ପୁଣି ରେକର୍ଡ ୪୨୭୦ ଆକ୍ରାନ୍ତ ଚିହ୍ନଟ: ୧.୬୨ ଲକ୍ଷ ଟପିଲା ସଂକ୍ରମଣ


ଭୁବନେଶ୍ବର: ୬ ମାସର ଲଢ଼େଇ ପରେ ମଧ୍ୟ ରାଜ୍ୟରେ କୋରୋନାର ଦ୍ରୁତ ସଂକ୍ରମଣ ଅବ୍ୟାହତ ରହିଛି। ପ୍ରଥମେ ଜଣେ ବିଦେଶ ଫେରନ୍ତା ଓ ତା’ ପରେ ପ୍ରବାସୀଙ୍କ ଆଗମନ ପରେ ଓଡ଼ିଶାରେ କୋରୋନା କଳା ବାଦଲ ଢାଙ୍କିବା ଆରମ୍ଭ କରିଥିଲା। ସେପ୍ଟେମ୍ବର ଆରମ୍ଭରୁ ରାଜ୍ୟରେ ସାହାଣ ମେଲା ହୋଇଯିବା ପରେ କୋରୋନା ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ଗତ ୧୩ ତାରିଖରେ ରାଜ୍ୟରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ସେହି ରେକର୍ଡକୁ ଆଜି ପୁଣିଥରେ ଭାଙ୍ଗିଛି କୋରୋନା। ବୁଧବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୪ ହଜାର ୨୭୦ ଆକ୍ରାନ୍ତ। ଫଳରେ ସେପ୍ଟେମ୍ବର ଆରମ୍ଭରୁ ଆଜି ପର୍ଯ୍ୟନ୍ତ  ୫୯ ହଜାର ୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ୧୬ ଦିନରେ ମଧ୍ୟରେ ୧୬୫ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଥିବା ୪୨୭୦ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମିତ ୧୭୯୨ ଥିବା ବେଳେ କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ରରୁ ରହିଛନ୍ତି ୨୪୭୮ ଆକ୍ରାନ୍ତ ରହିଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୬୨ ଲକ୍ଷ ଟପିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ଟପିଛି। ଅନ୍ୟପକ୍ଷରେ ଗତ କିଛି ଦିନ ଧରି ଖୋର୍ଦ୍ଧା ସାଙ୍ଗକୁ ଅନ୍ୟ ୧୦ ଜିଲ୍ଲା ମଧ୍ୟ ଚିନ୍ତା ବଢ଼ାଇ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଉ କେଉଁ ଜିଲ୍ଲାରେ ତ୍ରିଶତକ ଡେଉଁଛି ତ ଆଉ କେଉଁ ଜିଲ୍ଲାରେ ଦ୍ବିଶତକ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛି ୮୭୬ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏବେ ସଂକ୍ରମଣ ଶୀର୍ଷରେ ରହିଛି। କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ବରଂ କଟକ ଓ ପୁରୀ ଜିଲ୍ଲା ମଧ୍ୟ ଚିନ୍ତାର କାରଣ ପାଲଟିଛି।

୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ହଜାର ୨୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୦ ଜଣ,ବରଗଡ଼ ଜିଲ୍ଲାରୁ ୧୮୩ ଜଣ, ଭଦ୍ରକ ଜିଲ୍ଲାରୁ ୫୫ ଜଣ, ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ, ବୌଦ୍ଧ ଜିଲ୍ଲାରୁ ୨୨ ଜଣ, କଟକ ଜିଲ୍ଲାରୁ ୩୭୪ ଜଣ ଦେଓଗଡ଼ ଜିଲ୍ଲାରୁ ୧୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୩ ଜଣ, ଗଜପତି ଜିଲ୍ଲାରୁ ୫୮ ଜଣ, ଗଞ୍ଜାମ ଜିଲ୍ଲାରୁ ୬୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୮ ଜଣ, ଯାଜପୁର ଜିଲ୍ଲାରୁ ୧୬୨ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪ ଜଣ, କନ୍ଧମାଳ ଜିଲ୍ଲାରୁ ୭୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୯ ଜଣ, କେନ୍ଦୁଝର ଜିଲ୍ଲାରୁ ୮୭ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୭୬ ଜଣ, କୋରାପୁଟ ଜିଲ୍ଲାରୁ ୮୩ ଜଣ, ମାଲକାନଗିରି ଜିଲ୍ଲାରୁ ୬୪ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୬ ଜଣ, ନୟାଗଡ଼ ଜିଲ୍ଲାରୁ ୪୭ ଜଣ, ନୂଆପଡ଼ା ଜିଲ୍ଲାରୁ ୧୧୯ ଜଣ, ପୁରୀ ଜିଲ୍ଲାରୁ ୨୮୭ ଜଣ, ରାୟଗଡ଼ା ଜିଲ୍ଲାରୁ ୮୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୪ ଜଣ, ସୋନପୁର ଜିଲ୍ଲାରୁ ୭୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୮ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୨୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ‌ରେ ୨୫ ଲକ୍ଷ ଅତିକ୍ରମ କରିଛନ୍ତି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ୬୭ ହଜାର ୭୭୭ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୬୨ ହଜାର ୯୨୦ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୫ହଜାର ୭୩୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୬ ହଜାର ୪୭୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୧୧ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କୋରୋନା ମୃତକଙ୍କ ସଂଖ୍ୟା ୬୫୬ ରେ ପହଞ୍ଚିଯାଇଛି। ସେହିପରି ଆଉ ୫୩ କୋରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ମୃତ୍ୟୁ କୋରୋନା ଯୋଗୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ