ  ଅଞ୍ଚଳରେ ଥିବା କମଲେଶ୍ୱର ଧାମକୁ ଯିବାବେଳେ ବୁଧବାର ସକାଳେ ଚମ୍ବଲ ନଦୀରେ ଏକ ଡଙ୍ଗା  ଓଲଟି ପଡ଼ିବାରୁ ପ୍ରାୟ ୪ ଜଣଙ୍କର ମୃତ୍ୟୃ ଘଟିଛି ଓ ୧୦ ଜଣ ନିଖୋଜ ଅଛନ୍ତି। ଅଧିକ ଓଜନ ଯୋଗୁ ଡଙ୍ଗାଟି ଓଲଟି ପଡ଼ିବାରୁ ଡଙ୍ଗାରେ ଥିବା ଲୋକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦-୨୫ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଥିଲା।

କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ପ୍ରାୟ ୪୫ ଜଣ ଲୋକ ଥିଲେ। ଏହି ଲୋକଙ୍କ ବ୍ୟତୀତ ଡଙ୍ଗାରେ ୧୪ଟି ବାଇକ୍ ମଧ୍ୟ ଥିଲା। ଦୁର୍ଘଟଣା ପରେ ତୁରନ୍ତ ଗ୍ରାମବାସୀ  ଘଟଣାସ୍ଥଳରେ ପହଞ୍ଚି ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ସ୍ରୋତ ଅଧିକ ଯୋଗୁଁ  କିଛି ଲୋକ ଭାସି ଯାଇଥିଲେ। ପୋଲିସ କହିଛି ଯେ ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗୋଥାରାକଳାର ବାସିନ୍ଦା।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ କାଠ ଡଙ୍ଗାର ଅବସ୍ଥା ବହୁତ ଖରାପ ଥିଲା। ଏହା ପରେ ମଧ୍ୟ କ୍ଷମତା ଅପେକ୍ଷା ଅଧିକ ଯାତ୍ରୀ ବସିଥିଲେ। ନଦୀ ପାର ହେବା ପାଇଁ ଡଙ୍ଗା ସହିତ ବାଇକ୍ ଗୁଡିକୁ ମଧ୍ୟ ବନ୍ଧା ଯାଇଥିଲା। ଏହି କାରଣରୁ ଡଙ୍ଗା ଓଜନ ସହି ନ ପାରି ବୁଡ଼ିଗଲା। କୋଟା ସାଂସଦ ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଦୁର୍ଘଟଣା ସମ୍ପର୍କରେ ପ୍ରଶାସନ ଠାରୁ ଅବଗତ ହୋଇଛନ୍ତି। ଅନ୍ୟ ପକ୍ଷରେ କୋଟାରୁ ଏସଡିଆରଏଫ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ