ଯୋଗ ଓ ନେଚରୋପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ଖୋଲିବାକୁ ଓଡ଼ିଶାକୁ ମିଳିଛି ୧.୫୮ କୋଟି


ଭୁବନେଶ୍ବର: କେନ୍ଦ୍ରୀୟ ଯୋଗ ଓ ନେଚରୋପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ଓଡ଼ିଶା। ଓଡ଼ିଶାର ପ୍ରସ୍ତାବ ଆଧାରରେ କେନ୍ଦ୍ର ସରକାର ଏଥିପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି। ଯୋଗ ଓ ନେଚରୋପ୍ୟାଥି କେନ୍ଦ୍ରୀୟ ଗବେଷଣା ପରିଷଦ ଆୟୂଷ ମନ୍ତ୍ରାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥାଭାବେ କାର୍ଯ୍ୟ କରୁଛି। ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ସମଗ୍ର ଦେଶରେ ଯୋଗ ଓ ନେଚରୋପ୍ୟାଥିକୁ ପ୍ରୋତ୍ସାହିତ କରିବା ସହ ବିଦେଶରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ଏସବୁ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି କହିଛନ୍ତି।

ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରୋପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା, ହରିୟାଣା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି। ମଙ୍ଗଳବାର ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୨ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି। ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି। ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଅନ୍ୟ ୬ ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର୍ଯ୍ୟାୟକ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ