ଟ୍ରମ୍ପଙ୍କ ବିତଣ୍ଡା ବୟାନ: ଜଳବାୟୁ ପରିବର୍ତ୍ତନ ନେଇ ବୈଜ୍ଞାନିକଙ୍କ ତଥ୍ୟ ଭୁଲ


ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ ପୁଣିଥରେ ତାଙ୍କର ଏମିତି ଏକ ବୟାନ ତାଙ୍କ ପୁଣିଥରେ ଚର୍ଚ୍ଚାକୁ ନେଇ ଆସିଛି। ଜଳବାୟୁ ପରିବର୍ତ୍ତନକୁ ନେଇ ଏବେ ସେ ଯେଉଁ ବୟାନ ଦେଇଛନ୍ତି ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ନେଇ ବୈଜ୍ଞାନିକମାନେ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ସଠିକ୍ ତଥ୍ୟ ନୁହେଁ। ଏହାପରେ କାଲିଫର୍ଣ୍ଣିଆର ନ୍ୟାଚୁରାଲ ରିସୋର୍ସେସ ସଚିବ ୱାଡେ କ୍ରୋଫୁଟ କହିଛନ୍ତି, ଆମେ ଆପଣଙ୍କ ସହ କାମ କରିବାବୁ ଚାହୁଁଛୁ। କାରଣ ଆମେ ଜାଣିଛୁ ଜଳବାୟୁ ପରିବର୍ତ୍ତନ ଜଙ୍ଗଲ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହାସହ ଆମେ ବୈଜ୍ଞାନିକଙ୍କ ସହ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛୁ। ଯଦି ଆମେ ବିଜ୍ଞାନକୁ ମାନୁନେ ତେବେ ଏହା କେବଳ ବାଲିରେ ମୁଣ୍ଡ ଘୋଷାଡିବା ଭଳି କାମ ହେବ। ଆଉ ଆମେ କାଲିଫର୍ଣ୍ଣିଆର ଲୋକଙ୍କୁ ବଞ୍ଚାଇ ପାରିବା ନାହିଁ।

ଏହାକୁ ନେଇ ଟ୍ରମ୍ପ କହିଛନ୍ତି ଏହା ଶୀଘ୍ର ଥଣ୍ଡା ପଡିଯିବ, ଆପଣ ଦେଖୁଥାଆନ୍ତୁ। ପ୍ରତିକ୍ରିୟାରେ କ୍ରୋଫୁଟ କହିଛନ୍ତି ମୋର ଇଚ୍ଛା ଯେ ବିଜ୍ଞାନ ଆପଣଙ୍କ ସହ ସହମତ ହେଉ। ତେବେ ଏହା ଉପରେ ବିଜ୍ଞାନକୁ କିଛି ଜଣା ନ ଥିବା ପାଲଟା ଉତ୍ତର ଦେଇଛନ୍ତି ଟ୍ରମ୍ପ। ଏହାପରେ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ ନ୍ୟୁସମ ଟ୍ରମ୍ପକୁ ଅନୁରୋଧ କରି କହିଛନ୍ତି ସେ ମତଭେଦ ଥିବା ସତ୍ତ୍ବେ ପରିସ୍ଥିତିର ଗମ୍ଭୀରତାକୁ ହ୍‌ଦୟଙ୍ଗମ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ