ଏହି କାଫେରେ ଗଞ୍ଜେଇରୁ ପ୍ରସ୍ତୁତ ଉତ୍ପାଦରେ ହେଉଛି ରୋଗର ଉପଚାର


ହଂକଂର ସେଉଙ୍ଗ ୱାନ ଅଞ୍ଚଳରେ ପ୍ରାଚୀନ ବସ୍ତୁର ଦୋକାନ ଭିତରେ ପ୍ରଥମ ସିବିଡି କାଫେ ‘ଫାଉଣ୍ଡ କାଫେ’ ଖୋଲାଯାଇଛି। ସିବିଡିର ଅର୍ଥ ହେଉଛି କ୍ୟାନୋବିଡିଆଲ ଅର୍ଥାତ ଗଞ୍ଜେଇରେ ତିଆରି ହୋଇଥିବା ତେଲ, ପାଉଡର ଓ ଅନ୍ୟାନ୍ୟ ଉତ୍ପାଦ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗଞ୍ଜେଇ ଭଳି ଏକ ନିଷିଦ୍ଧ ପଦାର୍ଥର କାଫେ କେହି କିପରି ଖୋଲିପାରିବେ? କେବଳ ଏତିକି ନୁହେଁ ହଂକଂରେ ଗଞ୍ଜେଇ ବ୍ୟବହାର ମଧ୍ୟ ବେଆଇନ। ଏପରିସ୍ଥଳେ ସିବିଡି କାଫେରେ ବିଭିନ୍ନ ରୋଗର ଉପଚାର ପାଇଁ ଗଞ୍ଜେଇରେ ନିର୍ମିତ ଉତ୍ପାଦ ଖୋଲାଖୋଲି କିପରି ବିକ୍ରି ହୋଇପାରୁଛି, ଏହା ଆପଣଙ୍କୁ ନିଶ୍ଚିତ ଭାବେ ଚକିତ କରୁଥିବ।

ସ୍ବତନ୍ତ୍ର ପାଉଡର ଓ ତେଲରେ ଉପଚାର
ସିବିଡି କାଫେରେ ଗଞ୍ଜେଇରୁ ପ୍ରସ୍ତୁତ ତେଲ ଓ ପାଉଡର ମିଳିଥାଏ। ଅନିଦ୍ରା ସମସ୍ୟା ଭୋଗୁଥିବା ରୋଗୀଙ୍କ ନାକରେ ଗଞ୍ଜେଇ ତେଲର ଏକ ବୁନ୍ଦା ପକାଯାଇ ଥାଏ। ସେହିପରି ପାଉଡରର ଛୋଟ ଡବା ମଧ୍ୟ ଉପଲବ୍ଧ ହେଉଛି। ଖାଦ୍ୟ ଉପରେ ସିଞ୍ଚି ଏହା ଖାଇପାରିବେ। ଏଠାରେ ପୋଷା ଜନ୍ତୁଙ୍କ ପାଇଁ ମଧ୍ୟ ସିବିଡି ଉତ୍ପାଦ ରହିଛି। ଏହା ସେମାନଙ୍କୁ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ରୋଗରୁ ମୁକ୍ତି ଦେଇପାରିବ।

କଫି-ବିଅରରେ ମିଶାଯାଉଛି ସିବିଡ଼ି

କାଫେର ଛାତ ଉପରେ ଗ୍ରାହକଙ୍କ ବସିବା ଲାଗି ଚେୟାର ଟେବଲ ରଖାଯାଇଛି। ସେମାନଙ୍କୁ ଚାପମୁକ୍ତ ରଖିବା ଓ ଭଲ ଅନୁଭବ କରାଇବା ଲାଗି କଫି କିମ୍ବା ବିଅରରେ ସିବିଡ଼ି ମିଶାଇ ପରଷାଯାଏ। ବିଭିନ୍ନ ରୋଗରୁ ମୁକ୍ତି ଲାଗି ଯେତିକି ଦରକାର, ପାନୀୟରେ କେବଳ ସେତିକି ସିବିଡ଼ି ମିଶାଯାଇଥାଏ। ଏବେ ଏହି କାଫେ ପ୍ରାଥମିକ ଅବସ୍ଥାରେ ରହିଛି। ତେଣୁ ମେନୁ ସୀମିତ ରହିଛି। ଆଗକୁ ଖାଦ୍ୟପେୟର ଆହୁରି ଅଧିକ ବିକଳ୍ପ ମିଳିବ ବୋଲି ଜଣାପଡ଼ିଛି।

ଏହି ରୋଗ ପାଇଁ ପ୍ରଭାବୀ
ଚାପ, ଅବସାଦ, ଅନିଦ୍ରା ଓ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ସିବିଡ଼ି ଉତ୍ପାଦ ଲାଭଦାୟକ। ଏହା ଶରୀରର ବିଭିନ୍ନ ଅଂଶରେ ହେଉଥିବା ଯନ୍ତ୍ରଣାରୁ ଆରାମ ଦେବା ପାଇଁ ମଧ୍ୟ ପ୍ରଭାବୀ ଅଟେ।

ମହାମାରୀ ସମୟରେ ମିଳୁଛି ସାହାଯ୍ୟ
କୋରୋନା କାଳରେ ଲୋକେ ଅଧିକ ମାତ୍ରାରେ ଅବସାଦର ଶିକାର ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଚାପ କମାଇବା ଲାଗି ଅନେକ ଲୋକ ସିବିଡ଼ିର ସାହାରା ନେଉଛନ୍ତି। ଏହା ଏକାଗ୍ରତା ଅଭାବ ଦୂର କରିବା ସହିତ କାର୍ଯ୍ୟକ୍ଷମତା ବଢ଼ାଇବାରେ ସାହାଯ୍ୟ କରୁଥିବା ମଧ୍ୟ କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ